IOCL ରେ ନିଯୁକ୍ତି ଜାରି, ଜଲଦି କରନ୍ତୁ ଆବେଦନ

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ (IOCL)ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀ ଆସନ୍ତା ମାସ ନଭେମ୍ବର ୭ ପର୍ଯ୍ୟନ୍ତ ଆବେଦନ କରିପାରିବେ। IOCL ରେ ଜୁନିୟର ଆସିଷ୍ଟାଣ୍ଟ, ଜୁନିୟର ଟେକ୍ନୋଲୋଜି ଆସିଷ୍ଟାଣ୍ଟ ଏବଂ ଜୁନିୟର କ୍ୱାଲିଟି କଣ୍ଟ୍ରୋଲ ଆନାଲାଇସିଷ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଏହି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ସମୁଦାୟ ୫୭ଟି ପଦବୀ ଖାଲି ରହିଛି। ଏଥିପାଇଁ ଆବେଦନକାରୀ iocrefrecruit.in ଜରିଆରେ ଅନଲାଇନ୍‌ ଆବେଦନ କରିପାରିବେ।

job applyସୂଚନା ମୁତାବକ ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ନଭେମ୍ବର ୭ ସଂଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି। ସେହିଭଳି ଆବେଦନର ହାର୍ଡ କପି ଜମା କରିବାର ଶେଷ ତାରିଖ ୨୮ ନଭେମ୍ବର ରଖାଯାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ନଭେମ୍ବର ୨୯ରେ ଲିଖିତ ପରୀକ୍ଷା ହେବ। ଏହାପରେ ୧୮ ଡିସେମ୍ବରରେ ରେଜଲ୍ଟ ଜାରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.