IRCTC ଟୁର ପ୍ୟାକେଜ : ଖାଇବା ପିଇବା ଫ୍ରି ସହିତ ନୂଆ ବର୍ଷରେ IRCTC ଦେଉଛି ବୈଷ୍ଣୋଦେବୀ ବୁଲିବାର ଜବରଦସ୍ତ ଅଫର

ଆସୁଛି ନୂଆ ବର୍ଷ ୨୦୨୨ , ତେଣୁ ବର୍ତ୍ତମାନ ସବୁ ଜିନିଷରେ ମିଳିବ ଦମଦାର ଅଫର । ନୂଆ ବର୍ଷରେ ଆପଣ ସମସ୍ତେ ଭ୍ରମଣ କରିବା ପାଇଁ ଅଧିକ ପସନ୍ଦ କରନ୍ତି । ଯାହା ପାଇଁ କିଛି ଲୋକେ ଟ୍ରାଭେଲ ପ୍ୟାରେଜ କୁ ଅନାଇ ବସି ଥାଆନ୍ତି । ତେଣୁ IRCTC ମଧ୍ୟ ଆଣିଛି ବୈଷ୍ଣୋଦେବୀ ଯିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଧମାକେଦାର ଅଫର । ଯାହାର ଟୋଟାଲ ପ୍ୟାକେଜ ରହିଛି ୬,୩୯୦ ଟଙ୍କା ।

ତେବେ ନୂଆ ବର୍ଷ ଛୁଟି କାଟିବା ପାଇଁ ଯଦି ଆପଣ କୌଣସି ଧାର୍ମିକ ସ୍ଥାନ ଭ୍ରମଣ କରିବା ପାଇଁ ଚାହୁଁଛନ୍ତି ତେବେ ବୈଷ୍ଣଦେବୀ ଯିବା ଆପଣଙ୍କ ପାଇଁ ଏକ ଲାଭଦାୟକ ଟୁର ପ୍ଲାନ ହେବ । କାରଣ ଭାରତୀୟ ରେଳ ବିଭାଗ ଆପଣଙ୍କ ପାଇଁ ଆଣିଛି ଏକ ଖାସ ଅଫର । ଏହି ଅଫର ମାଧ୍ୟମରେ ଆପଣ ସସ୍ତାରେ ଅତି କମ୍‌ ଖର୍ଚ୍ଚରେ ମା’ ବୈଷ୍ଣଦେବୀ ଙ୍କ ଟୁର କରିପାରିବେ । ଏହି ଯାତ୍ରା ଆସନ୍ତ । ବର୍ଷ ଜାନୁଆୟୀ ମାସ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

vaishno devi
Picture Credit-IndianMart

ଆଇଆରସିଟିସି ଟୁରିଜିମ,ଏଥର ବୈଷ୍ଣୋଦେବୀ ଯିବା ପାଇଁ ଲୋକପ୍ରିୟ ପ୍ୟାକେଜ ଆଣିଛି । ଯେଉଁଥିଲେ ଆପଣ ତିନି ରାତି ଓ ଚାରି ଦିନ ସେଠାରେ କାଟିପାରିବେ । ମା’ ବୈଷ୍ଣୋ ଦେବୀଙ୍କ ମନ୍ଦିର ହେଉଛି ଦେବୀ ଶକ୍ତି ଏବଂ ଶ୍ରଦ୍ଧା ସମ୍ମାନର ପ୍ରତୀକ । ମାତା ରାନୀ ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରାୟ ୫୨୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଏହା କାଟ୍ରା ଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ । ଆଇଆରସିଟିସି ଦ୍ୱାରା ଆସନ୍ତା ବର୍ଷ ବୈଷ୍ଣୋ ଦେବୀଙ୍କ ମନ୍ଦିର ପାଇଁ କମ୍‌ ଖର୍ଚ୍ଚରେ ମା’ଙ୍କ ଦର୍ଶନ ପାଇଁ ଏହି ଟୁର୍‌ ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି ।

 

IRCTC ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଶେଷ ଅଫର୍ ପ୍ୟାକେଜ୍ ବିଷୟରେ ସୂଚନା ଦେଇଛି । IRCTC ଅନୁଯାୟୀ, ଏହି ପ୍ୟାକେଜ୍ ର ମୋଟ ମୂଲ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୬,୩୯୦ ଟଙ୍କାରୁ ଆରମ୍ଭ ହେବ । ତେବେ ଏହା ଏକ ଭଲ ପ୍ୟାକେଜ ବୋଲି ମଧ୍ୟ ଆଇଆରସିଟିସି ତରଫରୁ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଟୁର୍ ପ୍ୟାକେଜ୍ ବିଷୟରେ ।

ବୈଷ୍ଣୋ ଦେବୀ ମନ୍ଦିର ଯାତ୍ରା ବା ଭ୍ରମଣ କାର୍ଯ୍ୟକ୍ରମ:

Vaishnodevi
Picture Credit – IndiaMART

ଏହି ଟୁର୍ ପ୍ୟାକେଜ୍ ଅନୁଯାୟୀ ଦିଲ୍ଲୀରୁ ଯାତ୍ରା ଆରମ୍ଭ ହେବ । ତେବେ ଟୁର ଅନୁସାରେ ଟ୍ରେନ ନୂଆ ଦିଲ୍ଲୀ – ଜମ୍ମୁ -କଟ୍ରା-ବାଣଗଙ୍ଗା –କଟ୍ରା-ଜମ୍ମୁ- ନୂଆ ଦିଲ୍ଲୀ ରହିଛି ।

ପ୍ରଥମ ଦିନ –ନୂଆ ଦିଲ୍ଲୀ : ପ୍ରଥମ ଦିନ ନୂଆ ଦିଲ୍ଲୀ ରେଲ୍‌ ୱେ ଷ୍ଟେସନ ରୁ ଜାଟ ସ୍ପେସାଲ ୮.୨୦ ରୁ ଯାତ୍ରା ।ରମ୍ଭ ହେବ । ତେବେ ଆପଣଙ୍କୁ ଏଠାରେ ଏସି ୩ ଟିୟର ର ସୁବିଧା ମିଳିବ ।

ଦ୍ୱିତୀୟ ଦିନ – ଜମ୍ମୁ –କଟ୍ରା : ଏହା ପରେ ସେକେଣ୍ଡ ଦିନ ୫ ଟା ବେଳେ ଜମ୍ମୁ ରେଲ୍‌ ୱେ ଷ୍ଟେସନ ରେ ଆପଣ ପହଞ୍ଚିବେ । ଏହା ପରେ ଜମ୍ମୁ ରେଲ୍‌ ୱେ ଷ୍ଟେସନ ଠାରୁ କଟ୍ରା ପର୍ଯ୍ୟନ୍ତ ବିନା ଏସି ଗାଡିରେ ପିକଅପ ହେବ । ଏହା ପରେ ସରସ୍ୱତୀ ଧାମ ଠାରେ ରାସ୍ତାରେ ଗାଡି ଅଟକିବ । ହୋଟେଲରେ ଚେକ ଇନ ହେବ । ଏହା ପରେ ବାଣଗଙ୍ଗା ପର୍ଯ୍ୟନ୍ତ ଖାଇବା ପିଇବା ପାଇଁ ସୁବିଧା ଦିଆଯିବ । ପରେ ମନ୍ଦିର ଦର୍ଶନ କରାଇବା ପାଇଁ ନିଆଯିବ । ଏହାପରେ ଲେଟ ନାଇଟ ରେ ହୋଟେଲ ଫେରିବାକୁ ପଡିବ ଓ ସେହିଠାରେ ହିଁ ରାତ୍ରି ଭୋଜନ ଦିଆଯିବ ଓ ଆପଣ ସେଠାରେ ହିଁ ରେଷ୍ଟ ନେବେ ।

IRCTC
Picture Credit -India TV

ତୃତୀୟ ଦିନ – କାଟ୍ରା – ଜାମ୍ମୁ : ଆପଣଙ୍କ ସକାଳ ଜଳଖିଆ ପରେ, ଆପଣ କୌଣସି ସ୍ଥାନକୁ ବୁଲିବାକୁ ବାହାରକୁ ଯାଇପାରିବେ । ମଧ୍ୟାହ୍ନ ୧୨ ଟାରେ ଚେକ୍ ଆଉଟ୍ ପରେ ଆପଣଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ମଧ୍ୟାହ୍ନ ଭୋଜନ ପରେ ଜାମ୍ମୁ ରେଳ ଷ୍ଟେସନ ପାଇଁ ୨ ଟା ବେଳେ ରେ ବିନା ଏସି ଟ୍ରେନ୍ ଦ୍ୱାରା ଆପଣଙ୍କୁ ପ୍ରସ୍ଥାନ କରାଯିବ । ଏହା ପରେ, କାଣ୍ଡ କାଣ୍ଡୋଲି ମନ୍ଦିର, ରଘୁନାଥଜୀ ମନ୍ଦିର ଏବଂ ବାଗେ ବାହୁ ବଗିଚାକୁ ଦର୍ଶନ କରିବା ପରେ ଜମ୍ମୁ ରେଳ ଷ୍ଟେସନ କୁ ୭ ଟା ସୁଦ୍ଧା NDLS – JAT SPL-02426 ରେ ବୋର୍ଡିଂ ପାଇଁ ପହଞ୍ଚିବାକୁ ପଡିବ ।

Jammu
Picture Credit – Lawfare Blog

ଡେ ୪ : ଚତୁର୍ଥ ଦିନ ମାନେ ଆପଣଙ୍କ ଯାତ୍ରାର ଶେଷ ଦିନରେ, ଆପଣ ୫.୫୫ ରେ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଫେରିବେ । ତେଣୁ ଏହା ବିଷୟରେ ଆହୁରି ଆଧିକ ସୂଚନା ପାଇଁ ଆପଣ IRCTC ୱେବସାଇଟ୍ କୁ ଯାଇ ଦେଖିପାରିବେ । ଏହା ସହିତ ଯଦି ଆପଣ ନିଜର କୌଣସି ବ୍ୟକ୍ତିଗତ କାମ ପାଇଁ ଟିକେଟ କ୍ୟାନ୍ସେଲ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ଆପଣ କରିପାରିବେ ।

ଟିକେଟ କ୍ୟାନ୍ସେଲ ପଲିସି :

ଯଦି ଆପଣ IRCTC ର ଏହି ପ୍ୟାକେଜ୍ ରେ ଆପଣଙ୍କର ବୁକିଂ ବାତିଲ୍ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରଥମେ ଏହାର ନିୟମ ଜାଣିବା ଆବଶ୍ୟକ ।
. ଯଦି ଆପଣ ନିଜର ବୈଷ୍ଣୋଦେବା ଭିଜିଟ କରିବାର ଟୁର୍‌ ର ୧୫ ଦିନ ପୂର୍ବରୁ ବୁକିଂକୁ ବାତିଲ କରନ୍ତି, ତେବେ ଆପଣଙ୍କୁ ୨୫୦ ଟଙ୍କା ଟଙ୍କା ଦେବାକୁ ପଡିବ ।
. ଯଦି ଆପଣ ୮ରୁ ୧୪ ଦିନ ମଧ୍ୟରେ ବୁକିଂକୁ ବାତିଲ କରନ୍ତି, ତେବେ ଆପଣଙ୍କୁ ୨୫ ପ୍ରତିଶତ ଟଙ୍କା ଦେବାକୁ ପଡିବ ।
. ୪ ରୁ ୭ ଦିନ ମଧ୍ୟରେ ବୁକିଂ ବାତିଲ ଉପରେ ୫୦ ପ୍ରତିଶତ ଟଙ୍କା ଦେବାକୁ ପଡିବ ।
. ଯଦି ଆପଣ ୪ ଦିନ ପୂର୍ବରୁ ବୁକିଂ ବାତିଲ୍ କରନ୍ତି, ତେବେ ଆପଣଙ୍କୁ ଟିକେଟ ର ଟଙ୍କା ଫେରସ୍ତ କରାଯିବ ନାହିଁ । ତେବେ ଆପଣ ଯେତେ ଜଲ୍ଦି କ୍ୟାନ୍ସେଲ କରିବେ ଆପଣଙ୍କ ଟଙ୍କା ଫେରିପାରିବେ । କିନ୍ତୁ ଏହା ହେଉଛି ଆପଣଙ୍କ ପାଇଁ ଭଲ ଅଫର । ତେଣୁ ଏହି ପ୍ୟାକେଜ୍‌ ର ଫାଇଦା ଉଠାଇବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.