ରେଲୱେର ସୁପର ଆପ୍ ‘SwaRail’ କ’ଣ ? ଜାଣନ୍ତୁ କିପରି ଏଠାରେ ମିଳିବ ସମସ୍ତ ସୁବିଧା

ରେଳ ମନ୍ତ୍ରଣାଳୟ ପକ୍ଷରୁ ‘SwaRail’ ନାମକ ନୂଆ ସୁପର ଆପ୍ ଲଞ୍ଚ କରାଯାଇଛି । ଏହି ଆପରେ ଯାତ୍ରୀମାନେ ସମସ୍ତ ରେଳ ସେବାର ସୁବିଧା ପାଇବେ । ଭାରତୀୟ ରେଲୱେର ଏହି ନୂଆ ସୁପର ଆପକୁ ବିକଶିତ କରିଛି ‘ସେଣ୍ଟର ଫର୍ ରେଲୱେ ଇନଫର୍ମେସନ ସିଷ୍ଟମ୍ସ (CRIS)’ ଏବଂ ବର୍ତ୍ତମାନ ଏହା ପ୍ଲେ ଷ୍ଟୋରରେ ବିଟା ପ୍ରୋଗ୍ରାମରେ ରହିଛି ।
ରେଲୱେର ଏହି ସୁପର ଆପ୍ ସମସ୍ତ ସେବା ପ୍ରଦାନ କରିବ । ଏହା ସାହାଯ୍ୟରେ ଯାତ୍ରୀମାନେ ସଂରକ୍ଷଣ ଏବଂ ଅଣସଂରକ୍ଷଣ ଟିକେଟ୍ ବୁକ୍ କରିପାରିବେ । ଏଠାରୁ ପ୍ଲାଟଫର୍ମ ଟିକେଟ୍, ପାର୍ସଲ ବୁକିଂ ଏବଂ PNR ବିଷୟରେ ମଧ୍ୟ ସୂଚନା ପାଇପାରିବେ । ଯଦିଓ ଏହି ଆପ୍ ପରେ IRCTC ଆପକୁ ବନ୍ଦ କରାଯିବ ନା ଏହା ଆଗକୁ ଚାଲିବ, ତାହା ବିଷୟରେ ଏବେ କୌଣସି ଅଫିସିଆଲ୍ ସୂଚନା ନାହିଁ ।
ରେଲୱେର ଏହି ସୁପର ଆପ୍ ଅଧୀନରେ ମିଳିବାକୁ ଥିବା ସେବାଗୁଡ଼ିକ ହେଲା, ସଂରକ୍ଷଣ ଟିକେଟ୍ ବୁକିଂ, ଅସଂରକ୍ଷଣ ଟିକେଟ୍, ପ୍ଲାଟଫର୍ମ ଟିକେଟ୍, ପାର୍ସଲ ବୁକିଂ, PNR ସୂଚନା, ଖାଦ୍ୟ ଅର୍ଡର ଏବଂ ଅଭିଯୋଗ । ଏହି ଆପ୍ ଅଧୀନରେ ୟୁଜରମାନଙ୍କୁ ଯାତ୍ରା ସହାୟକ ସୁବିଧା (ଟ୍ରାଭେଲ୍ ଆସିଷ୍ଟାଣ୍ଟ ଫିଚର) ମଧ୍ୟ ମିଳିବ । ଏଥିରେ ସିଙ୍ଗଲ୍ ସାଇନ୍-ଅନ୍, ଅନବୋର୍ଡିଂ ସମେତ ରେଳ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସୁବିଧା ମିଳିପାରିବ ।
ଏଠାରେ ୟୁଜରମାନଙ୍କୁ ଭିନ୍ନ ଭିନ୍ନ ଆପ୍ ପାଇଁ ବିଭିନ୍ନ ଲଗଇନ୍ ଆଇଡି ଏବଂ ପାସୱାର୍ଡ ଇତ୍ୟାଦି ମନେ ରଖିବାକୁ ପଡ଼ିବ ନାହିଁ । ସରଳ ସାଇନ୍ ଇନ୍ ସାହାଯ୍ୟରେ ଯାତ୍ରୀମାନେ ସହଜରେ ଲଗଇନ୍ କରିପାରିବେ । ନୂଆ ୟୁଜରମାନଙ୍କୁ ଆରମ୍ଭରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାକୁ ପଡ଼ିବ । ଭାରତୀୟ ରେଲୱର ସୁପର ଆପ୍ ‘SwaRail’ ଏମିତି ଏକ ପ୍ଲାଟଫର୍ମ, ଯେଉଁଠି ୟୁଜରମାନେ ସମସ୍ତ ସେବା ଗୋଟିଏ ହିଁ ଆପରେ ପାଇବେ । କହି ରଖୁଛୁ ଯେ ଏହା ଠିକ୍ ଚୀନର WeChat ଭଳି ହେବ । ଏଠାରେ ୟୁଜରମାନଙ୍କୁ ସମସ୍ତ ପ୍ଲାଟଫର୍ମର ସୁବିଧା ଗୋଟିଏ ହିଁ ମୋବାଇଲ୍ ଆପ୍ ଭିତରେ ମିଳିଥାଏ ।
ଏହା ମଧ୍ୟ ପଢ଼ନ୍ତୁ: ଏୟାର ଇଣ୍ଡିଆର ସ୍ପେଶାଲ ‘ନମସ୍ତେ ୱାଲର୍ଡ’ ସେଲ୍, ମାତ୍ର ୧୪୯୯ ଟଙ୍କା ମିଳୁଛି ଟିକେଟ୍