ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ ଅନ୍ତରାଷ୍ଟ୍ରୀୟ ବିମାନ ସେବା

କରୋନା ମହାମାରୀ କାରଣରୁ ପ୍ରାୟ ଦୁଇ ବର୍ଷ ହେବ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ରୋକ ଲାଗିଥିଲା ।  କିନ୍ତୁ ମିଳିଥିବା ଖବରରୁ ଜଣାଯାଇଛିକି ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ପୁଣି ଥରେ ଦେଶରେ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଆରମ୍ଭ ହେବ ।  ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରି ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।  ପ୍ରକୃତରେ କରୋନାର ପ୍ରାଦୁର୍ଭାବ କମି ଥିବାରୁ ସରକାର ଏହି ଘୋଷଣା କରିଥିବା ଜଣାଯାଇଛି ।  ଏଣିକି ମାର୍ଚ୍ଚ ୨୭ ତାରିଖରୁ ଯାତ୍ରୀ ମାନେ ସହଜରେ ବିଦେଶ ଯାତ୍ରାର ସୁବିଧା ପାଇପାରିବେ ।

କହିରଖିବା ଉଚିତ ହେବକି ନାଗରିକ ଉଡ୍ଡୟନ ମହାନିର୍ଦ୍ଦେଶାଳୟ ବା DGCA ବିଶ୍ଵବ୍ୟାପୀ ଦେଖାଦେଇଥିବା କରୋନା ମହାମାରୀ କାରଣରୁ ୨୦୨୦ ମସିହା ମାର୍ଚ୍ଚ ୨୩ ତାରିଖରେ ଅନ୍ତରାଷ୍ଟ୍ରୀୟ ଵେବସାୟିକ ଯାତ୍ରୀ ବିମାନ ଗୁଡିକର ଚାଳନ ଉପରେ ରୋକ ଲଗାଇଥିଲେ ।  କିନ୍ତୁ ପରେ ଟୀକାକରଣ କାରଣରୁ କରୋନା ଆକ୍ରାନ୍ତ ସଂଖ୍ୟାରେ ପରିବର୍ତ୍ତନ ଦେଖାଦେବା ପରେ ସେବାକୁ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ମନ୍ତ୍ରାଳୟ ।  ପୂର୍ବରୁ ଭାରତ ସରକାର କେତେ ଗୁଡିଏ ରାଷ୍ଟ୍ର ସହିତ ଅନ୍ତରାଷ୍ଟ୍ରୀୟ ଉଡ଼ାଣ ସଂଚାଳନ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.