ବ୍ୟବସାୟ ଓ ଅର୍ଥନୀତି

‘ଭାରତ ଗୌରବ’ ନାଁରେ ୧୮୦ ଟ୍ରେନ ଆରମ୍ଭ କରିବ ଭାରତୀୟ ରେଲୱେ, ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ IRCTCର ନୂଆ ଯୋଜନା; ଚିହ୍ନଟ ହେଲା ୩୦୩୩ ବଗି

ଟ୍ରେନ ଯାତ୍ରା କରିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଭଲ ଖବର। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଘୋଷଣା କରିଛନ୍ତି କି, ଭାରତରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ‘ଭାରତ ଗୌରବ’ ନାଁରେ ପାଖାପାଖି ୧୮୦ ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନେଇଛି। ମନ୍ତ୍ରୀ କହିଛନ୍ତି, ରେଲେଓ୍ଵ ନୂଆ ‘ଭାରତ ଗୌରବ’ ଟ୍ରେନ ଆରମ୍ଭ କରିବା ଉଦ୍ଦେଶ୍ୟରେ ୩୦୩୩ ବଗି ଚିହ୍ନଟ କରିଛି। ୧୮୦ ଟ୍ରେନକୁ ପୂରା ଦେଶରେ Indian Railway Catering and Tourism Corporation (IRCTC) ଏବଂ ଘରୋଇ ଅପରେଟରଙ୍କ ଦ୍ୱାରା ପରିଚାଳିତ କରାଯିବ।

ରିପୋର୍ଟ ମୁତାବକ, ରେଳ ମନ୍ତ୍ରୀ କହିଥିଲେ କି, ‘ଆମେ ଭାରତ ଗୌରବ ଟ୍ରେନଗୁଡ଼ିକୁ ଆବଣ୍ଟିତ କରିଛୁ ଏବଂ ୩୦୩୩ ବଗିର ଚିହ୍ନଟ କରାଯାଇଛି। ଆମେ ଆବେଦନ ଗ୍ରହଣ କରିବା ଆରମ୍ଭ କରିଛୁ। ଆମକୁ ଭଲ ରେସ୍‌ପନ୍ସ ମିଳିଛି। ହିତାଧିକାରୀମାନେ ଟ୍ରେନକୁ ସଂଶୋଧିତ କରିବେ ଏବଂ ଚଲାଇବେ। ରେଲେଓ୍ଵ ରକ୍ଷଣାବେକ୍ଷଣ, ପାର୍କିଂ ଏବଂ ଅନ୍ୟାନ୍ୟ ସୁବିଧାରେ ସାହାଯ୍ୟ କରିବ’। ରେଳ ମନ୍ତ୍ରୀ ଆଗକୁ କହିଥିଲେ ଯେ ଏହା ସମ୍ପୂର୍ଣ୍ଣ ଭାବେ ନୂଆ କ୍ଷେତ୍ର। ‘ଭାରତ ଗୌରବ’ ଟ୍ରେନ ନିୟମିତ ଟ୍ରେନ ସେବା ହେବ ନାହିଁ। ଏହି ପରିଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଭାରତରେ ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା। ମନ୍ତ୍ରୀ ଆଗକୁ କହିଥିଲେ କି, ଏହି ନୂତନ ପର୍ଯ୍ୟଟନ ଟ୍ରେନଗୁଡ଼ିକ ଭାରତର ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶନ କରିବେ।

IRCTC ସହିତ MakeMyTrip ଭଳି ଘରୋଇ ଅପରେଟର ଏବଂ ରାଜ୍ୟ ବିଭାଗ ଯେତିକି ଚାହିଁବେ, ସେତିକି ଟ୍ରେନ ନେଇ ପାରିବେ। ମନ୍ତ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଥିଲେ କି, ଭାରତୀୟ ରେଲେଓ୍ଵ ଆବଶ୍ୟକ ପଡ଼ିଲେ ରକ୍ଷଣାବେକ୍ଷଣ, ପାର୍କିଂ, ପାଣି ଯୋଗାଣ ଏବଂ ଭୋଜନ ପାଇଁ କଞ୍ଚାମାଲ ସମ୍ବନ୍ଧିତ ସହାୟତା ଯୋଗାଇ ଦେବ। ରାମାୟଣ ସ୍ପେଶାଲ ଟ୍ରେନର ସମ୍ପ୍ରତି ବିବାଦସ୍ପଦ ଡ୍ରେସ୍‌ କୋଡକୁ ସମ୍ବୋଧିତ କରିବା ସମୟରେ ଅଶ୍ୱିନୀ ବୈଷ୍ଣବ କହିଥିଲେ, ‘ଆମେ ଏଥିରୁ ଶିଖିଛୁ ଯେ ଯେତେବେଳେ ଆମେ ସଂସ୍କୃତିର କୌଣସି ବିନ୍ଦୁ ସହିତ ମୁକାବିଲା କରିବା, ତ ସେଠାରେ ଅନେକ ସମ୍ବେଦନଶୀଳ ବିନ୍ଦୁ ରହିଥିବ। ଆମେ ନିଜ ଡିଜାଇନିଂ, ଭୋଜନ, ପୋଷାକ ଏବଂ ଅନ୍ୟାନ୍ୟ ଜିନିଷଗୁଡ଼ିକର ପ୍ରକ୍ରିୟାରେ ସତେଚନତା ଆପଣାଇବା ଉଚିତ। ଏଥିପାଇଁ ଏହି ଶିକ୍ଷା ସହିତ ଆମେ ଆଗକୁ ବଢ଼ିବା ଉଚିତ’।

ଅନେକ ବିବାଦ ଆଲୋଚନା ପରେ ଭାରତୀୟ ରେଲେଓ୍ଵ ରାମାୟଣ ସ୍ପେଶାଲ ଟ୍ରେନ୍‌ରେ ସେବାରତ କର୍ମଚାରୀମାନଙ୍କର କେସରୀ ପୋଷାକ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ରାମାୟଣ ଏକ୍ସପ୍ରେସ ଟ୍ରେନରେ ୱେଟରଙ୍କ ପୋଷାକକୁ ନେଇ ବିବାଦ ଦେଖା ଦେଇଥିଲା। ଉଜୈନର ସାଧୁମାନେ ୱେଟରଙ୍କ ପୋଷାକକୁ ବିରୋଧ କରି ଡିସେମ୍ବର ୧୨ରେ ଦିଲ୍ଲୀରେ ଟ୍ରେନ ବନ୍ଦ କରିବାକୁ ଧମକ ଦେଇଥିଲେ। ତେବେ ଦେଖା ଦେଇଥିବା ବିବାଦ ପରେ IRCTC ନିଜର ନିଷ୍ପତ୍ତି ବଦଳାଇଛି।

Roshni

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

3 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

29 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

38 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago