IRCTC ଟୁର୍‌ ପ୍ୟାକେଜ: ଉତ୍ତର-ପୂର୍ବର ପାହାଡ଼ିଆ ସ୍ଥାନ ବୁଲିବାର ଶାନଦାର ମଉକା, ଫଟାଫଟ୍‌ ଏଠି ଜାଣନ୍ତୁ ପ୍ୟାକେଜ୍‌ର ଡିଟେଲ

ଚାପପୂର୍ଣ୍ଣ ଜୀବନରୁ କିଛି ସମୟ ବାହାର କରି ପ୍ରକୃତି ସହ ମିଶିବା ବହୁତ ଜରୁରୀ। ହିମାଳୟ ଅଞ୍ଚଳକୁ ଯାଇ ପ୍ରକୃତିକୁ ସ୍ପର୍ଶ କରିବାର ଇଚ୍ଛା ସମସ୍ତଙ୍କୁ ରହିଥାଏ, କିନ୍ତୁ ଏହାରି ଭିତରେ ବଜେଟ୍‌ ଏକ ପ୍ରତିବନ୍ଧକ ସାଜିଥାଏ। ଏବେ ଭାରତୀୟ ରେଲେଓ୍ଵର ଉପକ୍ରମ IRCTC ଆପଣଙ୍କ ପାଇଁ ଏକ ଟୁର୍‌ ପ୍ୟାକେଜ୍‌ ନେଇକି ଆସିଛି, ଯେଉଁଥିରେ ଆପଣ କମ୍‌ ବଜେଟ୍‌ରେ ପୂର୍ବ ହିମାଳୟ ଅଞ୍ଚଳ ବୁଲି ପାରିବେ। ଆସନ୍ତୁ ଜାଣିବା ଏହି ଟୁର୍‌ ପ୍ୟାକେଜ୍‌ ବିଷୟରେ।

ଏହି ଟୁର୍‌ ପ୍ୟାକେଜ୍‌ର ନାମ ‘ହିମାଳୟନ ଗୋଲ୍ଡେନ ଟ୍ରାଇଏଙ୍ଗଲ୍‌ ଟୁର୍‌’, ଯାହାର କୋଡ୍‌ EHH11। ଏହି ପ୍ୟାକେଜ୍‌ ଅଧୀନରେ ଦାର୍ଜିଲିଙ୍ଗ୍‌, ଗ୍ୟାଙ୍ଗ୍‌ଟକ, କଲିମ୍ପୋଙ୍ଗ୍‌ ଓ ନ୍ୟୁ ଜଲପାଇଗୁଡ଼ିର ଯାତ୍ରା ୫ ରାତି ଏବଂ ୬ ଦିନରେ ଶେଷ କରାଯିବ। ଏହି ଯାତ୍ରା ୧୭ ସେପ୍ଟେମ୍ବରରୁ ଆରମ୍ଭ ହେବ।

କ’ଣ ରହିଛି ଟୁର୍‌ ପ୍ୟାକେଜ୍‌ର ଟାରିଫ୍‌

Double Sharing: ₹ 28630(ଦୁଇ ଲୋକଙ୍କ ପାଇଁ)

Triple Sharing: ₹ 21440(ତିନି ଲୋକଙ୍କ ପାଇଁ)

Group of Four (4 Pax Group): ₹ 22960(୪ ଲୋକଙ୍କ ଗ୍ରୁପ୍‌)

Group of 6: (6 Pax Group): ₹ 19230(୬ ଲୋକଙ୍କ ଗ୍ରୁପ୍‌)

Separate Bed for Children (Child with Bed 5-11 Yrs): ₹ 7060(ପିଲାଙ୍କ ପାଇଁ ଅଲଗା ବେଡ୍‌ ନେଲେ)

ଯାତ୍ରା କାର୍ଯ୍ୟକ୍ରମ: (ଦାର୍ଜିଲିଙ୍ଗ୍‌ ୨ ରାତି+ କଲିମ୍ପୋଙ୍ଗ୍‌ ୧ ରାତି+ ଗ୍ୟାଙ୍ଗ୍‌ଟକ ୨ ରାତି)

ଯାତ୍ରା ସମୟରେ ମିଳିବାକୁ ଥିବା ସୁବିଧା

-ହୋଟେଲରେ ପହଞ୍ଚିବା ପରେ ପାଣି କିମ୍ବା ଜୁସ୍‌

-ରହିବା ପାଇଁ ହୋଟେଲରେ ଡବଲ୍‌ ରୁମ୍‌, ଯେଉଁଥିରେ ୨ ଲୋକ ରହିବେ

-ସକାଳର ଜଳଖିଆ ଏବଂ ରାତିର ଖାଦ୍ୟ

-ଟ୍ରେନ୍‌ରୁ ଓହ୍ଲାଇବା ପରେ ହୋଟେଲ ଏବଂ ଦର୍ଶନୀୟ ସ୍ଥଳୀ ପର୍ଯ୍ୟନ୍ତ ଯିବା ପାଇଁ ବାହନ

ପ୍ୟାକେଜ୍‌ ଟାରିଫ୍‌ରେ ବ୍ୟକ୍ତିଗତ ଖର୍ଚ୍ଚ ଯେପରି ରୁମ୍‌ ହିଟର, କପଡ଼ା ଧୋଇବା, ଟେଲିଫୋନ୍‌ କଲ୍‌, ଟିପ୍ସ ଏବଂ ଗ୍ରାଚ୍ୟୁଟି ଏହି ପ୍ୟାକେଜ୍‌ରେ ସାମିଲ ନାହିଁ। ସଫ୍ଟ କିମ୍ବା ହାର୍ଡ ଡ୍ରିଙ୍କ୍‌, ରାଫ୍‌ଟିଙ୍ଗ୍‌, ଅତିରିକ୍ତ ଦର୍ଶନୀୟ ସ୍ଥଳୀ କିମ୍ବା ବାହନର ଅତିରିକ୍ତ ଉପଯୋଗ ଏହି ଟୁର୍‌ ପ୍ୟାକେଜ୍‌ରେ ନାହିଁ। ଏଥିପାଇଁ ଯାତ୍ରୀମାନଙ୍କୁ ଅଲଗା ଭାବେ ଖର୍ଚ୍ଚ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.