ଭାରତୀୟ ରେଳରେ ନିଯୁକ୍ତି ସୁଯୋଗ, ୧୬୦୦ ରୁ ଅଧିକ ପଦ ପାଇଁ ତୁରନ୍ତ କରନ୍ତୁ ଆବେଦନ

କଣ ଆପଣ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି। ତାହେଲେ ଭାରତୀୟ ରେଳ ବିଭାଗ ନିଜ ଅଫିସିଆଲ ୱେବସାଇଟରେ ନିଯୁକ୍ତି ପାଇଁ ନୋଟିଫିକେସନ୍ ଜାରି କରିଛି। ରେଳ ଅପରେଣ୍ଟିସର ୧୬୦୦ ରୁ ଅଧିକ ପଦ ପାଇଁ ନୋଟିଫିକେସନ୍ ଜାରି କରିଛି ରେଳ ବିଭାଗ। ଯେଉଁମାନେ ଏହି ପଦ ପାଇଁ ଆଶାୟୀ ଅଛନ୍ତି ସେମାନେ ରେଲେଓ୍ଵର ଅଫିସିଆଲ ୱେବସାଇଟକୁ ଯାଇ ଅପରେଣ୍ଟିସ୍ ପଦ ପାଇଁ ଆବେଦନ କରିପାରିବେ। ଭାରତୀୟ ରେଳ ନିଜର ନୋଟିଫିକେସନରେ ଜଣାଇଛି ଯେ ମନୋନୀତ ଆବେଦକଙ୍କୁ ଉତ୍ତର ମଧ୍ୟ ରେଲୱେର ବିଭିନ୍ନ ଡିଭିଜନ,କାର୍ଯ୍ୟଶାଳାରେ ପ୍ରଶିକ୍ଷିତ କରାଯିବ। ଏହି ଚାକିରି ସମ୍ବନ୍ଧୀୟ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ବିଷୟରେ ନିମ୍ନରେ ଜାଣନ୍ତୁ।

ପଦ ବିବରଣୀ

ମୋଟ ପଦ ସଂଖ୍ୟା – ୧୬୬୪

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ – ୨ ଅଗଷ୍ଟ, ୨୦୨୧
ଆବେଦନ ପତ୍ର ଜମା କରିବାର ଅନ୍ତିମ ତାରିଖ – ୧ ସେପ୍ଟେମ୍ବର, ୨୦୨୧

ଆବେଦନ ଶୁଳ୍କ

ଆବେଦନ କରିବା ପାଇଁ ସାମାନ୍ୟ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀ ଆବେଦନ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବେ। ସେହିପରି ଏସସି-ଏସଟି ଏବଂ ମହିଳା ବର୍ଗଙ୍କ ପାଇଁ ଆବେଦନ କରିବାର କୌଣସି ଶୁଳ୍କ ନାହିଁ।

ଅନ୍ୟାନ୍ୟ ବିବରଣୀ

ବୟସ ସୀମା – ୧ ସେପ୍ଟେମ୍ବର, ୨୦୨୧ ସୁଦ୍ଧା ଆଶାୟୀ ପ୍ରାର୍ଥୀଙ୍କର ନ୍ୟୁନତମ ବୟସ ୧୫ ବର୍ଷ ଏବଂ ଅଧିକତମ ବୟସ ୨୪ ବର୍ଷ ହୋଇଥିବା ଆବଶ୍ୟକ। ଯଦିଓ ବର୍ଗ ଆଧାରରେ ବୟସ ସୀମାରେ କିଛିଟା ଢ଼ିଲା କରାଯିବ।

ଶିକ୍ଷାଗତ ଯୋଗ୍ୟତା – ଏହି ପଦରେ ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ମିନିମମ୍ ୫୦ ପ୍ରତିଶତ ଅଙ୍କରେ ସହିତ ଦଶମ ୧୦+୨ ପ୍ରଣାଳୀରେ ମ୍ୟାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଦରକାର। ନୋଟିଫିକେସନରେ କୁହାଯାଇଛି ଯେ ଆଇଟିଆଇ ପ୍ରମାଣ ପତ୍ର ସହିତ ଅଷ୍ଟମ ପାସ୍ କରିଥିବା ପିଲା ବି ଏହି ପଦ ପାଇଁ ଆବେଦନ କରିପାରିବେ।

ବେତନ – ୧୮,୦୦୦ ଟଙ୍କାରୁ ୫୬, ୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଅଧିକ ସୂଚନା ପାଇବା ପାଇଁ ଆପଣ ରେଲବାଇର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.