iPhone 13 କୁ ମାତ୍ର ୫୫, ୯୦୦ ଟଙ୍କାରେ କିଣନ୍ତୁ, ସର୍ବାଧିକ ଛାଡ଼ର ଲାଭ ଉଠାନ୍ତୁ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ଅଳ୍ପ ଦିନ ତଳେ ଲଞ୍ଚ ହୋଇଥିବା iPhone 13 ରେ ଦିଆଯାଉଛି ସର୍ବାଧିକ ଡିସକାଉଣ୍ଟ । iPhone 13 ୧୨୮ ଜିବି ଭାରିଏଣ୍ଟ ର ମୂଲ୍ୟ ୭୯,୯୦୦ ଟଙ୍କା ଥିବା ବେଳେ ଏବେ ଏହାକୁ ମାତ୍ର ୫୫, ୯୦୦ ଟଙ୍କାରେ ପାଇ ପାରିବେ । iPhone 13 ସହିତ କମ୍ପାନି iPhone 13 Mini, iPhone 13 Pro ଓ iPhone 13 Pro Max ରେ ମଧ୍ୟ ଏହି ଡିସକାଉଣ୍ଟ ଦେଉଛି ।

ଏପଲ ଅଥୋରାଇଜଡ୍‌ ରିସେଲର India iStore iPhone 13 ଉପରେ ବଡ଼ ଡିସକାଉଣ୍ଟ ଦେଉଛି । ଫଳରେ ଏହାକୁ ମାତ୍ର ୫୫, ୯୦୦ ଟଙ୍କାରେ ପାଇ ପାରିବେ ।HDFC ବ୍ୟାଙ୍କ କାର୍ଡରେ ଗ୍ରାହକଙ୍କୁ ୬୦୦୦ ଟଙ୍କା ଡିସକାଉଣ୍ଟ ଦିଆଯାଉଛି । ଏହି ଅଫର EMI ରେ ବି ମିଳିବ । ଡିସକାଉଣ୍ଟ ପରେ ଫୋନର ମୂଲ୍ୟ ୭୩,୯୦୦ ହୋଇଯିବ ।

ଯଦି ଆପଣଙ୍କ ପାଖରେ ପୁରୁଣା iPhone ଫୋନ ଅଛି ତେବେ ରିସେଲର ଆପଣଙ୍କୁ ୧୮,୦୦୦ ଟଙ୍କା ଡିସକାଉଣ୍ଟ ଦେବ ବୋଲି India iStore େଓ୍ଵବ ସାଇଟରେ କୁହାଯାଇଛି । ଏହା ସହ ଏକ୍ସଚେଞ୍ଜ ଉପରେ ଆପଣଙ୍କୁ ଆହୁରି ୩,୦୦୦ ଟଙ୍କା ଡିସକାଉଣ୍ଟ ଦିଆଯିବ ।

ଫଳରେ ଫୋନର ମୂଲ୍ୟ ମାତ୍ର ୫୫,୯୦୦ ଟଙ୍କା ହୋଇଯିବ । ଯଦି ଆପଣ iPhone 11 କିମ୍ବା ଏହାଠାରୁ ହାୟର ମଡେଲ ର ଫୋନ ଏକ୍ସଚେଞ୍ଜ କରିବେ ତେବେ ଆହୁରି ଅଧିକ ଡିସକାଉଣ୍ଟ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.