ଜମ୍ମୁ-କଶ୍ମୀର: ଇଣ୍ଡିଗୋ ନେଲା ଏହି ବଡ ନିଷ୍ପତ୍ତି, ଦୂରତା ଅନୁସାରେ ଦେବାକୁ ପଡିବ ବିମାନ ଭଡା

ଶ୍ରୀନଗର: ବିମାନ କମ୍ପାନୀ ଇଣ୍ଡିଗୋ ୧୦ ଅଗଷ୍ଟ ଯାଏ ଶ୍ରୀନଗର ବିମାନ ବନ୍ଦରରୁ ଯାତ୍ରା କରିବାକୁ ଥିବା ସମସ୍ତ ବିମାନର ଦୂରତା ହିସାବରେ ଭଡା ଦେବାକୁ ପଡିବା ନେଇ ନିଷ୍ପତ୍ତି ନେଇଛି । ଏହି ଭଡା ଦେବା ନେଇ, ଇଣ୍ଡିଗୋ ଏମିତି ସମୟରେ ଲାଗୁ କରିଛି ଯେଉଁ ସମୟରେ ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ଆତଙ୍କୀ ଆକ୍ରମଣ ଯୋଜନା ହୋଇଥିବା ନେଇ ଅମରନାଥ ଯାତ୍ରୀଙ୍କୁ ଏବଂ ପର୍ଯ୍ୟଟକଙ୍କୁ ଘାଟିରୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ଜମ୍ମୁ କଶ୍ମୀରରେ ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଜାରି ହୋଇଥିବା ଆଡଭାଇଜରୀ ପର ଠାରୁ ବିମାନ ଟିକେଟ ବୁକିଂ ସଂଖ୍ୟା ବଢିବାରେ ଲାଗିଥିଲା । ଏମିତିରେ ସିଭିଲ୍ ଆଭିଏସନ୍ ପିଲିଗ୍ରିମ୍ ଏବଂ ଟୁରିଷ୍ଟ ମନ୍ତ୍ରାଳୟ ସବୁ ଏୟାରଲାଇନ୍ସର ଭଡାକୁ ନିୟମିତ କରିବା ପାଇଁ ଦିର୍ଦ୍ଦେଶ ଦେଇଛନ୍ତି ।

indigo2ଏହି ପରିପେକ୍ଷୀରେ ବିମାନ କମ୍ପାନୀ ପକ୍ଷରୁ କହାଯାଇଛି କି, ୧୦ ଅଗଷ୍ଟ ଯାଏ ଶ୍ରୀନଗର ବିମାନ ବନ୍ଦରରୁ ୫୦୦ କିମିର ଯାତ୍ରା ପାଇଁ ଅଧିକ ୬ହଜାର ଟଙ୍କା ଲାଗିବ । ଇଣ୍ଡିଗୋ କହିଛି କି, ୫୦୧-୭୫୦ କିମି ଯାତ୍ରା ପ୍ରତି ୭୫୦୦ ଟଙ୍କା, ୭୫୧-୧୦୦୦ କିମି ତଥା ୧୦୦୧-୧୩୦୦ କିମି ପ୍ରତି କ୍ରମଶଃ ୯ହଜାର ଟଙ୍କା ଏବଂ ୧୨୦୦୦ ଟଙ୍କା ଅଧିକ ଭଡା ଲାଗିବ । ଶ୍ରୀନଗର ବିମାନ ବନ୍ଦରରେ ୧୩୦୦ କିମିରୁ ଅଧିକ ଯାତ୍ରା ଉପରେ ୧୫୦୦୦ ଟଙ୍କା ଅଧିକ ଭଡା ଦେବାକୁ ପଡିବ ।

ଏହାପୁର୍ବରୁ ପ୍ରଥମେ ଏୟାର ଇଣ୍ଡିଆର ପ୍ରବକ୍ତା ଧନଞ୍ଜୟ କୁମାର କହିଥିଲେ କି, ଏୟାର ଇଣ୍ଡିଆ ଶ୍ରୀନଗର ଯିବା ଏବଂ ଆସିବାକୁ ଥିବା ସବୁ ଉଡାଣ ବାବଦକୁ ଭଡା ୯୫୦୦ ଟଙ୍କା ଦେବାକୁ ନିଷ୍ପତି ନେଇଥିଲା । ଅନ୍ୟପଟେ ଶ୍ରୀନଗର ରୁ ଦିଲ୍ଲୀ ବିମାନର ଭଡା ୬୭୧୫ ଟଙ୍କା ଏବଂ ଦିଲ୍ଲୀରୁ ଶ୍ରୀନଗରର ଭଡା ୬୮୯୯ ଟଙ୍କା ନଷ୍ପତି ହୋଇଥିଲା ।

Indigoଶ୍ରୀନଗର ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି କି, ବାୟୁସେନା ବିମାନ ସି-୧୭ ଗ୍ଳୋବମାଷ୍ଟରକୁ ସେବାରେ ଲଗାଯାଇଛି । ୩୦୦ରୁ ଅଧିକ ଯାତ୍ରୀଙ୍କୁ ଏହି ବିମାନରେ ପଠାଇ ଦିଆଯାଇଛି । ସବୁ ଅଧିକାରୀ ମାନଙ୍କୁ କୁହାଯାଇଛି କି, ସମସ୍ତେ ସବୁ ଅଞ୍ଚଳ ବୁଲି ଏହା ସୁନିଶ୍ଚିତ କରିବେ କି ଯେପରି କୌଣସି ବି ପର୍ଯ୍ୟଟକ ନରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.