ଗ୍ରାଜୁଏସନ କରିଥିଲେ ଇନଫୋସିସରେ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କେମିତି କରିବେ

ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ଯଦି ଏପରି କରୁଥାନ୍ତି, ତେବେ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ଇନଫୋସିସ ପକ୍ଷରୁ ବିଭିନ୍ନ ପଦବୀରେ ଆବେଦନ ଗ୍ରହଣ କରୁଛି। ଗ୍ରାଜୁଏସନ କରିବା ପରେ ଯଦି ଆପଣ ଚାକିରି ଖୋଜୁଥାନ୍ତି, ତେବେ ଇନଫୋସିସ ସୁଯୋଗ ଦେଉଛି। ଇନଫୋସିସ କମ୍ପାନୀ ଏଜ୍ୟୁକିଟିଭ ପଦବୀରେ ଆବେଦନ ଗ୍ରହଣ କରୁଛି। ଏହି ଭର୍ତ୍ତି ବାଙ୍ଗାଲୁରୁ ସ୍ଥିତ ଇନଫୋସିସରେ ହେବ। ଆବଶ୍ୟକତା ପଡିବା ଦ୍ୱାରା ପ୍ରାର୍ଥୀଙ୍କ ପୋଷ୍ଟିଂ ଅନ୍ୟ କୌଣସି ସ୍ଥାନକୁ ବଦଳି ହୋଇପାରିବ।
ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ୱବିଦ୍ୟାଳୟରୁ କଳା, ବାଣିଜ୍ୟ, ଟେକ୍ନୋଲୋଜିରେ ସ୍ନାତକ କରିଥିବା ଜରୁରୀ। ଏହି ପଦବୀ ପାଇଁ ଫ୍ରେସରର୍ସ ମଧ୍ୟ ଆବେଦନ କରିପାରିବେ।
ଆବେଦନ ପ୍ରକ୍ରିୟା:
ପ୍ରଥମେ ଇନଫୋସିସର ୱେବସାଇଟ୍କୁ ଯାଆନ୍ତୁ।
ୱେବସାଇଟରେ ଦିଆଯାଇଥିବା କଣ୍ଟେଷ୍ଟ ଫର୍ମ ଗ୍ରହଣ କରନ୍ତୁ।
ନିଜର ପ୍ରୋଫାଇଲ ପୂରଣ କରିବା ପରେ ସିଭିକୁ ଅପଲୋଡ୍ କରନ୍ତୁ।
ତା’ ପରେ ଆପ୍ଲାଏ ନାଓରେ କ୍ଲିକ କରି ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।
ଏହା ପରେ ଯେଉଁ ପ୍ରାର୍ଥୀଙ୍କୁ ଏକ ଆଇଡି ମିଳିବ। ଏହି ଆଇଡି ପ୍ରାର୍ଥୀଙ୍କୁ ଇମେଲ ଜରିଆରେ ପଠାଯିବ। ଏହି ଆଇଡି ଜରିଆରେ ନିଜର ଆପ୍ଲିକେସନ ଫର୍ମର ଷ୍ଟାଟସ ଜାଣିପାରିବେ।
ଚୟନ: ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:
https://career.infosys.com/jobdesc?jobReferenceCode=PROGEN-External-117016