ଭାରତୀୟ ରେଳ ବିଭାଗ ଏହି ଷ୍ଟେସନରେ ଖୋଲିଲେ ଫ୍ରି video calling kiosk, ଜାଣନ୍ତୁ କଣ ରହିଛି ସୁବିଧା

ଭାରତୀୟ ରେଳବାଇ ଫ୍ରି ଭିଡିଓ କଳିଙ୍ଗ ସୁବିଧା ପାଇଁ ଏକ ନୂଆ ଡିଜିଟାଲ ଆପ କିୟୋକସ ସୁବିଧା ଆରମ୍ଭ କରିଛନ୍ତି । ଏହି ସୁବିଧାକୁ ପ୍ରଥମେ ପୂର୍ବତଟ ରେଳାବାୟୀ ଅଧିନସ୍ଥ ବିଶାଖାପାଟନମ ରେଳ ଷ୍ଟେସନରେ ହିଁ ଆରମ୍ଭ କରାଯାଇଛି । ଫ୍ରି କଳିଙ୍ଗର ସୁବିଧା ଦେବା ପାଇଁ ରେଳ ଷ୍ଟେସନରେ କିୟୋକ୍ଷ ଓ ଏକ ଡିଜିଟାଲ ବିଲବୋର୍ଡ ଲଗାଯାଇଛି । ଜଣେ ଉଚ୍ଚ ସ୍ତରୀୟ ରେଳ ଅଧିକାରୀଙ୍କ ଅନୁଯାୟୀ ଏହି ସୁବିଧା ମାଧ୍ୟମରେ ଯାତ୍ରୀ ମାନଙ୍କ ‘ପ୍ୟାସେଞ୍ଜର ଫ୍ରେନ୍ଡଲି ସର୍ଭିସ ଆପ’ କୁ ଅପଗ୍ରେଡ଼ କରାଯାଇପାରିବ । ସୂଚନା ଦେବା ଯୋଗ୍ୟ କି, ଭରତୀୟ ରେଳ ଇତିହାସରେ ଏହା ପ୍ରଥମ ଡିଜିଟାଲ କିୟୋକ୍ଷ ।

ଏହାକୁ ଭୁବନେଶ୍ୱର ସ୍ଥିତ ଏକ ଇନ୍ଫୋଟେକ ସର୍ଭିସ ଦ୍ୱାରା ହିଁ ଡେଭଲପ କରାଯାଇପାରିବ । ଏହା ସାହାଯ୍ୟରେ ଯାତ୍ରୀ ମାନେ ମାଗଣା ମୋବାଇଲ ଓ ଭିଡିଓ କଲିଙ୍ଗ କରିବା ସହ ନିଜ ମୋବାଇଲ ଓ ଲ୍ୟାପଟପରେ ୬ ଫାଷ୍ଟ ଚାରଜିଙ୍ଗ ପୋର୍ଟସ ଓ ୧୦ ଇଞ୍ଚର ଇଣ୍ଟର୍କକ୍ୱିଟ ଟଚର ସୁବିଧା ମଧ୍ୟ ପାଇପାରିବେ । ଯାତ୍ରୀଙ୍କୁ ନିଜ ଡିଜିଟାଲ ସ୍କ୍ରିନରେ ପାଣିପାଗ, ଟ୍ରେନ ବିଷୟରେ ତଥ୍ୟ, ସ୍ଥାନୀୟ ଦର୍ଶନୀୟ ସ୍ଥାନ ବିଷୟରେ ତଥ୍ୟ ମଧ୍ୟ ମିଳିପାରିବ । ଏହି ଡିଜିଟାଲ କିୟୋକସଟି ଏଲଇଡି ସ୍କ୍ରିନ ଉପରେ ବିଜ୍ଞାପନ ଦେଖାଯାଇ କିଛିଟା ରାଜସ୍ବ ବି ଆଦାୟ କରାଯାଇପାରିବ ।

୨୦୧୯ ମସିହା ସେପ୍ଟେମ୍ବର ମାସରେ ହିଁ ବିଶାଖାପାଟନମ ସ୍ଥିତ ରେଳଷ୍ଟେସନରେ ଗେମିଙ୍ଗ ଜୋନ ବ୍ୟବସ୍ଥାକୁ ଆରମ୍ଭ କରାଯାଇଥିଲା । ଗେମିଙ୍ଗ ଜୋନ ମାଧ୍ୟମରେ ଯାତ୍ରୀ ମାନେ ଆଧୁନିକ ଗେମିଙ୍ଗର ସୁବିଧା ସୁଯୋଗ ମଧ୍ୟ ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.