ଗଡ଼ିବ ସ୍ପେଶାଲ ଟ୍ରେନ ‘ଦେଖୋ ଅପନା ଦେଶ, ପୁରୀ ସମେତ ଚାରିଧାମ ଯାତ୍ରା ପାଇଁ ସେପ୍ଟେମ୍ବରରୁ ଚଲାଇବ ରେଳ ବିଭାଗ

ଭାରତୀୟ ରେଲେଓ୍ଵ ଆସନ୍ତା ସେପ୍ଟେମ୍ବରରୁ ଚାରିଧାମ ଯଥା ବଦ୍ରୀନାଥ, ଶ୍ରୀକ୍ଷେତ୍ର ପୁରୀ, ରାମେଶ୍ୱରମ୍‌ ଏବଂ ଦ୍ୱାରକା ସହିତ କେତେକ ପର୍ଯ୍ୟଟନସ୍ଥଳୀକୁ ଦେଖିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଚଲାଇବାକୁ ନିଷ୍ପତ୍ତି ନେଇଛି। ସାରା ଦେଶରେ କରୋନା ମାମଲା ପୂର୍ବାପେକ୍ଷା ହ୍ରାସ ପାଇଥିବାରୁ ରେଲେଓ୍ଵ ଏଭଳି ନିଷ୍ପତ୍ତି ନେଇଛି। ରାମାୟଣ ସର୍କିଟରେ ଚଲାଯାଉଥିବା ‘ଶ୍ରୀ ରାମାୟଣ ଯାତ୍ରା’ ଟ୍ରେନର ଲୋକପ୍ରିୟତା ଏବଂ ସଫଳତା ପରେ ଆଇଆର୍‌ସିଟିସି(IRCTC) ଏବେ ‘ଦେଖୋ ଅପନା ଦେଶ’ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍‌ ଦ୍ୱାରା ତୀର୍ଥ ଯାତ୍ରା ସର୍କିଟ ‘ଚାରିଧାମ ଯାତ୍ରା’ ଆରମ୍ଭ କରିବାକୁ ଯାଉଛି।

ଏହି ଯାତ୍ରାରେ ଲୋକେ ପାଖାପାଖି ୮୫୦୦ କିଲୋମିଟର ବାଟ ଭ୍ରମଣ କରିବେ। State of Art Deluxe AC Tourist Train (AC Train)ରେ ଦୁଇଟି ବଢ଼ିଆ ଡାଇନିଂ ରେଷ୍ଟୁରାଣ୍ଟ, ଏକ ଆଧୁନିକ କିଚେନ, କୋଚଗୁଡ଼ିକରେ ଶାଓ୍ଵର କ୍ୟୁବିକଲ୍ସ, ସେନ୍ସର-ଆଧାରିତ ଓ୍ଵାଶ୍‌ରୁମ ଫଙ୍କଶନ, ଫୁଟ ମସାଜର ସହିତ କେତେକ ଆଶ୍ଚର୍ଯ୍ୟଜନକ ସୁବିଧା ଉପଲବ୍ଧ କରାଯାଇଛି। ଟ୍ରେନର ପ୍ରତ୍ୟେକ କୋଚ୍‌ ପାଇଁ ସିସିଟିଭି କ୍ୟାମେରା ଏବଂ ଗାର୍ଡମାନଙ୍କ ସୁରକ୍ଷା ସୁବିଧାଗୁଡ଼ିକୁ ବଢ଼ାଇ ଦିଆଯାଇଛି।

ପ୍ୟାକେଜରେ କ’ଣ କ’ଣ ରହିଛି ସୁବିଧା

ଆଇଆର୍‌ସିଟିସି ଘରୋଇ ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ଭାରତ ସରକାରଙ୍କର ‘ଦେଖୋ ଅପନା ଦେଶ’ ଯୋଜନାରେ ଏହି ବିଶେଷ ପର୍ଯ୍ୟଟକ ଟ୍ରେନ୍‌ ଆରମ୍ଭ କରିଛି। ଏହି ଡିଲକ୍ସ ପର୍ଯ୍ୟଟକ ଟ୍ରେନରେ କୋଭିଡ୍‌ ପରର ସମସ୍ତ ସୁରକ୍ଷା ଉପାଦାନ ଉପଲବ୍ଧ କରାଯାଇଛି। ମୋଟ ୧୫୬ ପର୍ଯ୍ୟଟକଙ୍କ କ୍ଷମତା ରଖିଥିବା ଏହି ଟ୍ରେନରେ ୧୨୦ ପର୍ଯ୍ୟଟକଙ୍କ ପାଇଁ ବୁକିଂ ପ୍ରତିବନ୍ଧକ ରହିଛି। ଏଥି ସହିତ ୧୮ ବର୍ଷ କିମ୍ବା ଏହାଠୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଅତି କମ୍‌ରେ କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌କୁ ଅନିବାର୍ଯ୍ୟ କରାଯାଇଛି। ଆଇଆର୍‌ସିଟିସି ସମସ୍ତ ପର୍ଯ୍ୟଟକଙ୍କୁ ଫେସ୍‌ ମାସ୍କ, ହ୍ୟାଣ୍ଡ ଗ୍ଲୋଭ୍‌ସ ଏବଂ ସାନିଟାଇଜର ରଖିବା ପାଇଁ ଏକ ସୁରକ୍ଷା କିଟ୍‌ ମଧ୍ୟ ପ୍ରଦାନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.