ବ୍ୟବସାୟ ଓ ଅର୍ଥନୀତି

ଏବେ ବୁକିଂ କରିପାରିବେ ଏକାଥରକେ ୨୪ଟି ଟ୍ରେନ ଟିକେଟ, ଜାଣନ୍ତୁ ରେଳବାଇର ନୂଆ ନିୟମ

IRCTC ୟୁଜର୍ସଙ୍କ ପାଇଁ ଖୁସି ଖବର ଆସିଛି। ଟିକଟ୍ ବୁକିଂ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ରେଳଯାତ୍ରୀମାନେ ଅନଲାଇନରେ ଅଧିକ ଟିକେଟ ବୁକ୍ କରିପାରିବେ। ଯେଉଁମାନେ ନିଜ IRCTC ଆକାଉଣ୍ଟ ସହ ଆଧାର ଲିଙ୍କ କରିଥିଲେ ସେମାନେ ଏହାର ଅଧିକ ଫାଇଦା ଉଠାଇପାରେବେ।ରେଳ ମନ୍ତ୍ରଣାଳୟ କହିଛି ଯେ, ଯେଉଁ IRCTC ଆକାଉଣ୍ଚ ସହ ଆଧାର ଲିଙ୍କ୍ ହୋଇନାହିଁ ସେଥିରେ ମାସକୁ ୬ ପରିବର୍ତ୍ତେ ୧୨ଟି ଟିକଟ ବୁକିଂ କରିପାରିବେ। ଆଉ ଆଧାର ଲିଙ୍କ୍ ହୋଇଥିବା ୟୁଜର୍ ୧୨ ବଦଳରେ ୨୪ଟି ଟିକଟ ବୁକିଂ କରିବାର ସୁଯୋଗ ପାଇବେ।

ରେଳ ମନ୍ତ୍ରଣାଳୟ କହିଛି ଯେ ଯେଉଁ IRCTC ଆକାଉଣ୍ଚ ସହ ଆଧାର ଲିଙ୍କ୍ ହୋଇନାହିଁ ସେଥିରେ ମାସକୁ ୬ ପରିବର୍ତ୍ତେ ୧୨ଟି ଟିକଟ ବୁକିଂ କରିପାରିବେ। ଆଉ ଆଧାର ଲିଙ୍କ୍ ହୋଇଥିବା ୟୁଜର୍ ୧୨ ବଦଳରେ ୨୪ଟି ଟିକଟ ବୁକିଂ କରିବାର ସୁଯୋଗ ପାଇବେ। ନିୟମିତ ରେଳ ଯାତ୍ରା କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ସୁବିଧା ଅଧିକ ଲାଭଦାୟକ ଅଟେ। ଏହା ସହିତ ଯେଉଁମାନେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଟିକେଟ୍ ବୁକିଂ ପାଇଁ ସମାନ ID ବ୍ୟବହାର କରନ୍ତି ସେମାନେ ମଧ୍ୟ ଫାଇଦାରେ ରହିବେ।

-irctc.co.in ୱେବସାଇଟକୁ ଯାଇ ଲଗ୍ ଇନ୍ କରନ୍ତୁ।
-ମେନପେଜରେ ଥିବା ‘ମାଇ ଆକାଉଣ୍ଟ’ ଅପସନକୁ କ୍ଲିକ କରନ୍ତୁ।
-ଏବେ ଆପଣଙ୍କୁ ‘ଲିଙ୍କ ୟୋର ଆଧାର’ ଅପସନ ମିଳିବ। ସେଠାରେ ଆପଣଙ୍କ ନାମ ଓ ଆଧାର ନମ୍ବର ଏଣ୍ଟର କଲାପରେ ଚେକ ବକ୍ସକୁ ସିଲେକ୍ଟ କରି ସେଣ୍ଡ ଓଟିପି ବଟନ ଉପରେ କ୍ଲିକ୍ କରନ୍ତୁ।
-ଏବେ ଆଧାର କାର୍ଡରେ ପଞ୍ଜୀକୃତ ନମ୍ବରରେ ଏକ OTP ଆସିବ।
-OTP ଏଣ୍ଟ୍ରୀ କରିବା ପରେ ଏବଂ ଆଧାର ସମ୍ବନ୍ଧୀୟ ବିବରଣୀ ଦେଖିବା ପରେ, ‘ଭେରିଫାଏ’ ଉପରେ କ୍ଲିକ୍ କରନ୍ତୁ।
-ବର୍ତ୍ତମାନ KYC ବିବରଣୀକୁ ସଫଳତାର ସହିତ ଅପଡେଟ୍ କରିବାକୁ ଆପଣଙ୍କ ମୋବାଇଲରେ ଏକ ମେସେଜ୍ ଆସିବ।\

IRCTC ପୋର୍ଟାଲରେ କିଛି ପରିବର୍ତ୍ତନ କରିବା ପରେ। ଏହି ନିର୍ଦ୍ଦେଶ ଆଗାମୀ ୩-୪ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି। ବୁକ୍ ହୋଇଥିବା ପ୍ରାୟ ୮୦% ଟିକେଟ୍ ଅନ୍ଲାଇନରେ ହେଉଛି । ରେଳବାଇର ଲକ୍ଷ୍ୟ ହେଉଛି ଏହାକୁ ୯୦%ରୁ ଅଧିକ ସଂଖ୍ୟାକୁ ପହଞ୍ଚାଇବ। ରେଳ ଟିକେଟ୍ ଅନଲାଇନ୍ ବୁକିଂ ପାଇଁ IRCTC ହେଉଛି ଭାରତୀୟ ରେଳବାଇର ଏକମାତ୍ର ୟୁନିଟ୍। କେବଳ ଏତିକି ନୁହେଁ ରେଳ ଷ୍ଟେସନରେ କ୍ୟାଟରିଂ ସେବା ପରିଚାଳନା ପାଇଁ କ୍ୟାଟରିଂ ପଲିସି ୨୦୧୭ ଅଧୀନରେ ମଧ୍ୟ IRCTC ଏକମାତ୍ର ୟୁନିଟ୍।

D Sonali

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago