ଏବେ ୨୦ କିଲୋମିଟର ଦୂରରେ ରହି କରିପାରିବେ ଟ୍ରେନ ଟିକେଟ ବୁକିଂ, ଜାଣନ୍ତୁ କେଉଁ ମାନେ ଉଠାଇପାରିବେ ଫାଇଦା

ଯଦି ଆପଣ ବି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଏହି ଖବର ଆପଣଙ୍କ କାମରେ ନିହାତି ଭାବେ ଆସିବ। ଅନେକ ଥର ଟ୍ରେନ ଟିକେଟ ନେବା ପାଇଁ ଯାତ୍ରୀଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଲାଇନରେ ଠିଆ ହେବାକୁ ପଡ଼ିଥାଏ। କିନ୍ତୁ ଏବେ ଏଥିରୁ ଛୁଟକାର ଦେବା ପାଇଁ ରେଳ ବିଭାଗ ତରଫରୁ ଟିକେଟ ବୁକିଂ ନିୟମରେ ପୁଣିଥରେ ପରିବର୍ତ୍ତନ କରାଯାଇଛି। ରେଳମନ୍ତ୍ରୀ ଏହି ପରିବର୍ତ୍ତନକ ୁ ନେଇ ସୁଚନା ଦେଇଛନ୍ତି। ଏହି ପରିବର୍ତ୍ତନରେ ଆପ୍‌ ରେ ଅଣରକ୍ଷିତ ଟିକେଟ ବୁକିଂ ପାଇଁ ନିର୍ଣ୍ଣୟ ହୋଇଥିବା ଦୂରତା କୁ ବଢ଼ାଇଦିଆଯାଇଛି।

ଏହି ପରିବର୍ତ୍ତନରେ ଆପଣଙ୍କୁ ଯେଉଁ ଷ୍ଟେସନରୁ ଯାତ୍ରା ଆରମ୍ଭ ହେବ ସେଠାରୁ ଦୂର ରେ ମଧ୍ୟ ଆପଣ ଟିକେଟ ବୁକିଂ କରିପାରିବେ। ଅଣରକ୍ଷିତ ଟିକେଟ ରେ ମିଳୁଥିବା ଏହି ଛାଡରେ ଯାତ୍ରୀଙ୍କ ସମୟ ମଧ୍ୟ ବଞ୍ଚିଯିବ। ଟିକେଟ ନେବା ପାଇଁ ଯାତ୍ରୀଙ୍କୁ ଲମ୍ବା ଲମ୍ବା ଲାଇନରେ ରହିବାର ଆଉ ଆବଶ୍ୟକତା ପଡ଼ିବ ନାହିଁ। ପୂର୍ବରୁ ଅଣରକ୍ଷିତ ଟିକେଟ ରେ ଯାତ୍ରା କରିବାର ଥିଲେ ଷ୍ଟେସନରୁ ୨ କିଲୋମିଟଣ ଦୂର ରୁ ଆପ୍‌ ମାଧ୍ୟମରେ ବୁକ କରୁଥିଲେ।

କିନ୍ତୁ ଏବେ ଦୁଇ କିଲୋମିଟରକୁ ବଢ଼ାଇ ଦିଆଯାଇଛି। ଏମିତିରେ ୨୦ କିଲୋମିଟର ଦୂରରୁ ମଧ୍ୟ ଆପଣ ଟିକେଟ ବୁକିଂ କରିପାରିବେ। ତେବେ ସମସ୍ୟା ଥିଲା ଯେ ୨ କିଲୋମିଟର ମଧ୍ୟରେ ଟିକେଟ ବୁକିଂ କରିବା କୁ ହେଲେ ନେଟଓ୍ଵାର୍କର ଇସ୍‌୍ୟୁ ରହୁଥିଲା। ତେଣୁ ଚାହିଁଲେ ବି ଯାତ୍ରୀ ଟ୍ରେନ ଟିକେଟ ବୁକ କରିନାରୁନଥିଲେ। ସେଥିପାଇଁ ମନ୍ତ୍ରାଳୟ ତରଫରୁ ଏହି ଦୂରତାକୁ ୨ କିମି ରୁ ବଢ଼ାଇ ୨୦ କିମି କରିଦିଆଯାଇଛି।

ନୂଆ ବ୍ୟବସ୍ଥା ଅନ୍ତର୍ଗତ ଗୌର-ଉପନଗରୀୟ ବର୍ଗଙ୍କ ପାଇଁ ୫ କିମି ପରିବର୍ତ୍ତେ ୨୦ କିମି ଦୂରରୁ ଟିକେଟ ବୁକ କରିପାରିବେ। ଏହାବ୍ୟତିତ ଉପନଗରୀୟ ଖଣ୍ଡ ପାଇଁ ଟିକେଟ ବୁକ କରିବା ପାଇଁ ୨କିମି ରୁ ୫ କିମି କରିଦିଆଯାଇଛି। ଏହି ସୁବିଧା ଆରମ୍ଭ ହେବା ପରେ ଯାତ୍ରୀ ଙ୍କୁ ଷ୍ଟେସନ ପହଞ୍ଚି ଟିକେଟ ବୁକ ପାଇଁ ଲମ୍ବା ଲାଇନ କରିବାର ଆବଶ୍ୟକତା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.