ବିନା ବିଜୁଳିରେ ୫ ଘଣ୍ଟା ପର୍ଯ୍ୟନ୍ତ ଜଳିବ ଏହି ଏଲଇଡି ବଲ୍‌ବ, ଦାମ୍ ରହିଛି ମାତ୍ର ୧୭୫ ଟଙ୍କା

ସମୟର ଗତି ସହିତ ଦୈନନ୍ଦିନ ଜୀବନରେ ଆମେ ବ୍ୟବହାର କରୁଥିବା ଉପକରଣଗୁଡ଼ିକ ମଧ୍ୟ ଆଧୁନିକ ହେବାରେ ଲାଗିଛି। ଆଧୁନିକତାର ଏହି ଯୁଗରେ ଅନେକ କାର୍ଯ୍ୟ ଅତି ସହଜରେ ହୋଇପାରୁଛି। ସେହିପରି ଆଜିକାଲି, ବଜାରରେ ମିଳୁଥିବା ଇନଭର୍ଟର ଏଲଇଡି ବଲ୍‌ବ ଗୁଡ଼ିକ ବହୁତ ଚର୍ଚ୍ଚିତ। ଲାଇନ ଯିବା ପରେ ମଧ୍ୟ ଏହି ବଲ୍‌ବ ଗୁଡ଼ିକ ପାଞ୍ଚ ଘଣ୍ଟା ପାଇଁ ଆଲୋକ ଦେଇଥାଏ। ଏହି ପରିପ୍ରେକ୍ଷୀରେ, ଘରେ ଇନଭର୍ଟର ଲଗାଇବାର କୌଣସି ଆବଶ୍ୟକତା ନାହିଁ ଯାହା ଦ୍ୱାରା ଟଙ୍କା ମଧ୍ୟ ସଞ୍ଚୟ ହୋଇଥାଏ।

କହିବାକୁ ଗଲେ ଏହି ଇନଭର୍ଟର ବଲ୍‌ବ ଗୁଡ଼ିକ ଜଳିବା ଏବଂ ଆଲୋକ ଦେବା ସହିତ ନିଜକୁ ଚାର୍ଜ ମଧ୍ୟ କରିଥାଏ। ଏପରି ପରିସ୍ଥିତିରେ, ଯେତେବେଳେ ଲାଇନ ଚାଲିଯାଏ , ଏହି ବଲ୍‌ବ ଗୁଡ଼ିକ ଜଳିବାରେ ଲାଗେ ଏବଂ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଆଲୋକ ପ୍ରଦାନ କରେ। ଏପରି ପରିସ୍ଥିତିରେ ଲାଇନ ଲିଭିବା ପରେ ମଧ୍ୟ ଇନଭର୍ଟରର ଆବଶ୍ୟକତା ନଥାଏ ।

ଆପଣ ଅନଲାଇନ୍ ସପିଂ ସାଇଟଗୁଡିକରେ ଏହି ଏଲଇଡି ବଲ୍‌ବ ଗୁଡିକୁ ସହଜରେ କିଣାଯାଇପାରିବ। ଏହି ବଲ୍‌ବ ବଜାରରେ ବିଭିନ୍ନ ପ୍ରକାରର ଉପଲବ୍ଧ। ଯାହାର ମୂଲ୍ୟ ୧୭୫ ରୁ ୭୦୦ ଟଙ୍କା ମଧ୍ୟରେ ରହିଛି। ବିଶେଷ କଥା ହେଉଛି ଏହି ବଲ୍‌ବ ଗୁଡ଼ିକ ଏଲଇଡିର। ତେଣୁ, ଏହା କମ୍ ବିଦ୍ୟୁତରେ ଚାର୍ଜ ହୁଏ। ଗୋଟିଏ ପଟେ ଏହି ଏଲଇଡି ବଲ୍‌ବ ଗୁଡିକ କମ୍ ବିଦ୍ୟୁତ୍ ବ୍ୟବହାର କରୁଥିବାବେଳେ ଅନ୍ୟ ପଟେ ଏହା କମ୍ ବିଦ୍ୟୁତ୍ ରେ ଚାର୍ଜ ହୋଇଥାଏ,ଫଳରେ ଏହି ବଲ ଗୁଡିକ ୫ ଘଣ୍ଟା ପର୍ଯ୍ୟନ୍ତ ଜଳିଥାଏ ।

ବିଶେଷଜ୍ଞମାନେ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଇନଭର୍ଟର ଏଲଇଡି ବଲ୍‌ବ ଗୁଡ଼ିକର ଚାହିଦା ଅଧିକ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରେ ଏହି ବଲ ଗୁଡିକ ଅତ୍ୟନ୍ତ ଉପଯୋଗୀ ବୋଲି କୁହାଯାଉଛି । କହିବାକୁ ଗଲେ ଆଜି ମଧ୍ୟ ଉତ୍ତରପ୍ରଦେଶର କିଛି ଗାଁ ଅଛି ଯେଉଁଠାରେ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ ନାହିଁ। ଏଭଳି ପରିସ୍ଥିତିରେ, ଏହି ବଲ୍‌ବ ସାହାଯ୍ୟରେ ଲୋକମାନେ ଉପକୃତ ହେଉଛନ୍ତି। ଥରେ ବଲ୍‌ବ ଚାର୍ଜ ହୋଇଗଲେ, ଏହା ଦୀର୍ଘ ସମୟ ପାଇଁ ଆଲୋକ ପ୍ରଦାନ କରେ। ଏଭଳି ପରିସ୍ଥିତିରେ ଏହାକୁ ଲୋକମାନଙ୍କ ମଧ୍ୟରେ ପସନ୍ଦ କରୁଛନ୍ତି। ସାଧାରଣ ଏଲଇଡି ବଲ୍‌ବ ତୁଳନାରେ ଏହି ବଲ୍‌ବ ଗୁଡ଼ିକର ମୂଲ୍ୟ ଟିକେ ଅଧିକ, କିନ୍ତୁ ଏହାର ସୁବିଧାକୁ ବିଚାର କରି ବହୁ ସଂଖ୍ୟକ ଲୋକ ଇନଭର୍ଟର ଏଲଇଡି ବଲ୍‌ବ କିଣୁଛନ୍ତି।

You might also like