ମାତା ବୈଷ୍ଣବୀ ଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, IRCTC ପକ୍ଷରୁ ଏହି ଖାସ୍ ଟୁର ପ୍ୟାକେଜ୍

ନୂଆଦିଲ୍ଲୀ:ମାତା ବୈଷ୍ଣବୀ ଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଆଇଆରସିଟିସି(IRCTC) ପକ୍ଷରୁ ଏକ ଖାସ୍ ଟୁର ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି । ଏହି ଟୁର୍ ପ୍ୟାକେଜକୁ ମାତା ବୈଷ୍ଣବୀ ଦେବୀ ନାମରେ ହିଁ ନାମିତ କରାଯାଇଛି । ଆଇଆରସିଟିସି ଏହି ଯୋଜନା ଦ୍ବାରା ଆପଣଙ୍କୁ ଜମ୍ମୁ ରାଜଧାନୀ ଏକ୍ସପ୍ରେସ୍ ବୈଷ୍ଣବୀ ଦେବୀଙ୍କ ଦର୍ଶନ ପାଇଁ ନେଇଯିବ।

ଏହି ପ୍ୟାକେଜ୍ ୪ଦିନର ରହିବ । ପ୍ରଥମ ଦିନ ଯାତ୍ରୀମାନେ ଜମ୍ମୁ ରାଜଧାନୀ ଟ୍ରେନ୍ ର ଥାର୍ଡ ଏସି କ୍ଳାସରେ ଯାତ୍ରା କରିବେ । ଦ୍ବିତୀୟ ଦିନ ଯାତ୍ରୀମାନେ ସଡକ ମାର୍ଗରେ କଟରା ପର୍ଯ୍ୟନ୍ତ ଯିବେ । କଟରାରେ ଯାତ୍ରୀମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଥିବ। ଏହାପରେ ସେଠାରୁ ବାଣଗଙ୍ଗା ପର୍ଯ୍ୟନ୍ତ ଟ୍ୟାକ୍ସି ସାହାର୍ଯ୍ୟରେ ଯାତ୍ରା କରିବେ । ଏହାପରେ ଶ୍ରଦ୍ଧାଳୁ ମାନେ ମାତାଙ୍କ ଦର୍ଶନ ପାଇଁ ପାହାଡ ରାସ୍ତା ଦେଇ ଆଗକୁ ବଢିବେ । ସନ୍ଧ୍ୟା ଭିତରେ ଯାତ୍ରୀମାନଙ୍କୁ ଫେରି ହୋଟେଲକୁ ଯିବାକୁ ପଡିବ । ଏହାପର ଦିନ ଯାତ୍ରୀମାନଙ୍କୁ ଜମ୍ମୁ ରେଲୱେ ଷ୍ଟେସନକୁ ନିଆଯିବ ।

ଏହାସହ ପଢନ୍ତୁ: ଶସ୍ତା ହେଲା ଏୟାରଟେଲ୍‌ ଡିଜିଟାଲ୍‌ ଟିଭିର ସେଟଅପ୍‌ ବକ୍ସ

ଏଠାକାର ସ୍ଥାନୀୟ ମନ୍ଦିର ଏବଂ ଅନ୍ୟ ଦର୍ଶନୀୟ ସ୍ଥଳୀ ମଧ୍ଯ  ପରିଦର୍ଶନ କରାଯିବ । ଏହାପରେ ଜମ୍ମୁ ରାଜଧାନୀରେ ପୁଣି ଦିଲ୍ଲୀକୁ ଅଣାଯିବ । ଏହି ଯାତ୍ରା ପାଇଁ ଜଣଙ୍କୁ ୭୫୩୫ ଟଙ୍କା ଦେବାକୁ ପଡିବ । ଦୁଇ ଜଣ ଥିଲେ ପ୍ରତି ବ୍ୟକ୍ତିଙ୍କ ପିଛା ୬୦୧୦ ଟଙ୍କା ଏବଂ ତିନି ଜଣ ଥିଲେ ପ୍ରତି ବ୍ୟକ୍ତିଙ୍କ ପିଛା ୫୮୪୫ଟଙ୍କା ଦେବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.