ଇରାନ ଉପରେ ପ୍ରତିଶୋଧ ନେବ ଇସ୍ରାଏଲ, ଅଶୋଧିତ ତୈଳ ଦର ୫ ପ୍ରତିଶତ ବୃଦ୍ଧି

ଇରାନ ରକେଟ ମାଡର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ କୌଣସି ମୁହୂର୍ତ୍ତରେ ପାଲଟା ଆକ୍ରଣ କରିପାରେ। ଏହି ଯୁଦ୍ଧ ମଧ୍ୟରେ ତୈଳ ଦର ବଢିବା ସମ୍ଭାବନା ବଢ଼ିଯାଇଛି । ମଙ୍ଗଳବାର ଆକ୍ରମଣ ଘଟଣା ପରେ କ୍ରୁଡ୍ ଅଏଲ ଦରରେ ୫ ପ୍ରତିଶତ ବୃଦ୍ଧି ହୋଇଛି । ତୈଳ ଦର ବ୍ୟାରଲେ ପିଛା ୭୪ ଡଲାରରେ ପହଞ୍ଚି ଯାଇଛି ।

ସେପଟେ ଇରାନ ଦୈନିକ ୪୦ ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ କରୁଛି । ଯଦି ଇରାନର ଭିତ୍ତିଭୂମି ଉପରେ ଆକ୍ରମଣ ହୁଏ ତେବେ ସେହି ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇପାରେ । ଫଳରେ ତୈଳ ଦର ବ୍ୟାରେଲ ପିଛା ୭ରୁ ୧୩ ଡଲାର ବଢିପାରେ । ଏହାସହ ଯଦି ହୋରମୁଜ୍ ରାସ୍ତାରେ ବାଧା ସୃଷ୍ଟି ହୁଏ ତେବେ ତୈଳ ଦର ବ୍ୟାରେଲ ପିଛା ୨୮ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ଇରାନ ଉପରେ ଚାପ ସୃଷ୍ଟି କରିବାକୁ ତାର ତୈଳ ରପ୍ତାନୀ ଉପରେ ଆମେରିକା କଟକଣା ଲଗାଇପାରେ । ଯାହା ପରିସ୍ଥିତିକୁ ଆହରୁ ବିଗାଡ଼ି ଦେଇପାରେ । ଯୁଦ୍ଧ ହେଲେ ହୋରମୁଜ୍ ଜଳଡମ୍ୱରୁ ମଧ୍ୟ ଦେଇ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବ । ପର୍ସିଆନ୍ ଉପସାଗରରେ ହୋରମୁଜ୍ ଏପରି ଏକ ମୁହାଣ ଯେଉଁ ରାସ୍ତା ଦେଇ ୩୦ ପ୍ରତିଶତ ତୈଳ କାରବାର ହୁଏ । ଏହି ରାସ୍ତା ଇରାନ କିକଟରେ ରହିଛି । ତେଣୁ ଏହି ରାସ୍ତାରେ ବାଧା ସୃଷ୍ଟି କରିପାରେ ଇରାନ ।

ସାମରିକ ଦୃଷ୍ଟିକୋଣରୁ ଇରାନଠାରୁ ସଶକ୍ତ ଇସ୍ରାଏଲ । ତେଣୁ ଇରାନ ନିଜର ଭୌଗଳିକ ସ୍ଥିତିର ଫାଇଦା ଉଠାଇ ହୋରମୁଜ ଜଳଡମ୍ୱରୁ ରାସ୍ତାକୁ ଅବରୋଧ କରିପାରେ । ଏହି ରାସ୍ତାରେ ବାଧା ସୃଷ୍ଟି ହେଲେ ମଧ୍ୟପ୍ରାଚ୍ୟରୁ ତୈଳ କାରବାର ବାଧାପ୍ରାପ୍ତ ହେବ । ଯାହା ଦ୍ୱାରା ପ୍ରଭାବିତ ହେବ ବିଶ୍ବର ତୈଳ ବଜାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like