କ’ଣ ପାଇଁ ବନ୍ଦ ହୋଇଗଲା ଭାରତର ସବୁଠୁ ବଡ଼ ଡୋମେନ୍ କମ୍ପାନୀ Net4India, ଚିନ୍ତାରେ ଲକ୍ଷାଧିକ ଗ୍ରାହକ

ନୂଆଦିଲ୍ଲୀ : ଭାରତର ସବୁଠୁ ବଡ଼ ଡୋମେନ୍ ରେଜିଷ୍ଟାର କମ୍ପାନୀ ହେଉଛି Net4India ହଠାତ୍ ବନ୍ଦ ହୋଇଯାଇଛି । ଯାହାକୁ ନେଇ ଗ୍ରାହକମାନେ ବହୁତ ଚିନ୍ତାରେ ଅଛନ୍ତି । ସୂଚନାନୁଯାୟୀ ଦିଲ୍ଲୀର Net4India ନାମକ ଏହି କମ୍ପାନୀ ଦେବାଳିଆ ହୋଇଯାଇଛି । ବନ୍ଦ ହେବା ନେଇ Net4India କମ୍ପାନୀ ତରଫରୁ କୈାଣସି ଫୋନ୍ କିମ୍ପା ଇ-ମେଲ୍ର ଉତ୍ତର ଦିଆଯାଉନାହିଁ ବୋଲି ୟୁଜର୍ସମାନେ ଅଭିଯୋଗ କରିଛନ୍ତି ।
ପ୍ରକାଶଯୋଗ୍ୟ ଯେ Net4India ଏକ ଡୋମେନ୍ ରେଜିଷ୍ଟର କମ୍ପାନୀ । ଯାହା ପାଖରେ ୯୦ ହଜାର େଓ୍ଵବ୍ସାଇଟ ହୋଷ୍ଟିଙ୍ଗ୍, ୧.୫ ମିଲିୟନ୍ କର୍ପୋରେଟର ଇମେଲ୍ ଏବଂ ୩ ଲକ୍ଷ ୭୫ ହଜାର ଡୋମେନ୍ ରେଜିଷ୍ଟର ହୋଇଛି । କମ୍ପାନୀର େଓ୍ଵବ୍ସାଇଟ୍ ଏବେ ଆଉ ଖୋଲୁନାହିଁ ।
Net4India ଠାରୁ ଡୋମେନ୍ ନେଇଥିବା ଲୋକମାନେ ଅଭିଯୋଗ କରିଛନ୍ତି ଯେ ବିନା ନୋଟିସ୍ କିମ୍ବା ପୂର୍ବ ସୂଚନା ନଦେଇ ଡୋମେନକୁ ବନ୍ଦ କରିଦିଆଯାଇଛି ।
Save us from #Net4India. When India is working virtually Net4 has disappeared illegally, putting thousands in misery in these hard times. Please let us transfer our domains. @rsprasad@SanjayDhotreMP@ICANN@NDTV@News18
— Prasansa Sunami (@prasansasunami) September 5, 2020
ମାଇକୋସପ୍ଟର ଗୋଲ୍ଡ ପାର୍ଟନର ହେଉଛି Net4India କମ୍ପାନୀ । ୧୯୮୫ ମସିହାରେ ଇଣ୍ଟରନେଟ୍ ଯୋଗାଉଥିବା Net4India କମ୍ପାନୀ ଆରମ୍ଭ ହୋଇଥିଲା । ପରେ ଏହା ଏକ ଡୋମେନ ରେଜିଷ୍ଟର କମ୍ପାନୀ ଭାବେ ବଦଳିଗଲା । ଏହା ଜରିଆରେ ଲକ୍ଷ ଲକ୍ଷ ଲୋକ .com, .net ଭଳି ଡୋମେନ୍ ବୁକ୍ କଲେ । ୨୦୧୧ ପର୍ଯ୍ୟନ୍ତ ଏହି କମ୍ପାନୀ ଲାଭରେ ଥିଲା ।
୨୦୧୩ରେ ଏହାକୁ ଷ୍ଟେଟ୍ ବ୍ୟାଙ୍କ୍ ନନ୍ ପରଫରମିଙ୍ଗ୍ ଆସେଟ୍ ଭାବେ ଘୋଷଣା କରିଦେଲା । ଯାହା ଫଳରେ କମ୍ପାନୀ ଉପରେ ୧୯୦ କୋଟି ଟଙ୍କା କରଜ ହୋଇଗଲା । ୨୦୧୭ ପ୍ରଥମ ୩ମାସରେ କମ୍ପାନୀକୁ ୪.୨୨ କୋଟି ଟଙ୍କାର କ୍ଷତି ହେଲା । ଏବେ ବମ୍ବେ ଷ୍ଟକ୍ ଏକ୍ସେଞ୍ଜ ଲିଷ୍ଟରୁ ଏହାର ନାମ ହଟାଇ ଦିଆଯାଇଛି । କମ୍ପାନୀ ବନ୍ଦ ହେବା ପରେ କିଛି ଗ୍ରାହକ ICANN ରେ ଅଭିଯୋଗ କରିଥିବା ଜଣାଯାଇଛି ।
ପ୍ରକାଶଯୋଗ୍ୟ ଯେ ICANN ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଯେଉଁଠି ଇଣ୍ଟରନେଟ୍ ପ୍ରୋଟକଲ୍(IP), କଣ୍ଟ୍ରି କୋଡ୍(ccTLD) ଏବଂ ଟପ୍ ଲେବଲ୍ ଡୋମେନର ମ୍ୟାନେଜମେଣ୍ଟ ଅଧିକାର ରହିଛି ।