ବ୍ୟବସାୟ ଓ ଅର୍ଥନୀତି

IRCTC ଜାରି କଲା ତତ୍କାଳ ଟିକେଟ ବୁକିଂ ର ସହଜ ଉପାୟ, ଜାଣି ନିଅନ୍ତୁ

ଭାରତୀୟ ରେଳ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ନେଇ ଯାତ୍ରା କରିଥାଏ। ହେଲେ ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା କେବେ ବି କମିନଥାଏ । ଅଧିକାଂଶ ରେଳ ମାର୍ଗରେ ନିଶ୍ଚିତ ହୋଇଥିବା ଟିକେଟ୍ ପାଇଁ ସର୍ବଦା ଛକାପଞ୍ଝା ଲାଗି ରହିଥାଏ। ଏଭଳି ପରିସ୍ଥିତିରେ ଯାତ୍ରୀଙ୍କୁ ନିଶ୍ଚିତ ଟ୍ରେନ୍ ଟିକେଟ ବୁକ୍ କରିବା ପାଇଁ ତତ୍କାଳ ବୁକିଂ କରିବାକୁ ପଡିଥାଏ। ହେଲେ ତତ୍କାଳ ଟିକେଟ ବୁକିଂ କରିବା ଏତେ ସହଜ ନୁହେଁ। ଟିକେଟ୍ ବୁକିଂ ଲାଗି ରହିଥିବା ପ୍ରକ୍ରିୟା ପୂରଣ କରୁ କରୁ ସମସ୍ତ ସିଟ୍ ସଂରକ୍ଷିତ ହୋଇଯାଇଥାଏ।

ତତ୍କାଳ ଟିକେଟ ଚାହିଦା ସବୁବେଳେ ଅଧିକ ରହିଥାଏ। ଏହି କାରଣରୁ ଟିକେଟ ବୁକ କରିବାରେ କଷ୍ଟ ହୋଇଥାଏ । IRCTC ଏହାର ମୁଖ୍ୟ ଷ୍ଟେସନରୁ ଟ୍ରେନ୍ ଯାତ୍ରା ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ତତ୍କାଳ ଟିକେଟ୍ ପାଇଁ ବୁକିଂ ୱିଣ୍ଡୋ ଖୋଲିଥାଏ। ବୁକିଂ ୱିଣ୍ଡୋ ଖୋଲିବା ମାତ୍ରେ ବହୁ ସଂଖ୍ୟକ ଲୋକ ଟିକେଟ୍ ବୁକିଂ ପାଇଁ ଆସିଥାନ୍ତି। ଏପରି ପରିସ୍ଥିତିରେ ଆପଣ ସବୁବେଳେ ତତ୍କାଳ ଟିକେଟ୍ ବୁକିଂ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ମନେ ରଖିବା ଆବଶ୍ୟକ।

irctc ତତ୍କାଳ ଟିକେଟ ବୁକିଂ ସମୟ ଜାଣି ନିଅନ୍ତୁ:
ଏସି କ୍ଲାସ୍ ଟିକେଟ୍ (2A / 3A / CC / EC / 3E) ପାଇଁ ବୁକିଂ ୱିଣ୍ଡୋ ସକାଳ ୧୦:୦୦ ସମୟରେ ଖୋଲୁଥିବା ବେଳେ ଅଣ- AC ଶ୍ରେଣୀ (SL / FC / 2S) ପାଇଁ ତତ୍କାଳ ଟିକେଟ୍ ସକାଳ ୧୧:୦୦ ସମୟରୁ ବୁକ୍ ହୋଇପାରିବ।

irctc ତତ୍କାଳ ଟିକେଟ ଦେୟ:
ଏହି ଯୋଜନା ପାଇଁ ସିଟ୍ ସଂରକ୍ଷଣ କରିବାକୁ ପଡୁଥିବାରୁ ଆଇଆରସିଟିସି ତତ୍କାଳ ବୁକିଂ ପାଇଁ ଅତିରିକ୍ତ ଦେୟ ନେଇଥାଏ। ନିୟମିତ ଟିକେଟ୍ ତୁଳନାରେ ତତ୍କାଳ ଟିକେଟ୍ ମୂଲ୍ୟ ଅଧିକ। ମାନେ ଯଦି ନିୟମିତ ଟିକେଟ୍ ମୂଲ୍ୟ ୯୦୦ ଟଙ୍କା ହୋଇଥାଏ, ତାହେଲେ ତତ୍କାଳ ଟିକେଟ ମୂଲ୍ୟ ୧୩୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ।

IRCTC ୱେବସାଇଟ୍ ମାଧ୍ୟମରେ ଏପରି ଅନଲାଇନ ତତ୍କାଳ ଟ୍ରେନ୍ ଟିକେଟ୍ ବୁକ୍ କରନ୍ତୁ

– IRCTC ୱେବସାଇଟ୍ irctc.co.in କୁ ଯାଆନ୍ତୁ ।
– IRCTC ର User ID ଏବଂ Password ରେ ଲଗ୍ ଇନ୍ କରନ୍ତୁ।
– ଯଦି ଆପଣଙ୍କର କୌଣସି IRCTC Account ନାହିଁ, ତାହେଲେ ସାଇନ୍ ଅପ୍ ବଟନ୍ କ୍ଲିକ୍ କରନ୍ତୁ
– ଏକ ନୂଆ ଆକାଉଣ୍ଟ୍ କରିବାକୁ ଦିଆୟାଇଥିବା ଷ୍ଟେପ କୁ ଫଲୋ କରନ୍ତୁ
– ବୁକ୍ ଟିକେଟ୍ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
-ତତ୍କାଳ ବୁକିଂ ବିକଳ୍ପ ଚୟନ କରନ୍ତୁ ଏବଂ ପ୍ରସ୍ଥାନ ଏବଂ ଆଗମନ ଷ୍ଟେସନ, ଯାତ୍ରା ତାରିଖ, ଟ୍ରେନ୍ ଏବଂ ଶ୍ରେଣୀ ସହିତ ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ।
-ବୁକିଂ ପାଇଁ ନିଜ ତଥ୍ୟ ପ୍ରଦାନ କରନ୍ତୁ।
– ଆପଣ ବର୍ଥ ମଧ୍ୟ ବାଛିପାରିବେ। ହେଲେ ମନେରଖନ୍ତୁ ଯେ ନିମ୍ନ ବର୍ଥଗୁଡ଼ିକ ସାଧାରଣତ ବୃଦ୍ଧ ଯାତ୍ରୀଙ୍କୁ ଦିଆଯାଏ।
-ଭଡା ଏବଂ ଅନ୍ୟାନ୍ୟ ବିବରଣୀ ସମୀକ୍ଷା କରନ୍ତୁ ଏବଂ ତାପରେ ଦେୟ ପାଇଁ କ୍ଲିକ କରନ୍ତୁ
-ଏକ ଦେୟ ବିକଳ୍ପ ଚୟନ କରନ୍ତୁ। ଯେପରିକି କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ୍, UPI କିମ୍ବା ଅନ୍ୟାନ୍ୟ ବିକଳ୍ପ।
-ବୁକିଂ ବିବରଣୀ ନିଶ୍ଚିତ କରନ୍ତୁ ଏବଂ ଦେୟ ପ୍ରଦାନ କରନ୍ତୁ।
– ଦେୟ ପରେ, ଇ-ଟିକେଟ୍ ଡାଉନଲୋଡ୍ କରନ୍ତୁ।

IRCTC App ମାଧ୍ୟମରେ ଅନଲାଇନ ତତ୍କାଳ ଟ୍ରେନ୍ ଟିକେଟ୍ ବୁକ୍ କରନ୍ତୁ

-ଆପଣଙ୍କ ସ୍ମାର୍ଟଫୋନ ରେ IRCTC App Downlaod କରି ଏହାକୁ Install କରନ୍ତୁ।
-ଆପ୍ ମାଧ୍ୟମରେ ଆପଣଙ୍କ IRCTC Account ଲଗ୍ ଇନ୍ କରନ୍ତୁ।
-ତତ୍କାଳ ବୁକିଂ ବିକଳ୍ପ ଚୟନ କରନ୍ତୁ।
-ଆପଣଙ୍କ ଟ୍ରେନ୍ ଏବଂ ଯାତ୍ରା ତାରିଖ ଚୟନ କରନ୍ତୁ।
-ଆବଶ୍ୟକ ଯାତ୍ରୀ ବିବରଣୀ ପ୍ରଦାନ କରନ୍ତୁ।
-କ୍ଲାସ ଏବଂ ବର୍ଥ ଚୟନ କରନ୍ତୁ।
-ଭଡା ବିବରଣୀ ସମୀକ୍ଷା କରନ୍ତୁ ଏବଂ ବୁକିଂ ନିଶ୍ଚିତ କରନ୍ତୁ।
-କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ବ୍ୟବହାର କରି ଟିକେଟ୍ ପାଇଁ ଦେୟ ପ୍ରଦାନ କରନ୍ତୁ।
-ଟିକେଟ ଦେୟ ସ୍ଥିତି ଯାଞ୍ଚ କରନ୍ତୁ ଏବଂ ଟିକେଟ ନିଶ୍ଚିତ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।
-ଟିକେଟ ଦେୟ ପ୍ରଦାନ ନିଶ୍ଚିତ ହେବା ପରେ IRCTC App ପାଖରୁ ବୁକିଂ ହୋଇଥିବା ତତ୍କାଳ ଟ୍ରେନ ଟିକେଟ୍ ଡାଉନଲୋଡ୍ କରନ୍ତୁ।

କନଫର୍ମ ହୋଇଥିବା ତତ୍କାଳ ଟିକେଟ୍ ପାଇବା ପାଇଁ ଉପାୟ:

– ଆପଣ ପୂର୍ବରୁ ଟିକେଟ୍ ବୁକ୍ କଲେ ଟ୍ରେନରେ ଏକ ନିଶ୍ଚିତ ସିଟ୍ ପାଇବା ସମ୍ଭାବନା ଅଧିକ ରହିଥାଏ।

– ଯଦି ଆପଣଙ୍କ ପାଖର ଏକାଧିକ ମାଧ୍ୟମ ରହିଛି ଯେପରିକି କମ୍ପ୍ୟୁଟର, ଲାପଟପ୍, କିମ୍ବା ସ୍ମାର୍ଟଫୋନ୍, ତାହେଲେ ଆପଣଙ୍କ ଟିକେଟ୍ ବୁକ୍ କରିବା ପାଇଁ ତାହାକୁ ବ୍ୟବହାର କରନ୍ତୁ। ଏହା କନଫର୍ମ ଟିକେଟ୍ ପାଇବାକୁ ସହଜ କରାଇବା ।

– ବୁକିଂ ଫର୍ମ ପୂରଣ କରିବା ସମୟରେ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ବିବରଣୀ ସହିତ ଆପଣଙ୍କ ସହ-ଯାତ୍ରୀଙ୍କ ସମୟ ବଞ୍ଚାଇବାକୁ ଆବଶ୍ୟକୀୟ ବିବରଣୀ ପ୍ରଦାନ କରନ୍ତୁ।

– ଅନଲାଇନ କ୍ରମେ ଆପଣଙ୍କୁ ଶୀଘ୍ର ଟିକେଟ ବୁକ୍ କରିବାରେ ସାହାଯ୍ୟ କରିବ। ଆପଣଙ୍କ ଟିକେଟ୍ ବୁକିଂ ଆରମ୍ଭ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ପାଖରେ ଭଲ ଇଣ୍ଟରନେଟ୍ ସଂଯୋଗ ରହିଛି।

– ଏକ ନିଶ୍ଚିତ ଟିକେଟ୍ ପାଇବାର ସମ୍ଭାବନା ବଢାଇବାକୁ କମ୍ ଯାତ୍ରୀ ଥିବା ଟ୍ରେନ୍ କିମ୍ବା ଟ୍ରେନ ରେ ତତ୍କାଳ ଟ୍ରେନ ଟିକେଟ୍ ବୁକିଂ କରିବାକୁ ଚେଷ୍ଟା କରନ୍ତୁ।

– ଆପଣ ଟିକେଟ୍ ବୁକିଂ କରିବାବେଳେ ନିମ୍ନ ବର୍ଥ ବାଛିବା ପାଇଁ ଚେଷ୍ଟା କରନ୍ତୁ। କାରଣ ନିମ୍ନ ବର୍ଥ ସାଧାରଣତଃ ବରିଷ୍ଠ ନାଗରିକଙ୍କୁ ଅଗ୍ରାଧିକାର ଦିଆଯାଏ। ଏହା ଏକ ନିଶ୍ଚିତ ଟିକେଟ୍ ପାଇବା ସମ୍ଭାବନାକୁ ବଢାଇପାରେ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

37 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago