ବ୍ୟବସାୟ ଓ ଅର୍ଥନୀତି

ରାଷ୍ଟ୍ରୀୟ ପେନ୍‌ସନ ଯୋଜନା: ପ୍ରତିଦିନ ୫୦ ଟଙ୍କା ନିବେଶ କରନ୍ତୁ, ଆଉ ଅବସର ଗ୍ରହଣ ସମୟରେ ପ୍ରାପ୍ତ କରନ୍ତୁ ୩୪ ଲକ୍ଷ ଟଙ୍କା! ଜାଣନ୍ତୁ କେମିତି

ରାଷ୍ଟ୍ରୀୟ ପେନ୍‌ସନ ଯୋଜନା ରାଜ୍ୟ ସମର୍ଥିତ ପେନଶନ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ, ଯାହା ନିବେଶ ଉପରେ ସୁରକ୍ଷା ସହିତ ପ୍ରଭାବଶାଳୀ ରିଟର୍ନ ପ୍ରଦାନ କରିଥାଏ। ଏମିତି ହିଁ ଏକ ନିବେଶ ବିକଳ୍ପରେ ନିବେଶକ ପ୍ରତିଦିନ ମାତ୍ର ୫୦ ଟଙ୍କା ନିବେଶ କରି ନିଜ ଅବସର ଗ୍ରହଣ ସମୟରେ ୩୪ ଲକ୍ଷ ଟଙ୍କା ପ୍ରାପ୍ତ କରିପାରିବେ, ଯାହାକି ପ୍ରତି ମାସରେ ୧୫୦୦ ଟଙ୍କା ହୋଇଥାଏ।

କେମିତି ପ୍ରାପ୍ତ କରିବେ ୩୪ ଲକ୍ଷ ଟଙ୍କା

ଯେଉଁ ନିବେଶକ ନିଜ କ୍ୟାରିୟରରେ ନୂଆ, ସେମାନେ ଏନ୍‌ପିଏସ୍‌ରେ ପ୍ରତିଦିନ ମାତ୍ର ୫୦ ଟଙ୍କାର ନିବେଶ କରି ନିଜ ବ୍ୟାଙ୍କରେ ୩୪ ଲକ୍ଷ ଟଙ୍କା ସହିତ ରିଟାୟର ହୋଇପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣ ୨୫ ବର୍ଷର ଏବଂ ପ୍ରତି ମାସରେ ୧୫୦୦ ଟଙ୍କା ନିବେଶ କରୁଛନ୍ତି, ତ ଆପଣ ଅବସର ଗ୍ରହଣ ସମୟରେ ୩୪ ଲକ୍ଷ ଟଙ୍କା ପାଇପାରିବେ। ଯଦିଓ ଏହି ପ୍ରକାରର ରିଟର୍ନ ପାଇଁ ଆପଣଙ୍କୁ ସ୍କିମ୍‌ରେ ପାଖାପାଖି ୩୫ ବର୍ଷ ପର୍ଯ୍ୟନ୍ତ ଲଗାତାର ନିବେଶ କରିବାକୁ ହେବ।

ଆପଣଙ୍କ ଏନ୍‌ପିଏସ୍‌ ନିବେଶ କେମିତି ଦେଖା ଯାଇପାରିବ, ଏହାର ସଂକ୍ଷିପ୍ତ ବିବରଣୀ

-ନିଜ ନିବେଶ ଆରମ୍ଭ କରିବା ସମୟର ବୟସ: ୨୫ ବର୍ଷ

-ଏନପିଏସ୍‌ରେ ମାସିକ ନିବେଶ: ୧୫୦୦ ଟଙ୍କା

-ମୋଟ ନିବେଶ ସମୟ: ୩୫ ବର୍ଷ

-ମୋଟ ପଇସା, ଯାହାକୁ ଆପଣ ୩୫ ବର୍ଷରେ ନିବେଶ କରିବେ: ୬.୩୦ ଲକ୍ଷ ଟଙ୍କା

-ଆପଣଙ୍କ ନିବେଶ ଉପରେ ଆପଣଙ୍କୁ ମିଳିବାକୁ ଥିବା ମୋଟ ସୁଧ: ୨୭.୯ ଲକ୍ଷ ଟଙ୍କା

-ପେନଶନ ଉପରେ ମୋଟ ସମ୍ପତ୍ତି: ୩୪.୧୯ ଲକ୍ଷ ଟଙ୍କା

-ମୋଟ କର ସଞ୍ଚୟ: ୧.୮୯ ଲକ୍ଷ ଟଙ୍କା

ଅବସର ଗ୍ରହଣ ସମୟରେ ଆପଣଙ୍କୁ କେତେ ପଇସା ମିଳିବ

ଅବସର ଗ୍ରହଣ ସମୟରେ କିମ୍ବା ଯେତେବେଳେ ଆପଣ ୬୦ ବର୍ଷର ହୋଇଯିବେ, ତ ଏନ୍‌ପିଏସ୍‌ ସହିତ ନିଜର ମୋଟ କୋଷର ୬୦ ପ୍ରତିଶତ ପର୍ଯ୍ୟନ୍ତ ଉଠାଇ ପାରିବେ, ଯାହାର ଅର୍ଥ ଆପଣ ୨୦.୫୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିପାରିବେ।

ବାକି ପଇସାକୁ ଏକ ବାର୍ଷିକୀ ନିବେଶ ଯୋଜନାରେ ଲଗା ଯାଇଥାଏ, ଯାହା ଆପଣଙ୍କୁ ମାସିକ ପେନସନ ପ୍ରଦାନ କରିଥାଏ। ଏହି ମାମଲାରେ ଯଦି ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୁଧ ଦର ୮ ପ୍ରତିଶତ ଆଖପାଖରେ ରହୁଛି, ତା’ହେଲେ ଆପଣଙ୍କୁ ପ୍ରତି ମାସରେ ପାଖାପାଖି ୯୦୦୦ ଟଙ୍କାର ମାସିକ ପେନସନ ପ୍ରାପ୍ତ ହେବ। ଆପଣ ସମସ୍ତ ପଇସା ଏକା ଥରକେ ଉଠାଇ ପାରିବେ ନାହିଁ। ଏନ୍‌ପିଏସ୍‌ ନିଜ ଗ୍ରାହକମାନଙ୍କୁ ଏହାର ୬୦ ପ୍ରତିଶତ ଉଠାଣର ଅନୁମତି ଦେଇଥାଏ। ବାକି ୪୦ ପ୍ରତିଶତ ବାର୍ଷିକୀରେ ପକାଇ ଦିଆଯାଇଥାଏ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago