ଏବେ ଆପଣ ହିନ୍ଦୀରେ ବି ଟ୍ରେନ୍‌ ଟିକେଟ୍‌ ବୁକ୍‌ କରି ପାରିବେ, ଜାଣନ୍ତୁ ପୂରା ପ୍ରକ୍ରିୟା

ଏବେ ଆପଣ କେବଳ ଇଂଲିଶରେ ନୁହେଁ, ହିନ୍ଦୀରେ ମଧ୍ୟ ନିଜ ଟ୍ରେନ୍‌ ଟିକେଟ ବୁକ୍‌ କରି ପାରିବେ। ଭାରତୀୟ ରେଲେଓ୍ଵ ଦ୍ୱାରା ବିକଶିତ କରାଯାଇଥିବା UTS ଆପ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି। ରେଲେଓ୍ଵ ମନ୍ତ୍ରାଳୟ ଅନୁସାରେ, ଏହି ଆପ୍‌ର ବର୍ତ୍ତମାନ ପାଖାପାଖି ୧.୪୭ କୋଟି ରେଜିଷ୍ଟର୍ଡ ୟୁଜର୍ସ ଅଛନ୍ତି। ଆପ୍‌ର ୟୁଜରମାନେ ଏଠାରୁ ଅଣସଂରକ୍ଷିତ ଟିକେଟ୍‌ ବୁକ୍‌ କରି ପାରିବେ।

ଏଥି ପୂର୍ବରୁ ଅଣସଂରକ୍ଷିତ ଟିକେଟ୍‌ ରେଲେଓ୍ଵ ଷ୍ଟେଶନର ବୁକିଂ କାଉଣ୍ଟରରୁ ହିଁ ଦିଆଯାଉଥିଲା। ବୁକିଂ କାଉଣ୍ଟରରେ ଲାଗୁଥିବା ଲାଇନ୍‌ରେ ଯାତ୍ରୀମାନଙ୍କୁ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା। ଏମିତିରେ ଏହି ଆପ୍‌ ଯୋଗୁ ଯାତ୍ରୀମାନଙ୍କର ସମୟ ବଞ୍ଚିପାରିବ। ଯାତ୍ରୀଙ୍କ ସମସ୍ୟାକୁ କମ୍‌ କରିବା ପାଇଁ UTS ମୋବାଇଲ୍‌ ଆପ୍‌ ଅଣାଯାଇଛି। ଆସନ୍ତୁ ଜାଣିବା ଏହା ବିଷୟରେ।

– UTS ଆପ୍‌ରୁ ଆପଣ ଅନେକ ପ୍ରକାରର ସର୍ଭିସେଜ୍‌ ପାଇ ପାରିବେ।

-ଏହାକୁ ପ୍ଲେ ଷ୍ଟୋର୍‌ କିମ୍ବା ଆପ୍‌ ଷ୍ଟୋରରୁ ଡାଉନଲୋଡ୍‌ କରି ପାରିବେ।

-ଏହା ଉପରେ ଆକାଉଣ୍ଟ ରେଜିଷ୍ଟର କରିବାକୁ ହେବ।

-ଥରେ ଯେତେବେଳେ ଆପଣ ନିଜ ନାମ, ମୋବାଇଲ୍‌ ନମ୍ବର ଏବଂ ଅନ୍ୟାନ୍ୟ ଜରୁରୀ ତଥ୍ୟ ଦେଇ ଆପ୍‌ରେ ରେଜିଷ୍ଟର କରିବେ, ତା’ହେଲେ ଆପଣଙ୍କୁ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ।

-ଏହି ଓଟିପିକୁ ଏଣ୍ଟର କରିବାକୁ ହେବ ଏବଂ ଆକାଉଣ୍ଟ ଲଗ୍‌ଇନ କରିବା ପାଇଁ ଲଗ୍‌ଇନ ଆଇଡି ଓ ପାସ୍‌ଓ୍ଵାର୍ଡ ଦେବାକୁ ହେବ, ଯାହାକୁ ଆପଣଙ୍କ ମୋବାଇଲ ନମ୍ବରରେ ପଠାଇ ଦିଆଯାଇଥାଏ।

-ଏହିଭଳି ଭାବେ ଆପଣ ଘରେ ବସି ବସି ଟିକେଟ୍‌ ବୁକ୍‌ କରିପାରିବେ।