ଭାରତୀୟ ରେଲୱେର ଶସ୍ତା ତୀର୍ଥ ଯାତ୍ରା ପ୍ୟାକେଜ୍‌! ପୁରୀ ଜଗନ୍ନାଥ ଧାମ ସହ ପୁରୀ, କୋଣାର୍କ, ବାରାଣସୀ, ଗୟା ବୁଲି ପାରିବେ ଯାତ୍ରୀ; ଜାଣନ୍ତୁ କେତେ ଭଡ଼ା

ଦୀପାବଳି ପର୍ବ ପରେ ଯଦି ଆପଣ ଆସନ୍ତା ନଭେମ୍ବର ମାସରେ କେଉଁଠିକୁ ଯାତ୍ରା କରିବାକୁ ମନ ବଳାଇଛନ୍ତି, ତା’ ହେଲେ ଭାରତୀୟ ରେଲେଓ୍ଵ ଆପଣଙ୍କ ପାଇଁ ଏକ ବଢ଼ିଆ ଟୁର୍‌ ପ୍ୟାକେଜ୍‌ ନେଇ ଆସିଛି। ଏହି ଖାସ୍‌ ପ୍ୟାକେଜ୍‌ରେ ଆପଣମାନଙ୍କୁ ସାଉଥ୍‌ ଇଣ୍ଡିଆ ଯାତ୍ରାର ଲାଭ ଉଠାଇବାର ବିଶେଷ ଅବସର ମିଳି ପାରିବ। ଏଥିରେ ଆପଣ ବହୁତ ଶସ୍ତାରେ ବାରାଣସୀ, ବୈଦ୍ୟନାଥ, ପୁରୀ, ଭୁବନେଶ୍ୱର, କୋଣାର୍କ ଏବଂ ଗୟା ଯାତ୍ରା କରି ଏହି ତୀର୍ଥସ୍ଥାନଗୁଡ଼ିକର ଦର୍ଶନ କରି ପାରିବେ। ଏହି ଯାତ୍ରାର ନାମ ‘ସାଇ ଜଗନ୍ନାଥ ଯାତ୍ରା’ ରଖାଯାଇଛି, ଯାହାକି ଦିଲ୍ଲୀଠାରୁ ଆରମ୍ଭ ହେବ। ଏହା ୭ ରାତି ଓ ୮ ଦିନର ପ୍ୟାକେଜ୍‌ ରହିବ।

IRCTC ନିଜ ଟ୍ଵିଟର ଆକାଉଣ୍ଟରେ ଏହି ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କରିଛି। ‘ସାଇ ଜଗନ୍ନାଥ ଯାତ୍ରା’ ପାଇଁ ୨୮,୫୬୦ ଟଙ୍କା ପ୍ରତି ବ୍ୟକ୍ତି ପିଛା ଭଡ଼ା ରଖାଯାଇଛି। ସୂଚନା ମୁତାବକ, ଏହି ଟୁର୍‌ ପ୍ୟାକେଜ୍‌ ପାଇଁ ଯାତ୍ରୀମାନେ IRCTCର ଅଫିସିଆଲ େଓ୍ଵବ୍‌ସାଇଟ www.irctctourism.com ଯାଇ ଅନଲାଇନ ବୁକିଂ କରି ପାରିବେ। IRCTC ପର୍ଯ୍ୟଟକ ସୁବିଧା କେନ୍ଦ୍ର, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଜୋନାଲ୍‌ କାର୍ଯ୍ୟାଳୟ ଜରିଆରେ ମଧ୍ୟ ବୁକିଂ କରାଯାଇ ପାରିବ।

ଟୁର୍‌ ପ୍ୟାକେଜ୍‌ର ଖାସ୍‌ କଥା

ପ୍ୟାକେଜ୍‌ର ନାମ: Sri Jagannath Yatra (NZBG09)

କେତେ ଦିନର ହେବ ଟୁର୍‌: ୭ ରାତି ଓ ୮ ଦିନ

ପ୍ରସ୍ଥାନ ତାରିଖ: ୮ ନଭେମ୍ବର, ୨୦୨୨

ମିଲ୍‌ ପ୍ଲାନ: ବ୍ରେକ୍‌ଫାଷ୍ଟ, ଲଞ୍ଚ୍‌ ଓ ଡିନର

ବୋର୍ଡିଂ/ଡିବୋର୍ଡିଂ: ଦିଲ୍ଲୀ, ସଫଦରଗଞ୍ଜ, ଗାଜିଆବାଦ, ଅଲିଗଡ଼, ଟୁଣ୍ଡଲା ଓ କାନପୁର ଷ୍ଟେସନ

କେମିତି ରହିବ ଟୁର୍‌ ପ୍ୟାକେଜ

ପ୍ୟାକେଜ୍‌ର ଖର୍ଚ୍ଚ ଦେଖିବା ତ, କନ୍‌ଫର୍ମ କ୍ଲାସ୍‌ରେ ଡବଲ୍‌ ଏବଂ ଟ୍ରିପଲ ଅକ୍ୟୁପେନ୍ସି ଉପରେ ପ୍ରତି ବ୍ୟକ୍ତି ପିଛା ଖର୍ଚ୍ଚ ରହିଛି ୨୮,୫୬୦ ଟଙ୍କା। ସେପଟେ ସିଙ୍ଗଲ ଅକ୍ୟୁପେନ୍ସିର ପ୍ରତି ବ୍ୟକ୍ତି ପିଛା ଖର୍ଚ୍ଚ ୩୨,୮୪୫ ଟଙ୍କା ରଖାଯାଇଛି। ସେହିପରି ୫ରୁ ୧୧ ବର୍ଷର ପିଲାଙ୍କ ପାଇଁ ୨୫,୭୦୫ ଟଙ୍କା ଚାର୍ଜ ରହିଛି।

କେବେଠାରୁ ଆରମ୍ଭ ହେବ ଯାତ୍ରା

ଏହି ଖାସ୍‌ ପ୍ୟାକେଜ୍‌ର ଯାତ୍ରା ଦିଲ୍ଲୀର ସଫଦରଗଞ୍ଜ ରେଲେଓ୍ଵ ଷ୍ଟେସନରୁ ଆରମ୍ଭ ହେବ। ଏହି ଯାତ୍ରା ନଭେମ୍ବର ୮, ୨୦୨୨ରୁ ଆରମ୍ଭ ହେବା ଏହି ପ୍ୟାକେଜ୍‌ରେ ଆପଣଙ୍କ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ ରହିବ। ଆପଣଙ୍କୁ ଖାଦ୍ୟପେୟର କୌଣସି ଚିନ୍ତା କରିବା ଦରକାର ନାହିଁ। ଏହି ପ୍ୟାକେଜ୍‌ ଅଧୀନରେ ‘ଭାରତ ଗୌରବ ଟୁରିଷ୍ଟ ଟ୍ରେନ’ରେ ଯାତ୍ରା କରାଯିବ। ଯାତ୍ରୀମାନେ ଦିଲ୍ଲୀ, ସଫଦରଗଞ୍ଜ, ଗାଜିଆବାଦ, ଅଲ୍ଲୀଗଡ଼, ଟୁଣ୍ଡଲା ଓ କାନପୁର ଷ୍ଟେସନରୁ ବୋର୍ଡିଂ-ଡିବୋର୍ଡିଂ କରି ପାରିବେ।

ଅନ୍ୟପକ୍ଷରେ ଭାରତୀୟ ରେଳ ନିିଜ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା ଯୋଗାଇଥାଏ। ପ୍ରାୟ ସମୟରେ ଟ୍ରେନରେ ଯିବା ଟାଇମିଂକୁ ନେଇ ଅସୁବିଧା ଦେଖାଦିଏ। ବିଳମ୍ବରେ ଟ୍ରେନ ଆସିବା କାରଣରୁ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। ରେଳ ବିଭାଗ ଏବେ ଏକ ଆଧୁନିକ ଟେକ୍ନିକ୍‌ ସାହାଯ୍ୟରେ ୨୭୦୦ ଇଞ୍ଜିନରେ ରିୟଲ ଟାଇମ ଟ୍ରେନ ଇନଫର୍ମେସନ ସିଷ୍ଟମ ବା RTIS ଉପକରଣ ଲଗାଇଛି। ଏହି ସିଷ୍ଟମ ପ୍ରତି ୩୦ ସେକେଣ୍ଡ ବ୍ୟବଧାନରେ ଅପେଡଟ ପ୍ରଦାନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.