ବିଶ୍ୱର ପ୍ରଥମ ଲାଇଫ୍‌ଲାଇନ୍‌ ଏକ୍ସପ୍ରେସ୍‌ ତିଆରି କଲା ଭାରତୀୟ ରେଲୱେ, ଅତ୍ୟାଧୁନିକ ଅପରେସନ୍‌ ଥିଏଟର ସହ ରହିଛି ଅନ୍ୟାନ୍ୟ ସୁବିଧା

ପୂର୍ବରୁ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିବା ଭାରତୀୟ ରେଳ ବିଭାଗ ପୁଣିଥରେ ଆଉ ଏକ ନୂଆ ରେକର୍ଡ ନିଜ ନାଁରେ କରିଛି। ରେଳ ମନ୍ତ୍ରାଳୟ ଅନୁସାରେ ଭାରତୀୟ ରେଲୱେ ଦୁନିଆର ସର୍ବପ୍ରଥମ ହସ୍ପିଟାଲ ଟ୍ରେନ୍‌ ବନାଇ ଇତିହାସ ରଚିଛି। ଏହି ହସ୍ପିଟାଲ ଟ୍ରେନ୍‌ର ନାଁ ଦିଆଯାଇଛି ଲାଇଫ୍‌ଲାଇନ୍‌ ଏକ୍ସପ୍ରେସ।

ଲାଇଫ୍‌ଲାଇନ୍‌ ଏକ୍ସପ୍ରେସ୍‌ରେ ଏକ ହସ୍ପିଟାଲ ଭଳି ସମସ୍ତ ସୁବିଧା ସୁଯୋଗ ରହିଛି। ରେଲ ମନ୍ତ୍ରାଳୟ ଟ୍ଵିଟ୍‌ କରି ଏହି ଟ୍ରେନ୍‌ର ଫଟୋ ସେୟାର କରିଛନ୍ତି। ବିଭାଗ ତରଫରୁ କୁହାଯାଇଛି ଯେ ଏହି ଟ୍ରେନ୍‌ରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ।

ରିପୋର୍ଟ ମୁତାବକ, ଲାଇଫ୍‌ଲାଇନ୍‌ ଏକ୍ସପ୍ରେସ୍‌ ଆସାମର ବଦରପୁର ଷ୍ଟେସନ୍‌ରେ ରହିଛି। ଏହି ହସ୍ପିଟାଲ ଟ୍ରେନ୍‌ରେ ଅତ୍ୟାଧୁନିକ ଟେକ୍ନିକାଲ ଉପକରଣ ଓ ଡାକ୍ତରୀ ଟିମ୍‌ ରହିଛି। ଏଥିରେ ୨ ମଡର୍ଣ୍ଣ ଅପରେସନ୍‌ ଥିଏଟର ଓ ୫ ଅପରେଟିଂ ଟେବୁଲ ସମେତ ଅନ୍ୟାନ୍ୟ ସୁବିଧା ରହିଛି।