IRCTC ଶିରିଡ଼ି ପ୍ୟାକେଜ୍: କେବଳ ଗୋଟେ ଦିନରେ ଯାତ୍ରା କରନ୍ତୁ ଶିରିଡ଼ି ସାଇବାବଙ୍କ ମନ୍ଦିର

ଲକ୍ ଡାଉନ୍ ହଟିବା ପରେ ବର୍ତ୍ତମାନ ଅନେକ ଲୋକ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି। ସେ ପୁଣି କମ୍ ସମୟ ମଧ୍ୟରେ । କାରଣ ନିଜର ଚାକିରି ଜୀବନରେ ଅଫିସରୁ ଅଧିକ ଦିନ ଛୁଟି ମଧ୍ୟ ନେଇ ହେବା ନାହିଁ । ଏପରି ସ୍ଥିତିରେ ଅନେକ ଲୋକେ ଚାହାନ୍ତି ଯେ ଗୋଟେ କିମ୍ବା ୨ ଦିନ ପାଇଁ ଛୁଟି ନେଇ ଯାତ୍ରା କରିବା ପାଇଁ।

ଅନେକ ଦିନ ପରେ ଦେଶରେ ଥିବା ସମସ୍ତ ଧାର୍ମିକ ସ୍ଥାନ ଗୁଡିକ ଖୋଲିଛି। ଖାସ କରି ମହାରାଷ୍ଟ୍ରରେ ଥିବା ଶିରିଡ଼ି ସାଇ ବାବାଙ୍କ ମନ୍ଦିର ଅଧିକ ଦିନ ହେବ ବନ୍ଦ ଥିଲା। ଏହା ଖୋଲିବା ପରେ ଅନେକ ଭକ୍ତ ଏଠାକୁ ଯିବା ପାଇଁ ଇଚ୍ଛା କରୁଥିବେ। ଯଦି ଆପଣ ମଧ୍ୟ ଶିରିଡ଼ି ସାଇ ବାବାଙ୍କ ପରିଦର୍ଶନ କରିବାକୁ ଇଚ୍ଛା କରୁଛନ୍ତି, ତେବେ IRCTC ଆପଣଙ୍କ ପାଇଁ ସର୍ବୋତ୍ତମ ଦିନିକିଆ ପ୍ୟାକେଜ୍ ଆଣିଛି। ଯେଉଁଥିରେ ଆପଣ ଦିଲ୍ଲୀରୁ ସିଧା ସାଇବାବାଙ୍କ ପାଖକୁ ଯାତ୍ରା କରିବାର ସୁଯୋଗ ପାଇବେ।

irctc
picture credit- sirf news

ଦେଶ ତଥା ବିଦେଶର ଲୋକମାନେ ସିରିଡ଼ି ସାଇଙ୍କୁ ଦେଖିବାକୁ ଆସନ୍ତି। ବର୍ଷର ୧୨ ମାସ ପାଇଁ ଭକ୍ତମାନଙ୍କର ଭିଡ଼ ଲାଗିଥାଏ ଏହି ମନ୍ଦିରକୁ। ଯଦି ଆପଣ ଶୀଘ୍ର ଶିରିଡ଼ି ସାଇ ଦର୍ଶନ କରିବାକୁ ଯୋଜନା କରୁଛନ୍ତି, ତେବେ IRCTC ଆପଣଙ୍କ ପାଇଁ ଏକ ଭଲ ପ୍ୟାକେଜ୍ ଆଣିଛି। ଏହି ପ୍ୟାକେଜ୍ ଅନୁଯାୟୀ, ଆପଣ ଶିରିଡ଼ି ବିମାନ ଯୋଗେ ଯାଇପାରିବେ। ବିଶେଷ କଥା ହେଉଛି ଏହି ପ୍ୟାକେଜ୍ ଅନୁସାରେ ଆପଣଙ୍କୁ ଅନେକ ଦିନ ଅଫିସ୍ ଛୁଟି ନେଇ ଚିନ୍ତା କରିବାକୁ ପଡିବ ନାହିଁ। କାରଣ ଏହା କେବଳ ଗୋଟିଏ ଦିନର ଯାତ୍ରା। ଏହା ଏତେ ଭଲ ଯେ ବାବାଙ୍କ ଦର୍ଶନ ପରେ ମଧ୍ୟ ଆପଣ ଆରାମ ସେ ଫେରି ପାରିବେ।

ଆପଣଙ୍କ ପାଇଁ ଏହା ହେଉଛି ଗୋଟିଏ ଦିନର ଯାତ୍ରା ପାଇଁ ସର୍ବୋତ୍ତମ ଟୁର୍ ପ୍ୟାକେଜ୍। ଯେଉଁଥିରେ ଆପଣ ଶନିବାର ଯିବେ ଓ ରବିବାର ରାତି ପର୍ଯ୍ୟନ୍ତ ଆପଣ ଘରକୁ ଫେରିବେ। ଏହି ପ୍ୟାକେଜର ପ୍ରଥମ ଦିନରେ, ଆପଣ ଭୋଜନରେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ କରିବେ। ଭ୍ରମଣର ଦ୍ୱିତୀୟ ଦିନରେ ଆପଣ ଜଳଖିଆ ପାଇବେ। ଅନ୍ୟ ପଟେ, ଯଦି ଆମେ ଏହି ଯାତ୍ରାର ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା କରିବା, ତେବେ ଏହା ଗୋଟିଏ ଦିନ ଓ ଦୁଇ ଦିନିଆ ଟୁର । ଯାହା ଦିଲ୍ଲୀରୁ ଶିରିଡ଼ି ଏବଂ ଶିରିଡ଼ିରୁ ଦିଲ୍ଲୀ ପର୍ଯ୍ୟନ୍ତ। ଏହି ଟୁର ର ତାରିଖ ହେଉଛି ୧୩ ଏପ୍ରିଲ୍ ଏବଂ ୧୪ ମଇ ୨୦୨୨।

ପ୍ୟାକେଜ୍ ମୂଲ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୫ ହଜାର ୭୬୦ ଟଙ୍କା ବୋଲି କୁହାଯାଇଥିବାବେଳେ ଆପଣ ଏଠାରେ ରହିବାକୁ ଯାଉଥିବା ହୋଟେଲର ନାମ ହେଉଛି ହୋଟେଲ ସାଇ ଶ୍ରୀ। ଫ୍ଲାଇଟ୍ ଦ୍ୱାରା ଡିଲକ୍ସ କ୍ଲାସ୍ ଟୁର କରିବେ। ପ୍ୟାକେଜ୍ ମୂଲ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କ ସୁବିଧା ଏବଂ ଆରାମ ଅନୁଯାୟୀ ଆପଣ ଏହି ପ୍ୟାକେଜ୍ ଚୟନ କରିପାରିବେ । ଉଦାହରଣ ସ୍ୱରୂପ, ସିଙ୍ଗଲ ଅକ୍ୟୁପେଶି ପାଇଁ ୧୬,୯୭୦ ଟଙ୍କା ଓ ଡବଲ୍ ଅକ୍ୟୁପେଶି ପାଇଁ ୧୫ ହଜାର ୭୬୦ଟଙ୍କା। ଟ୍ରିପଲ୍ ଅକ୍ୟୁପେଶି ୧୫ ହଜାର ୨୨୦ ଟଙ୍କା।

ଏହା ବ୍ୟତୀତ ୫ ରୁ ୧୧ ବର୍ଷର ପିଲାଙ୍କ ପାଇଁ ଶଯ୍ୟା ବିଶିଷ୍ଟ ସିଟ୍ ୧୫,୨୨୦ ଟଙ୍କା ରହିଛି। ୨ ରୁ ୪ ବର୍ଷର ପିଲାଙ୍କ ପାଇଁ ବିନା ବେଡ ମୂଲ୍ୟ ରହିଛି ୧୪,୪୧୦। ତେବେ ଆପଣ ଏହି ପ୍ୟାକେଜ ଟିକେଟ ବୁକ୍ କରିବା ପାଇଁ ଓ ଏହା ବିଷୟରେ ଅଧିକ ସୂଚନା ପାଇବା ପାଇଁ
https://bit.ly/382QQ2o ସାଇଟରେ କ୍ଲିକ୍ କରିପାରିବେ। ଆପଣ ଏହି ଲିଙ୍କ୍ ଉପରେ କ୍ଲିକ୍ କରି ସବୁ ନିୟମ ଜାଣିପାରିବେ ଓ ଏହା ସହିତ ଆପଣ 9717641764/9717648888 ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ।

Leave A Reply

Your email address will not be published.