ରେଳବିଭାଗର ନୂଆ ଅଫର, ଅପ୍ରେଲରେ ମାଗଣାରେ ବୁଲିପାରିବେ ଭୂସ୍ୱର୍ଗ କାଶ୍ମୀର, କରିବାକୁ ପଡ଼ିବ ବାସ୍‌ ଏହି କାମ

ଆଗକୁ ଆସୁଛି ଗରମ ଦିନ। ଏହି ଗରମ ଦିନରେ ସମସ୍ତଙ୍କର ଇଚ୍ଛା ଥାଏ ଥଣ୍ଡା ସ୍ଥାନକୁ ବୁଲିଯିବା। ଆସନ୍ତା ଅପ୍ରେଲ ମାସରେ ଯଦି ଆପଣ ବୁଲିବାକୁ ଚାହୁଁଛନ୍ତି ତେବେ ରେଳ ବିଭାଗ ଆଣିଛି ଏଭଳି ଯାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ମାଗଣାରେ ଶ୍ରୀନଗର ବୁଲାଇବାର ପ୍ଲାନିଂ ବାହାର କରିଛି। ଏହି ପ୍ୟାକେଜରେ ଆପଣ କେବଳ ମଗଣା ଯାତ୍ରା କରିବେନି ମାଗଣା ଖାଦ୍ୟ ଖାଇବେ ମଧ୍ୟ.. ତେବେ ଆସନ୍ତୁ ଜାଣିବା କେମିତି ଏହାର ଫାଇଦା ଉଠାଇବେ..

ଗରମ ଦିନର ପ୍ଲାନି ଏବେ ଠୁ କଲାଣି ରେଳ ବିଭାଗ। ଯାତ୍ରୀଙ୍କ ମନୋରଞ୍ଜନ କରିବା ପାଇଁ ରେଳବିଭାଗ ଆଣିିଛି ବଢ଼ିଆ ପ୍ଲାନିଂ..ଏହି ପ୍ୟାକେଜରେ ଆପଣଙ୍କୁ ଭାରତର ସ୍ୱର୍ଗ କାଶ୍ମୀର ବୁଲିବାର ମୌକା ମିଳିବ ସେ ବି ପୁଣି ମାଗଣା। ପହଲଗାମ, ଗୁଲମର୍ଗ ଓ ସେନମର୍ଗ ସମେତ ଅନ୍ୟ କେତେକ ସ୍ଥାନ ବୁଲିବାର ଆପଣ ଲାଭ ଉଠାଇପାରିବେ। IRCTC ଏହାକୁ ନେଇ ଟ୍ଵିଟ ମଧ୍ୟ ଜାରି କରିଛି । ଏହି ପ୍ୟାକେଜରେ ଆପଣଙ୍କୁ ବ୍ରେକଫାଷ୍ଟ ଓ ଡିନର ମିଳିବ। ଏଥିପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ଏବେ ଜାଣନ୍ତୁ ପ୍ୟାକେଜର ଡିଟେଲ୍ସ:
-ଏହା ୫ ରାତି ଓ ୬ଦିନର ପ୍ୟାକେଜ ରହିଛି।
-ଡେଷ୍ଟିନେସନ କବର୍ଡ -ଗୁଲମର୍ଗ, ପହଲଗାମ, ଶ୍ରୀନଗର-ସେନମର୍ଗ
-ଯିବାର ସମୟ -୯ ଅପ୍ରେଲ, ୧୬ ଅପ୍ରେଲ, ୧୯ ଅପ୍ରେଲ, ୨୩ ଅପ୍ରେଲ, ୩୦ ଅପ୍ରେଲ
-ପ୍ୟାକେଜ ର ଦାମ ରହିଛି ୪୨ ହଜାର ଟଙ୍କା।
-ଟ୍ରାଭେଲିଂ ମୋଡ ରହିଛି ଫ୍ଲାଇଟ।
ଏହି ପ୍ୟାକେଜରେ ଖର୍ଚ୍ଚ କରିବାର କଥା ଧ୍ୟାନକୁ ଦେଲେ ସିଙ୍ଗିଲ ଆକ୍ୟୁପେସି ପାଇଁ ୫୯,୮୦୦ ଟଙ୍କା ପ୍ରତି ବ୍ୟକ୍ତି ହିସାବରେ ଖର୍ଚ୍ଚ ହେବ। ଡବଲ ଆକ୍ୟୁପେସି ପାଇଁ ୪୩,୩୦୦ ଟଙ୍କା ପ୍ରତି ବ୍ୟକ୍ତି ଓ ଟ୍ରିପଲ ଆକ୍ୟୁପେସି ପାଇଁ ୪୨ ହଜାର ଟଙ୍କା ପ୍ରତି ବ୍ୟକ୍ତି ହିସାବରେ ଦେବାକୁ ହେବ।

ଏହାବ୍ୟତିତ ୫ ରୁ୧୧ ବର୍ଷ ପିଲାଙ୍କ ପାଇଁ ଓ୍ଵିଥ ବେଡ ଭଡ଼ା ୩୯,୪୦୦ ଟଙ୍କା ହେବ। ସେମିତି ଚାଇଲ୍‌ଡ ଓ୍ଵିଦାଉଟ ପାଇଁ ୩୪,୪୦୦ ଟଙ୍କା ଖର୍ଚ୍ଚ ହେବ।

ଯାତ୍ରୀ ମାନଙ୍କୁ ସ୍ପାଇସଜେଟ ମାଧ୍ୟମରେ ଯାତ୍ରା କରିବାକୁ ହେବ। ଆପଣଙ୍କୁ ପ୍ରଥମ ଦିନ ମୁମ୍ବାଇ, ଶୀ୍ରନଗର ଯିବାକୁହେବ। ଏହାପରେ ଶ୍ରୀନଗରରୁ ପହଲଗାମ ପରେ ସେଠି ଶୀ୍ରନଗର ବୁଲିବାର ସମୟ ମିଳିବ। ୪ର୍ଥ ଦିନରେ ଶ୍ରୀନଗରରୁ ସେନମାର୍ଗ ଯିବାକୁ ହେବ। ୫ମ ଦିନରେ ଗୁଲମାର୍ଗ ଯିବା ପରେ ଶେଷ ଦିନରେ ଶୀ୍ରନଗରରୁ ମୁମ୍ବାଇ ଆସିବେ।

Leave A Reply

Your email address will not be published.