୧୦% କର୍ମଚାରୀଙ୍କୁ ଛଟେଇ କରିବ ଆଇଟି କମ୍ପାନୀ ଇନଫୋସିସ୍!

ଆଇଟି କ୍ଷେତ୍ରର ସବୁଠାରୁ ବଡ କମ୍ପାନୀ ଭାବେ ପରିଚିତ ଇନଫୋସିସ୍ ମଧ୍ୟ ଛଟେଇ ପ୍ରକ୍ରିୟାରେ ନିଜକୁ ସାମିଲ୍ କରିଛି । କମ୍ପାନୀ ବର୍ତ୍ତମାନ ବହୁ ମାତ୍ରାରେ ନିଜର କର୍ମଚାରୀ ମାନଙ୍କୁ ଛଟେଇ କରିବା ଆରମ୍ଭ କରିଛି । ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସେ ଛଟେଇ କରୁଥିବାବେଳେ ବିଶେଷ ଭାବେ ସିନିୟର ଏବଂ ମଧ୍ୟମ ଲେବଲ ସ୍ତରରେ ଏହି ପ୍ରକ୍ରିୟା କରୁଥିବା ଜଣାପଡିଛି। କମ୍ପାନୀ ନିଜର ୱାର୍କଫୋର୍ସର ୧୦ ପ୍ରତିଶତ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି ।
ଏହି ଛଟେଇ ପ୍ରକ୍ରିୟାରେ ଲେବଲ୍ 6(JL6) ରୁ ପାଖାପାଖି ୨୨୦୦ କର୍ମଚାରୀଙ୍କୁ ବାହାର କରାଯିବ । JL6, JL7 ଏବଂJL8 ବ୍ୟାଣ୍ଡସ୍ କମ୍ପାନୀରେ ସମୁଦାୟ ୩୦,୦୯୨ କର୍ମଚାରୀ କାମ କରନ୍ତି । ସୂଚନା ମୁତାବକ କମ୍ପାନୀ JL 3 ଏବଂ ତାଠାରୁ ତଳ ଲେବଲ୍ ରେ ନିଜର ୱାର୍କଫୋର୍ସ ର ୨-୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ । ଅର୍ଥାତ୍ ଏହି ଲେବଲରେ ସମୁଦାୟ ୪ହଜାର ରୁ ୧୦ହଜର କର୍ମଚାରୀଙ୍କୁ ବାହାର କରାଯାଇପାରେ ।
ଏହାସହ ପଢନ୍ତୁ:
ନଭେମ୍ବରରେ ୮ ଦିନ ନୁହେଁ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ସାରିଦିଅନ୍ତୁ ଜରୁରୀ କାମ
ଇନଫୋସିସ୍ ରେ ୮୬,୫୫୮ କର୍ମଚାରୀ ଏବଂ ଆସୋସିଏଟ୍ ଏବଂ ମିଡିଲ୍ ବ୍ୟାଣ୍ଡରେ ମିଶି ପ୍ରାୟ ୧.୧ଲକ୍ଷ କର୍ମଚାରୀ କାମ କରୁଛନ୍ତି।
କମ୍ପାନୀର ଶୀର୍ଷ ସ୍ତରରେ ୯୭୧ଜଣ ଅଧିକାରୀ ଅଛନ୍ତି । ଆସିଷ୍ଟାଣ୍ଟ,ଭାଇସ୍ ପ୍ରେସିଡେଣ୍ଟ, ଏକ୍ସିକ୍ୟୁଟିଭ୍, ଭଳି ଶିର୍ଷ ଅଧିକାରୀଙ୍କୁ ବାହାରର ରାସ୍ତା ଦେଖା ଯିବ। ଏହି ଲେବଲ୍ ରେ ପାଖାପାଖି ୫୦ କର୍ମଚାରୀ ବିଦା ହୋଇପାରନ୍ତି ।