ଆଜି ଜବରଦସ୍ତ କମବ୍ୟାକ କରିଛି ଭାରତୀୟ ସେୟାର ମାର୍କେଟ, ସେନସେକ୍ସ ପ୍ରାୟ ୧୨୦୦ ପଏଣ୍ଟ ବୃଦ୍ଧି

ଲହୁଲୁହାଣ ହେବା ପରେ ଭରିଲା କ୍ଷତ। ଆଜି ଜବରଦସ୍ତ କମବ୍ୟାକ କରିଛି ଭାରତୀୟ ସେୟାର ମାର୍କେଟ । ଆଜି ସେନସେକ୍ସ ପ୍ରାୟ ୧୨୦୦ ପଏଣ୍ଟ ବୃଦ୍ଧି ସହ ସକାଳେ ଖୋଲିଥିଲା ମାର୍କେଟ୍ । ସେହିପରି ନିଫ୍ଟି ମଧ୍ୟ ୩୭୦ ପଏଣ୍ଟ ବୃଦ୍ଧି ପାଇଥିଲା । ତେବେ ପରେ ସେନସେକ୍ସ ପୁଣି ଖସିଥିଲା। ପ୍ରାୟ ସମସ୍ତ ଷ୍ଟକ୍ ଗ୍ରୀନ ଜୋନରେ। ହେଭିୱେଟ ସେୟାର ଗୁଡିକ ବଢିଥିବା ଦେଖିବାକୁ ମିଳିଛି । ସେହିପରି ସ୍ମଲ କ୍ୟାପ ଏବଂ ମିଡ କ୍ୟାପ ଷ୍ଟକ ଗୁଡିକ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ଆଜି ନିବେଶକଙ୍କ ପ୍ରାୟ ସାଢ଼େ ଆଠ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ଗତକାଲି ଟ୍ରମ୍ପଙ୍କ ଟାରିଫ ମାଡ଼ରେ ଘାଇଲା ହୋଇଥିଲା ସେୟାର ବଜାର। ନିବେଶକଙ୍କ ୨୦ ଲକ୍ଷ କୋଟି ଉଡ଼ି ଯାଇଥିଲା । କେବଳ ଭାରତ ନୁହେଁ, ପୂରା ବିଶ୍ବରେ ଦୋହଲି ଯାଇଥିଲା ସେୟାର ବଜାର। ଏସିଆରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ସେୟାର ମାର୍କେଟ୍। .