ଏବେ ଟ୍ରେନରେ ଉପଲବ୍ଧ ହେବ ସାତ୍ତ୍ୱିକ ଭୋଜନ

ଶାରଦୀୟ ନବରାତ୍ର ଆରମ୍ଭ ହୋଇଗଲାଣି । ଏହି ସମୟରେ ବହୁ ଲୋକ ଉପବାସ ରଖିଥାନ୍ତି ବା କେବଳ ସାତ୍ତ୍ୱିକ ଭୋଜନ କରିଥାନ୍ତି । ଏହି ସମୟରେ ଯଦି କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡେ ତେବେ ବେଶୀ ଅସୁବିଧା ଭୋଜନକୁ ନେଇ ହୋଇଥାଏ । ଯଦିବା କେଉଁ ଠାକୁ ଯିବାକୁ ପଡେ ତେବେ ବ୍ରତ ଧାରୀ ମାନେ ଘରୁ ନିଜ ନିଜର ଭୋଜନ ଓ ଫଳ ନେଇ ଯାଇଥାନ୍ତି । ତେଣୁ ଏବେ ଭାରତୀୟ ରେଳ ଖାଦ୍ୟପାନୀୟ ଏବଂ ପର୍ଯ୍ୟଟନ ନିଗମ ବା ଆଇଆରସିଟିସି ରେଳ ମଧ୍ୟରେ ଯାତ୍ରୀ ମାନଙ୍କୁ ସାତ୍ତ୍ୱିକ ଭୋଜନ ଥାଳି ଉପଲବ୍ଧ କରିବା ପାଇଁ ନିଷ୍ପତି ନେଇଛନ୍ତି । ଆରସିଟିସି ତରଫରୁ କୁହାଯାଇଛି କି ଟ୍ରେନରେ ଯାତ୍ରା କରୁଥିବା ବ୍ରତ ଧାରୀଙ୍କ ପାଇଁ ସେପରି କୌଣସି ଅସୁବିଧା ହେବ ନାହିଁ । ଏଥର ରେଳବାଇ ଇ-କାଟରିଂ ମେନୁ ତରଫରୁ ବ୍ରତ ଧାରୀଙ୍କ ସ୍ୱତନ୍ତ୍ର ଖାଦ୍ୟପେୟକୁ ସାମିଲ କରାଯାଇଛି ।

ଏହା ସହ ପଢନ୍ତୁ: ଟ୍ରେନରେ ଲାଗିବ ଏଟିଏମ, ଏବେ ଚଳନ୍ତା ଟ୍ରେନରୁ ମଧ୍ୟ ବାହାର କରିବେ ଟଙ୍କା

ରେଳ ବାଇର କିଛି ସ୍ୱତନ୍ତ୍ର ରେଶତୃରାନ୍ଟ ଓ କିଛି ସ୍ୱତନ୍ତ୍ର ରେଳ ଷ୍ଟେସନରେ ହିଁ ଏପରି ଖାଦ୍ୟ ଉପଲବ୍ଧ କରାଯିବ । ଏହି ଭୋଜନରେ ସାଗୁ ଦାନା, କ୍ଷୀର, କୁଟୁର ଅଟା ପ୍ରସ୍ତୁତ ରୁଟି, ସେନ୍ଧ୍ୟା ଲୁଣ, ବିନା ଆଳୁର ତରକାରୀ, ଫଳ ଆଦି ଦିଆଯିବ । ଏହି ଶାରଦୀୟ ନବରାତ୍ର ସମୟରେ ହିଁ ଯାତ୍ରୀ ମାନଙ୍କୁ ଏହି ସ୍ୱତନ୍ତ୍ର ଧରଣର ଖାଦ୍ୟ ଦିଆଯିବ। ଏହି ସମୟରେ ଯାତ୍ରୀ ମାନେ ଇ-କାଟରିଂ ଓ ଫୁଡ ଅନ କାଟରିଂର ଆପ ସାହାଯ୍ୟରେ ପିଏନଆର ନମ୍ବର ଦ୍ୱାରା ଉପଲବ୍ଧ ହୋଇପାରିବ। ଷ୍ଟେସନରେ ପହଂଚିବାର ୨ ଘଣ୍ଟା ପୂର୍ବରୁ ହିଁ ଅର୍ଡର ଦିଆଯିବା ଦରକାର। ଅର୍ଡର ନେବା ପୁର୍ବରୁ ବୁକିଂ ପିଏନଆର ନମ୍ବରକୁ ପ୍ରଥମେ ଧ୍ୟାନରେ ରଖାଯିବ। ପରେ ଯଥା ସମୟରେ ସିଟ ପାଖରେ ଖାଦ୍ୟ ପହଂଚିଯିବାର ବ୍ୟବସ୍ଥା କରାଯିବ । ଯାତ୍ରୀ ମାନଙ୍କୁ ଅର୍ଡର ନେବା ପରେ ନିଜ ନିଜର ପିଏନଆର ନମ୍ବର, ମୋବାଇଲ ନମ୍ବର, ଟ୍ରେନ ନମ୍ବର ଓ ସିଟ ନମ୍ବର ବିଷୟରେ ସୂଚନା ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.