ଜଣନ୍ତୁ କାହିଁକି ବନ୍ଦ ହେଲା ଦେଶର ସର୍ବପ୍ରଥମ ଇଲେକ୍ଟ୍ରିକ କାର

ଦେଶର ସର୍ବ ପ୍ରଥମ ଇଲେକ୍ଟ୍ରିକ କାର ମହିନ୍ଦ୍ରା e20 କୁ କମ୍ପାନୀ ବନ୍ଦ କରିବାକୁ ଯାଉଛି । ଏହାର ବଦଳରେ କମ୍ପାନୀ ନୂଆ ଇଲେକ୍ଟ୍ରିକ କାର KUV 100 ଆଣିବାକୁ ଯାଉଛି । ପ୍ରଥମ କରି କମ୍ପାନୀ ମହିନ୍ଦ୍ରା e20 ୨ ଡୋର ବିଶିଷ୍ଟ କାରକୁ ୨୦୧୩ ମସିହାରେ ଭାରତୀୟ ବଜାରରେ ପ୍ରବେଶ କରାଇଥିଲା । ସେତେବେଳେ ଏହି କାରର ବଜାର ମୂଲ୍ୟ ଥିଲା ୭.୫ ଲକ୍ଷ ଟଙ୍କା। ପରେ ପରେ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ୨୦୧୬ରେ ଏହି କାରକୁ ୪ ଡୋର ବିଶିଷ୍ଟ କରାଇଥିଲା ।mahindra-kuv100କମ୍ପାନୀର କହିବା ମୁତାବକ୍‌ ଧିରେ ଧିରେ ଗ୍ରାହାକଙ୍କ ଚାହିଦା କମିବାରୁ କମ୍ପାନୀ ଏହି କାରକୁ ବନ୍ଦ କରି ତା ପ୍ରତିବଦଳରେ KUV100 ଆଣିବାକୁ ଯାଉଛି । ମାର୍ଚ୍ଚ ୩୧ରେ ଏହି ମହିନ୍ଦ୍ରା e20 କାରର ଶେଷ ୟୂନିଟ କମ୍ପାନୀ ପ୍ରସ୍ତୁତ କରିଥିଲା । 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.