ଖୁସି ଖବର: ଯାତ୍ରୀଙ୍କୁ ଟିକେଟ ପଇସା ରିଫଣ୍ଡ କରୁଛି ଇଣ୍ଡିଗୋ, ୩୧ ଜାନୁଆରୀକୁ ଆକାଉଣ୍ଟରେ ହେବ କ୍ରେଡିଟ୍

କରୋନା ସମୟରେ ଲକଡାଉନ ବେଳେ ଅନେକ ଯାତ୍ରୀ ବିମାନ ଟିକେଟ ବୁକିଂ କରିଥିଲେ। ଏବେ ସେହି ଯାତ୍ରୀଙ୍କୁ ଟିକେଟ୍ ପଇସା ଫେରାଉଛି ଇଣ୍ଡିଗୋ ଏୟାରଲାଇନ୍ । ଇଣ୍ଡିଗୋ ସେହି ବିମାନଯାତ୍ରୀଙ୍କୁ ପଇସା ରିଫଣ୍ଡ କରୁଛି ଯେଉଁମାନେ ଟିକେଟ୍ ବୁକ୍ କରିଥିଲେ କିନ୍ତୁ କରୋନା ସଙ୍କଟ ଯୋଗୁଁ ଫ୍ଲାଇଟ୍ ରଦ୍ଦ ହୋଇଯାଇଥିଲା ଏବଂ ସେମାନେ ଯାତ୍ରା କରିପାରିନଥିଲେ । ଏହି ଯାତ୍ରୀମାନଙ୍କୁ ଇଣ୍ଡିଗୋ ୩୧ ଜାନୁୟାରୀ ୨୦୨୧ ଭିତରେ ସମ୍ପୂର୍ଣ୍ଣ ପୈଠ କରିଦେବ ।

ମାର୍ଚ୍ଚରେ କରୋନା ଭାଇରସ ମହାମାରୀ ବ୍ୟାପିବା କାରଣରୁ ବିମାନସେବାକୁ ବନ୍ଦ କରିଦିଆଯାଇଥିଲା । ଏହି କାରଣରୁ ହଜାର ହଜାର ବିମାନଯାତ୍ରୀଙ୍କ ଟିକେଟ୍ ରଦ୍ଦ ହୋଇଯାଇଥିଲା । ଏହା ପରେ ଏୟାରଲାଇନ୍ ପଇସା ରିଫଣ୍ଡ କରିବା ବଦଳରେ ରଦ୍ଦ ଟିକେଟମାନଙ୍କୁ ‘କ୍ରେଡିଟ୍ ସେଲ୍’ କରିଥିଲା । ଏହି କ୍ରେଡିଟ୍ ସେଲ୍ ବ୍ୟବହାର କରି ସେହି ଯାତ୍ରୀ ଭବିଷ୍ୟତରେ ଫ୍ଲାଇଟ୍ ବୁକିଂ କରି ଯାତ୍ରା କରିପାରିବେ । ଏହି ବାବଦରେ ହଜାରେ କୋଟି ଟଙ୍କା ଇଣ୍ଡିଗୋ ରିଫଣ୍ଡ କରିବ। ଯାତ୍ରୀଙ୍କୁ ରିଟର୍ଣ୍ଣ କରିବାକୁ ଥିବା ରାଶିର ଏହା ୯୦ ପ୍ରତିଶତ । ଇଣ୍ଡିଗୋର ସିଇଓ ରୋନୋଜୟ ଦତ୍ତା କହିଛନ୍ତି କି ଲକଡାଉନ ଯୋଗୁଁ ମାର୍ଚ୍ଚର ଶେଷରେ ଏୟାରଲାଇନର ପରିଚାଳନା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଯେହେତୁ ଆୟ ବନ୍ଦ ହୋଇଯାଇଥିଲା ତେଣୁ ଆମେ ଯାତ୍ରୀଙ୍କୁ ପଇସା ଫେରାଇ ପାରୁନଥିଲୁ ।

flight indigo

ଅକ୍ଟୋବରରେ ସୁପ୍ରିମକୋର୍ଟ ସମସ୍ତ ଯାତ୍ରୀଙ୍କୁ ପଇସା ରିଫଣ୍ଡ କରିବା ନେଇ ସମସ୍ତ ଏୟାରଲାଇନ୍ସକୁ ଆଦେଶ ଦେଇଥିଲେ । ମାର୍ଚ୍ଚ ୨୫ରୁ ୨୪ ମଇ ଭିତରେ ଯାତ୍ରା ପାଇଁ ବୁକ୍ ହୋଇଥିବା ଟିକେଟର ରିଫଣ୍ଡ କ୍ୟାନ୍ସଲେସନର ୩ ସପ୍ତାହ ମଧ୍ୟରେ ହେବା ଉଚିତ୍ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.