ଆମେରିକାର ଡାଟା ଆନାଲିଟିକ୍ସ କମ୍ପାନୀ Blue Acornକୁ କିଣିବ ଇନ୍‌ଫୋସିସ, ଖର୍ଚ୍ଚ କରିବ ୯୦୦ କୋଟି

ଖୁବଶୀଘ୍ର infosys ଆମେରିକୀୟ କମ୍ପାନୀ Blue Acorn iCi କୁ କିଣିବାକୁ ଯାଉଛି। ଏନେଇ infosys ଘୋଷଣା କରିଛି। ଏଥିପାଇଁ ୮୫୦ ରୁ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବ ଇନ୍‌ଫୋସିସ। Blue Acorn iCi ଆମେରିକାରେ ଏଡୋବର ପ୍ଲାଟିନମ୍ ପାର୍ଟନର ଏବଂ ଡିଜିଟାଲ କଷ୍ଟମର ଏକ୍ସପିରିୟନ୍ସ, କମର୍ସ ଓ ଆନାଲିଟିକ୍ସ ସର୍ଭିସେଜ୍ ପ୍ରଦାନ କରେ। ଇମ୍ଫୋସିସ୍ କହିଛି କି ଏହି ଅଧିଗ୍ରହଣ ଫଳରେ ସେ ନିଜ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିପାରିବ।

ଏହି ଡିଲରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କ CG Petsky Prunier, Blue Acorn iCiର ଟ୍ରାଞ୍ଜାକ୍ସନ ଆଡଭାଇଜର। ସୂଚନା ଅନୁସାରେ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସିକରେ ଇନ୍‌ଫୋସିସ ଏହି ଡିଲ୍ ପୂରା କରିପାରେ। ଇମ୍ଫୋସିସ୍ ଏହା ପୂର୍ବର Wongdoody ଅଧିଗ୍ରହଣ କରିଥିଲା ଯାହାକି କ୍ରିଏଟିଭ୍ ଓ ମାର୍କେଟିଂ ସର୍ଭିସ ଯୋଗାଏ। ନୂଆ ଚୁକ୍ତି ଫଳରେ ଏଥିରେ ମଧ୍ୟ ବହୁତ ଲାଭ ହେବା ସହ ସେବା ମଧ୍ୟ ମଜଭୁତ ହେବା ସମ୍ଭାବନା ରହିଛି।

info

ଏହା ପୂର୍ବରୁ ଇନ୍‌ଫୋସିସ ୟୁରୋପର ଟପ୍ କନସଲଟେନ୍ସି କମ୍ପାନୀ GuideVisionର ଅଧିଗ୍ରହଣ ନେଇ ଘୋଷଣା ଏହି ଅଧିଗ୍ରହଣ ପ୍ରକ୍ରିୟା ୨୦୨୧ରେ ଶେଷ ଆଡକୁ ପୂରଣ ହୋଇପାରେ ବୋଲି ଆଶା ରହିଛି। ଇନ୍‌ଫୋସିସ କହିଥିଲା ଯେ, ସେ ପ୍ରାୟ ୨୬୦.୪ କୋଟି ଟଙ୍କାରେ କମ୍ପାନୀକୁ ହସ୍ତଗତ କରିବ। ସେ ଷ୍ଟକ୍ ମାର୍କେଟକୁ ଜଣାଇଥିଲା ଯେ ତାର ସହଯୋଗୀ କମ୍ପାନୀ Infy Consulting Company Ltd ଏହି ଅଧିଗ୍ରହଣ ପୂରା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.