ବ୍ୟବସାୟ ଓ ଅର୍ଥନୀତି

ଏହି ଦେଶରେ କାମ ଦେଉଛି ଭାରତୀୟ ମୁଦ୍ରା

ସାଧାରଣ ଭାବେ ବିଦେଶ କୁ ଗଲେ ଆମକୁ ସେହି ଦେଶର କରେନ୍ସି କୁ ନେଇ ଚଳିବାକୁ ପଡିଥାଏ । କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ ମୁଦ୍ରା Rupee କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଚାଲିଥାଏ । ହଁ ଏହା ସତ , ଦୁନିଆରେ କିଛି ଦେଶ ଅଛି ଯେଉଁଠାରେ ଯଦି ଆପଣ ଯାଆନ୍ତି, ତେବେ ଆପଣ ଭାରତୀୟ ଟଙ୍କା ଦେଇ ସିଧାସଳଖ ଜିନିଷ କିଣି ପାରିବେ। ଏଥିପାଇଁ ଭାରତୀୟ ମୁଦ୍ରାକୁ ସେହି ଦେଶର ମୁଦ୍ରାରେ ବଦଳାଇବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କର କିଛି ବି ଅସୁବିଧା ହେବ ନାହିଁ | ଆମେ ଆପଣଙ୍କୁ ଆଜି ଏହାକୁ ନେଇ ପୁରା ତଥ୍ୟ ଦେବୁ ଯେ ଯେଉଁ ଦେଶକୁ ଯାଇ ଆପଣ ଭାରତୀୟ ଟଙ୍କା ବ୍ୟବହାର କରିପାରିବେ । ସେହି ଦେଶ ର ନାମ ଭୁଟାନ ଏବଂ ନେପାଳ | ଯଦି ଆପଣ ଭାରତର ପଡୋଶୀ ଦେଶ ନେପାଳ ଏବଂ ଭୁଟାନକୁ ଯିବାକୁ ଚାହୁଁଛନ୍ତି ଯଦି ତେବେ ଆରାମରେ ଯାଇ ବୁଲିପାରିବେ । ଆପଣ ଭାରତୀୟ ମୁଦ୍ରା ଦେଇ ସିଧାସଳଖ ସେଠାରେ ସପିଂ କରିପାରିବେ ।

ଏହାର କାରଣ ଏବେ ଜାଣନ୍ତୁ । ଭୁଟାନ ସହିତ ଭାରତର ଟଙ୍କା ଫିକ୍ସଡ୍ ହୋଇଛି| ଅର୍ଥାତ୍ ଭାରତୀୟ ଟଙ୍କା ବିନିମୟ ମୂଲ୍ୟରେ କିଛି ପରିବର୍ତ୍ତନ ହୋଇ ନାହିଁ | ଏହି କାରଣରୁ, ଯଦି ଆପଣ ଭୁଟାନକୁ ଯାଆନ୍ତି, ତେବେ ଆପଣ ସେଠାରେ ଆରାମରେ ସପିଂ କରିପାରିବେ | ତଥାପି ଏଥିରେ କିଛି ସର୍ତ୍ତ ରହିଛି ଯାହାକୁ ଆପଣଙ୍କୁ ଫଲୋ କରିବାକୁ ପଡିବ ।

ଏହା ବ୍ୟତୀତ ନେପାଳ ଏବଂ ଭାରତ ମଧ୍ୟରେ ଏକ ବଡ଼ ଧରଣର କାରବାର ହୋଇଥାଏ । ନେପାଳରେ ଚାକିରି ଏବଂ ରୋଜଗାରର ମୁଖ୍ୟ ଉତ୍ସ ହେଉଛି ଭାରତ। ଏହି କାରଣରୁ ସେଠାକାର ଲୋକମାନେ ସହଜରେ ଭାରତୀୟ ଟଙ୍କା ନେଇଥାନ୍ତି। ନେପାଳ-ଭୁଟାନ ବ୍ୟତୀତ ଆଫ୍ରିକାରେ ମଧ୍ୟ ଏପରି ଏକ ଦେଶ ଅଛି ଯେଉଁଠାରେ ଭାରତୀୟ ଟଙ୍କା ଆଇନଗତ ମୁଦ୍ରା ଭାବରେ ଗ୍ରହଣ କରାଯାଇଛି।

ନେପାଳରେ ସପିଂ କରିବାବେଳେ ଆପଣଙ୍କୁ ମନେ ରଖିବାକୁ ହେବ ଯେ ଆପଣ 100 ଟଙ୍କାରୁ ଅଧିକ ନୋଟ୍ ବ୍ୟବହାର କରିବା ଉଚିତ୍ ନୁହେଁ। କାରଣ ନେପାଳକୁ କେବଳ 100 ଟଙ୍କିଆ ନୋଟ୍ ନେବାକୁ ଆରବିଆଇ ଅନୁମତି ଦେଇଥାଏ । ଯଦି ଆପଣ 500 କିମ୍ବା 200 ନୋଟ୍ ନେପାଳକୁ ନେବାକୁ ଚାହୁଁଛନ୍ତି, ତେବେ ଆପଣ କେବଳ 25 ହଜାର ଟଙ୍କା ପର୍ଯ୍ୟନ୍ତ ନେଇପାରିବେ।

ରିପୋର୍ଟ ଅନୁଯାୟୀ, 2021 ମସିହାରେ ନେପାଳରେ 100 ରୁ ଅଧିକ ନୋଟ୍ ଉପରେ ରୋକ ଲଗାଯାଇଥିଲା। ଏହି କାରଣରୁ 100 ରୁ ଅଧିକ ନୋଟ୍ ଉପରେ ଏଠାରେ ନିୟମ ଲାଗୁ ଅଛି । ଯଦି ଆପଣ 100 ରୁ ଅଧିକ ନୋଟ୍ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ |

ତେବେ ବାଂଲାଦେଶ ଏବଂ ମାଲଦ୍ୱୀପର ଅନେକ ସ୍ଥାନରେ ଭାରତୀୟ ଟଙ୍କା କୁ ଗ୍ରହଣ କରାଯାଇଛି । ଭାରତ ଏହି ଦେଶର ଲୋକଙ୍କ ସହ ଏକ ବଡ଼ ଧରଣର କାରବାର କରେ । ତେଣୁ ଯଦି ଆପଣ ଏହି ଦେଶକୁ ଯାଉଛନ୍ତି ତେବେ ଆପଣ ମୁଦ୍ରା ବିନିମୟର ଅସୁବିଧାକୁ ଏଡାଇ ପାରିବେ। ସହଜରେ ବୁଲିପାରିବେ ।

D Sonali

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

30 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

31 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago