କ୍ରିସ୍‌ମାସ, ନୂଆବର୍ଷରେ ଇଣ୍ଡିଗୋ ଆଣିଲା ସେଲ୍‌, ୮୯୯ ଟଙ୍କାରେ କରନ୍ତୁ ଘରୋଇ ରୁଟ୍‌ରେ ବିମାନ ଯାତ୍ରା

କ୍ରିସ୍‌ମାସ ଏବଂ ନୂଆବର୍ଷର ଖାସ୍‌ ମଉକାରେ ଦେଶର ସବୁଠାରୁ ବଡ଼ ଘରୋଇ ଏୟାରଲାଇନ୍‌ କମ୍ପାନୀ ‘ଇଣ୍ଡିଗୋ’ ୪ ଦିନର ସେଲ୍‌ ଘୋଷଣା କରିଛି। କମ୍ପାନୀ କିଛି ବଛା ବଛା ଘରୋଇ ରୁଟ୍‌ରେ ୮୯୯ ଟଙ୍କାରେ ପ୍ଲେନ୍‌ ଯାତ୍ରାର ମଉକା ଦେଉଛି। ଏଠି ଅନ୍ତରାଷ୍ଟ୍ରୀୟ ଉଡ଼ାଣ ପାଇଁ ୨,୯୯୯ ଟଙ୍କାରେ ଟିକେଟ୍‌ ବୁକ୍‌ କରାଯାଇ ପାରିବ।

ସୋମବାରରୁ ଆରମ୍ଭ ହେଉଛି ସେଲ୍‌

କମ୍ପାନୀର େଓ୍ଵବ୍‌ସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଏହି ସେଲ୍‌ ସୋମବାର ୨୩ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି ଏବଂ ଏହା ୨୬ ଡିସେମ୍ବର ରାତି ୧୧ଟା ୫୯ ପଯ୍ୟର୍ନ୍ତ ଉପଲବ୍ଧ ରହିବ। ଯାତ୍ରୀମାନେ ବୁକ୍‌ କରିଥିବା ଟିକେଟ୍‌ ଉପରେ ୧୫ ଜାନୁୟାରୀରୁ ୧୫ ଏପ୍ରିଲ ୨୦୨୦ ପଯ୍ୟର୍ନ୍ତ ଯାତ୍ରା କରିପାରିବେ।

in11

‘ପ୍ରଥମେ ଆସ, ପ୍ରଥମେ ପାଅ’

କମ୍ପାନୀ କହିଛି, ଏହି ଅଫର୍‌ରେ ବହୁତ ସୀମିତ ମାତ୍ରାରେ ସିଟ୍‌ ଉପଲବ୍ଧ ରହିଛି। ଏଥିପାଇଁ ‘ପ୍ରଥମେ ଆସ, ପ୍ରଥମେ ପାଅ’ ଆଧାରରେ ଯାତ୍ରୀମାନଙ୍କୁ ରିହାତିରେ ଟିକେଟ୍‌ ବୁକ୍‌ କରିବାର ଅନୁମତି ମିଳିବ। ଯଦି ସିଟ୍‌ ଖାଲି ରହିବ, ସେତେବେଳେ ଯାତ୍ରୀମାନେ ଶସ୍ତା ଦରରେ ଟିକେଟ୍‌ ବୁକ୍‌ କରିପାରିବେ। ଟିକେଟ୍‌ ବୁକ୍‌ କରିବା ଉପରେ ଯାତ୍ରୀମାନଙ୍କଠାରୁ କୌଣସି ପ୍ରକାର କିଛି ସୁବିଧା ଶୁଳ୍କ ନିଆଯିବନି, ଯଦି ଯାତ୍ରୀମାନେ ଇଣ୍ଡିଗୋ େଓ୍ଵବ୍‌ସାଇଟ୍‌ କିମ୍ବା ମୋବାଇଲ୍‌ ଆପ୍‌ରେ ଏହାର ବୁକିଂ କରନ୍ତି।

କମ୍ପାନୀ ରୁଟ୍‌ସ କହିନି

କେଉଁ କେଉଁ ରୁଟ୍‌ରେ ଯାତ୍ରୀମାନେ ଶସ୍ତା ଟିକେଟ ବୁକ୍‌ କରିବାର ମଉକା ପାଇବେ, ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନି। କମ୍ପାନୀ କହିଛି, ଏହି ଅଫର୍‌କୁ କୌଣସି ଅନ୍ୟ ସ୍କିମ୍‌, ପ୍ରମୋଶନ, ଗ୍ରୁପ୍‌ ବୁକିଂ ସହ ନିଆଯାଇପାରିବ ନାହିଁ। ସେହିପରି ଟିକେଟ୍‌ ବୁକ୍‌ ହେବା ପରେ ଏହାକୁ ଟ୍ରାନ୍ସଫର, ଏକ୍ସଚେଞ୍ଜ କରାଯାଇପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.