ଇଣ୍ଡିଗୋର ଜବରଦସ୍ତ ଅଫର: ବର୍ଷେ ପର୍ଯ୍ୟନ୍ତ ମାତ୍ର ୧୬୧୬ ଟଙ୍କାରେ କରିପାରିବେ ବିମାନ ଯାତ୍ରା, ଆଜି ହିଁ କରନ୍ତୁ ବୁକିଂ

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ଖୁସି ଖବର। ବିମାନରେ ଯାତ୍ରା କରିବା ପାଇଁ ଇଣ୍ଡିଗୋ ଆଣିଛି ଦମଦାର ଅଫର। ଇଣ୍ଡିଗୋ ଦେଶରେ ୧୬ ବର୍ଷ ପୂରଣ କରିବା ଅବସରରେ ଘରୋଇ ରୁଟସରେ ‘Sweet16’ ଅଫର ଆଣିଛି। ଯେଉଁଥିରେ ମାତ୍ର ୧୬୧୬ ଟଙ୍କାରେ ଆପଣ ବିମାନ ଯାତ୍ରା କରିପାରିବେ। ଏହି ଅଫର ଆଜିଠାରୁ ଆରମ୍ଭ ହେଉଛି। ଏହା ୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହି ଅଫରରେ ବିମାନ ଟିକେଟ ବୁକିଂ କରୁଥିବା ଯାତ୍ରୀଙ୍କୁ ୧୮ ଅଗଷ୍ଟ ୨୦୨୨ରୁ ଜୁଲାଇ ୧୬, ୨୦୨୩ ପର୍ଯ୍ୟନ୍ତ ଯାତ୍ରା କରିପାରିବେ।

ଇଣ୍ଡିଗୋ ନିଜ େଓ୍ଵବସାଇଟରେ ଏହି ସୂଚନା ଦେଇଛି। ଇଣ୍ଡିଗୋ ଦ୍ୱାରା ଏହି ଅଫର ଦିଆଯାଇଛି। ଯେଉଁଥିରେ ଭାରତର କେଉଁ ସ୍ଥାନକୁ ଆପଣ ମାତ୍ର ୧୬୧୬ ଟଙ୍କାରେ ଯାତ୍ରା କରିପାରିବେ। ୩ ଅଗଷ୍ଟରୁ ୫ ଅଗଷ୍ଟ ଭିତରେ ଆପଣ ବର୍ଷକ ପାଇଁ ଟିକେଟ ବୁକିଂ କରିପାରିବେ। ଆଉ ଏହି ଯାତ୍ରା ଆପଣ ୧୮ ଅଗଷ୍ଟ ୨୦୨୨ରୁ ଆରମ୍ଭ କରି ୧୬ ଜୁଲାଇ ୨୦୨୩ ମଧ୍ୟରେ କେଉଁ ସ୍ଥାନକୁ ବି କରିପାରିବେ। ଇଣ୍ଡିଗୋ ନିଜ ଟ୍ଵିଟ୍‌ରେ ଲେଖିଛି କି ‘IndiGo’s Sweet 16’ ସେଲ୍‌ ଅଫରରେ ବୁକିଂ କରିଦିଅନ୍ତୁ।


କିନ୍ତୁ ଏହି ଅଫରରେ କେତୋଟି ସିଟସ୍‌ ମିଳିବ ତାହା ଇଣ୍ଡିଗୋ ସୂଚନା ଦେଇନାହିଁ। ଏୟାରଲାଇନ୍ସ କହିଛି କି, ଲିମିଟେଡ୍‌ ଇନଭେଣ୍ଟାରୀ ଡିସକାଉଣ୍ଟ ସିଟ୍‌ ଉପଲବ୍ଧତା ଉପରେ ନିର୍ଭର କରିବ। ଯାହା ଇଣ୍ଡିଗୋର ନିଜସ୍ୱ ମତ ହେବ। ଏହାଛଡା ଇଣ୍ଡିଗୋ କହିଛି କି, କୌଣସି ପ୍ରକାର ଅଫର, ପ୍ରମୋସନ ସହିତ ଏହି ଅଫରକୁ ଏକାଠି କରାଯାଇପାରିବ ନାହିଁ। ଏହି ଅଫରକୁ ଆପଣ ଟ୍ରାନ୍ସଫର କରିପାରିବେ ନାହିଁ କିମ୍ବା ଏକ୍ସଚେଞ୍ଜ ମଧ୍ୟ କରିପାରିବେ ନାହିଁ। ଏହାକୁ ପରେ କ୍ୟାନସଲ କଲେ ମଧ୍ୟ ପଇସା ରିଫଣ୍ଡ ମିଳିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.