ଆପଣ ଯଦି ବୃଦ୍ଧାବସ୍ଥାରେ ନିଜର ଭବିଷ୍ୟକୁ ସୁରକ୍ଷିତ କରିବାକୁ ଚାହୁଁଚନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି। ତାହା ହେଉଛି ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନା । ଏହି ଯୋଜନାରେ ଥରେ ପଇସା ନିବେଶ କଲେ ଆପଣ ମାସକୁ ୧୦ ହଜାର ଟଙ୍କା ମାସିକ ପେନସନ ପାଇପାରିବେ। ନିକଟରେ କେନ୍ଦ୍ର ସରକାର ଏହି ସ୍କିମର ଡେଡଲାଇନକୁ ବଢାଇ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କରିଦେଇଛନ୍ତି । ମାତ୍ର ଗୋଟିଏ ଡକ୍ୟୁମେଣ୍ଟରେ ହିଁ ଆପଣ ଏହି ସୁବିଧା ପାଇପାରିବେ।
କେମିତି କରିବେ ଆବେଦନ :
ଏହି ସ୍କିମ ପାଇଁ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ହେବ। ସେହି ଫର୍ମରେ ଆପଣଙ୍କୁ ନିଜର ସମସ୍ତ ବିବରଣୀ ଦେବାକୁ ପଡିବ। ଏହା ସହିତ ଡକ୍ୟୁମେଣ୍ଟ ମଧ୍ୟ ଦେବାକୁ ପଡିବ। ଏହାଛଡା ବରିଷ୍ଠ ନାଗରିକ ମଧ୍ୟ ଅନଲାଇନ ଜରିଆରେ ଏହି ସ୍କିମରେ ନିବେଶ କରିପାରିବେ।
କ’ଣ ଦେବେ ଡକ୍ୟୁମେଣ୍ଟ :
ଏହି ସ୍କିମ ପାଇଁ କେବଳ ପାନ୍ କାର୍ଡର କପି ଦରକାର। ଏହାଛଡା ଠିକଣା ପାଇଁ ଆଧାର କାର୍ଡ କିମ୍ବା ପାର୍ସପୋର୍ଟର ଫଟୋକପି ମଧ୍ୟ ଦେବାକୁ ପଡିବ। ଏହାସହିତ ପାସ୍ବୁକର ପ୍ରଥମ ପୃଷ୍ଠାର କପି ଦେବାକୁ ହେବ। ଯାହା ଜରିଆରେ ଆକାଉଣ୍ଟ ହୋଲଡରଙ୍କୁ ପଇସା ଟ୍ରାନ୍ସଫର କରାଯାଇପାରିବ । ଏହି ଯୋଜନାରେ ମାସିକ ପେନସନର ଅପସନ ଚୟନ କରିବା ପରେ ବରିଷ୍ଠ ନାଗରିକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ପେନସନ ମିଳିପାରିବ। ଏହାଛଡା ଯୋଜନାରେ ଡେଥ ବେନିଫିଟ ମଧ୍ୟ ରହିଛି। ଯଦି ଆକାଉଣ୍ଟ ଧାରୀ ମୃତ୍ୟୁବରଣ କରନ୍ତି, ତେବେ ନୋମିନି ପଡିଥିବା ବ୍ୟକ୍ତିଙ୍କୁ ମୂଳ ପଇସା ଫେରାଇ ଦିଆଯିବ। ତାସହିତ ମୂଳ ପଇସାରେ ୮ ପ୍ରତିଶତ ଟଙ୍କା ଫେରସ୍ତ ହେବ। ଆପଣ ଥରେ ଏହି ଯୋଜନାରେ ନିବେଶ କରିବା ପରେ ମାସିକିଆ ହେଉ ଅଥବା ଛଅମାସିକିଆ କିମ୍ବା ବର୍ଷିକିଆ ଆଧାରରେ ପେନସନ ନେଇପାରିବେ । ଏହି ପଲିସିର ଅବଧି ୧୦ ବର୍ଷ ପାଇଁ ରହିଛି ।
ଏହି ଯୋଜନାରେ ଆପଣ ୧୫ ଲକ୍ଷ ପର୍ଯ୍ୟନ୍ତ ଇନଭେଷ୍ଟମେଣ୍ଟ କରିପାରିବେ। ତେବେ ମନେରଖନ୍ତୁ ଯେ ଏହି ଯୋଜନାରେ କେବଳ ୬୦ ବର୍ଷ କିମ୍ବା ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ନିବେଶ କରିପାରିବେ ଏବଂ ଏଥିରେ ସର୍ବନିମ୍ନ ୧ ହଜାର ଟଙ୍କା ଏବଂ ସର୍ବାଧିକ ୧୦ ହଜାର ଟଙ୍କା ପେନସନ ମିଳିବ ।