‘‘ହାଉସ୍ଫୁଲ ୪’’ର ପ୍ରମୋସନ୍ କରୁଛି ରେଳ ବିଭାଗ, ଆରମ୍ଭ ହେଲା ‘‘ପ୍ରମୋସନ୍ ଅନ୍ ହ୍ଵିଲ୍’’

ଭାରତ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଟ୍ରେନ୍ କୌଣସି ଫିଲ୍ମର ପ୍ରମୋସନ୍ କରିଥିବା ଜଣାଯାଇଛି। ପୂର୍ବରୁ ଭାରତୀୟ ରେଳ ବିଭାଗ ଏଭଳି ଭାବେ କୌଣସି ଫିଲ୍ମର ପ୍ରମୋସନ୍ କରିନଥିଲା। ରେଲବାଇର ସର୍ବପୁରାତନ ନେଟଓ୍ଵାର୍କ ଭାରତୀୟ ରେଲେଓ୍ଵ‘‘ପ୍ରମୋସନ୍ ଅନ୍ ହ୍ଵିଲ୍’’ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛି। ଏହା ଏକ ନୂତନ ବିଚାରଧାରା। ଏ ଅବସରରେ ରେଲେଓ୍ଵ ତରଫରୁ ଆଜି ହାଉସ୍ଫୁଲ ୪ର ପ୍ରମୋସନ୍ ଆରମ୍ଭ କରାଯାଇଛି। ଉଦ୍ଘାଟନ ବେଳେ ଫିଲ୍ମର ସମସ୍ତ ଅଭିନେତା, ଅଭିନେତ୍ରୀଙ୍କ ସମେତ ମିଡିଆ ଟିମ୍ ମଧ୍ୟ ଉପସ୍ଥିତ ଥିଲେ।
ଏ ଅବସରରେ ଏକ ଟ୍ରେନ୍କୁ ହାଉସ୍ଫୁଲ ୪ର ପୋଷ୍ଟର ଦ୍ୱାରା ସମ୍ପୂର୍ଣ୍ଣ ଭାବେ ସଜ୍ଜିତ କରାଯାଇ ଟ୍ରାକ୍କୁ ଓହ୍ଲାଯାଇଛି।
ଏହାସହ ପଢ଼ନ୍ତୁ: ବିକିନିରେ ହଟ୍ ଅନ୍ଦାଜ୍ରେ ନଜର ଆସିଲେ କାମ୍ୟା ପଞ୍ଜାବୀ, ବିବାହକୁ ନେଇ କହିଲେ ଏମିତି…
ଫିଲ୍ମର ନିର୍ଦ୍ଦେଶକ ସାଜିଦ ନାଦିଆଦବାଲା ଖୁସି ବ୍ୟକ୍ତି କରି କହିଛନ୍ତି ଯେ, ମୁଁ ସରକାର ଓ ଭାରତୀୟ ରେଳ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ନୂତନ ସ୍କିମ୍ ବିଷୟରେ ଜାଣି ଅତ୍ୟନ୍ତ ଉତ୍ସାହିତ ହୋଇଛି। ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ରେଳ ବିଭାଗ ଏକାଠି ହେବା ଦ୍ୱାରା ନୂଆ ସମ୍ଭାବନା ସୃଷ୍ଟି ହେବ ଏବଂ କଳା, ସଂସ୍କୃତି ଓ ଭାରତ ଇତିହାସ ସମ୍ପର୍କରେ ଲୋକଙ୍କ ଯୋଗଦାନ ବଢ଼ିବ। ଏହି ନୂତନ ଅନୁଭବ ପାଇଁ ଆମେ ସମସ୍ତେ ଉତ୍ସାହିତ ଅଛୁ ବୋଲି କହିଛନ୍ତି ସାଜିଦ।
ଏହି ଟ୍ରେନ୍ ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରିବ। ଯାତ୍ରା ବେଳେ ରାସ୍ତାରେ ଫିଲ୍ମର ପ୍ରମୋସନ୍ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଏକ କମେଡି ଭିତ୍ତିକ ଚଳଚ୍ଚିତ୍ର। ଆଗାମୀ ୨୫ ତାରିଖରେ ହାଉସ୍ଫୁଲ ୪ ପ୍ରେକ୍ଷାଳୟକୁ ଆସି ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବ ବୋଲି ଜଣାଯାଇଛି।