ପିତୃ ପକ୍ଷରେ IRCTC ଦେଉଛି ବଢ଼ିଆ ଅଫର, ଶସ୍ତା ପ୍ୟାକେଜରେ ଯାଆନ୍ତୁ ବାରଣାସୀ ଓ ବୋଧଗୟା, ଫଟାଫଟ୍‌ ଉଠାନ୍ତୁ ଫାଇଦା

ଆସୁଛି ପିତୃ ପକ୍ଷ। ଆଇଆରସିଟିସି ନିଜ ଯାତ୍ରୀମାନଙ୍କୁ ଏହି ଅବସରରେ ଦେଉଛି ବଡ଼ ଉପହାର। IRCTC ପିଣ୍ଡ ଦାନ କରିବାକୁ ଯାଉଥିବା ଯାତ୍ରୀଙ୍କ ପାଇଁ ବଢ଼ିଆ ପ୍ୟାକେଜ ଆଣିଛି। ଏହା ଅନ୍ତର୍ଗତ ଆପଣ ଶ୍ରାଦ୍ଧ ପକ୍ଷରେ ବାରଣାସୀ ଓ ବୋଧଗୟା ଯାଇ ପିଣ୍ଡ ଦାନ କରିପାରିବେ। ଏହାର ଲାଭ ଆପଣ କେମିତି ଉଠାଇପାରିବେ? ଜାଣନ୍ତୁ ..

ଆଇଆରସିଟିସି ପ୍ରତି ମାସରେ ଯାତ୍ରୀଙ୍କ ସୁବିଧା ହିସାବରେ ଟୁର ପ୍ୟାକେଜ ତିଆରି କରିଥାଏ। ବର୍ଷା, ଶୀତ ଓ ଗରମ ଦିନ ମାନଙ୍କରେ ବୁଲିବା ପାଇଁ ବେଷ୍ଟ ପ୍ୟାକେଜ ଆଣିଥାଏ। ଏବେ ଯେହେତୁ ପିତୃ ପକ୍ଷ ଆରମ୍ଭ ହେବାକୁ ଯାଉଛି। ତେଣୁ ବିଭାଗ ତରଫରୁ ପିଣ୍ଡ ଦାନ କରିବା ପାଇଁ ଟୁର ପ୍ୟାକେଜ ତିଆରି ହୋଇଛି। ଜାଣି ରଖନ୍ତୁ ଯେ ଆସନ୍ତା ୧୦ ସେପ୍ଟେମ୍ବରରୁ ଶ୍ରାଦ୍ଧ ପ୍ରକ୍ରିୟା ଆରମ୍ଭ ହେଉଛି। ଏହି ପକ୍ଷରେ ଅନେକ ପିଣ୍ଡ ଦାନ କରଥାନ୍ତି। ଏଥିପାଇଁ ବାରଣାସୀ ଓ ବୋଧଗୟା ଯାଇଥାନ୍ତି। ଏମାନଙ୍କ ସୁବିଧା ପାଇଁ ଆଇଆସିଟିସି ଏକ ପ୍ୟାକେଜ ତିଆରି କରିଛି। ଏହିଟୁର ପ୍ୟାକେଜ ରେ ଆପଣଙ୍କୁ କ’ଣ କ’ଣ ସୁବିଧା ମିଳିବ ଜାଣିନିଅନ୍ତୁ..

ଆଇଆରସିଟିସି ଶ୍ରାଦ୍ଧ ପକ୍ଷକୁ ଧ୍ୟାନରେ ରଖି ଏହି ଟୁର ପ୍ୟାକେଜକୁ ତିଆରି କରାଯାଇଛି । ପିଣ୍ଡ ଦାନ କରିବା ପାଇ ଁ ଏହି ଟୁର ପ୍ୟାକେଜ ରେ ସବୁଠୁ ଭଲ କଥା ହେଉଛି ଯେ ଏଥିରେ ୬ ରାତି ଓ ୭ଦିନ ପାଇଁ ବ୍ୟବସ୍ଥା ରହିଛି। ଏହାର ନାମ ରହିଛି Pind Daan Package।

ଏହି ପ୍ୟାକେଜ ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି। ଏହି ଟୁରରେ ଯିବା ପାଇଁ ଆପଣଙ୍କୁ ଟ୍ରେନ ନମ୍ବର ୧୫୨୩୨/Gondia-Barauni Exp ରେ ଟିକେଟ ବୁକ କରିବାକୁ ହେବ। ଫେରିବା ପାଇ ଁ ୨୭ ସେପ୍ଟେମ୍ବର ପାଇଁ ଟ୍ରେନ ନମ୍ବର ୧୫୨୩୧ ରେ ଟିକେଟ ବୁକ କରିବାକୁ ହେବ। ଏମିତିରେ ଆପଣଙ୍କୁ ଏସି୩ ରେ ଯିବା ପାଇଁ ମୌକା ମିଳିବ। ଏହି ସଫରରେ ଆପଣଙ୍କୁ ବ୍ରେକଫାଷ୍ଟ, ଲଞ୍ଚ, ସ୍ନାକ୍ସ ଓ ଡିନର ର ସୁବିଧା ମିଳିବ।
ତେବେ ବିଭାଗ ଏହି ଯାତ୍ରା ରେ ଜଣେ ବ୍ୟକ୍ତିଙ୍କ ପାଇଁ ୨୩୮୪୦ ଟଙ୍କା ପ୍ୟାକେଜ ରଖିଛନ୍ତି। ଯଦି ଏହି ପ୍ୟାକେଜକୁ ଦୁଇ ଜଣ ଲୋକ କିଣୁଛନ୍ତି ତେବେ ଦାମ ହୋଇଯିବ ୧୮୫୨୫ ଟଙ୍କା। ଯଦି ୩ ଜଣ ଯାଉଛନ୍ତି ତେବେ ୧୭୪୧୦ ଟଙ୍କା ହେବ।

IRCTC ପ୍ୟାକେଜରେ ଆପଣଙ୍କୁ ଏସି ୩ ଟିୟର କୋଚରେ ଯିବାକୁ ହେବ। ୨ ରାତି ପାଇଁ ବାରଣାସୀ ରେ ହୋଟେଲ ମିଳିବ। ଏହାପରେ ବୋଧଗୟା ରେ ୨ ରାତି ରହିବା ପାଇଁ ହୋଟେଲ ସୁବିଧା ମିଳିବ। ଯାତ୍ରାରେ ଆପଣଙ୍କୁ ଟ୍ରେନରେ ଖାଇବା ମିଳିବ। ସରକାରଙ୍କ ଦ୍ୱାରା ଲଗାଯାଇଥିବା ସବୁ ପ୍ରକାର ଟାକ୍ସକୁ ମଧ୍ୟ ଏଥିରେ ସାମିଲ କରାଯିବ। ପ୍ୟାକେଜରେ ଆପଣଙ୍କୁ ଟ୍ରାଭେଲ ଇନସୁରାନ୍ସ ମଧ୍ୟ ଦିଆଯିବ। ଆପଣଙ୍କୁ ସମସ୍ତ ସ୍ଥାନ ବୁଲାଇବା ପାଇଁ ଟୁର ମ୍ୟାନେଜର ମଧ୍ୟ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.