IRCTC ଦେଉଛି ଥାଇଲାଣ୍ଡ ବୁଲିବା ମଉକା, କମ୍ ଟଙ୍କାରେ ବୁଲିବେ ଆଉ ଖାଇବେ, ଜାଣନ୍ତୁ କେମିତି କରିବେ ବୁକିଂ

ଥାଇଲାଣ୍ଡ ବୁଲେଇନେବ ଆଇଆରସିଟିସି । ଏବେ ଆପଣଙ୍କ ଥାଇଲାଣ୍ଡ ବୁଲିବା ସ୍ୱପ୍ନ ହେବ ପୂରଣ । ଆଇଆରସିଟିସିର ଟୁର ପ୍ୟାକେଜରେ ଆପଣ ବୁଲିବେ ଥାଇଲାଣ୍ଡ । ହଁ ଆଜ୍ଞା, ଟୁରିଜିମକୁ ବଢ଼ାଇବା ପାଇଁ ଆଇଆରସିଟିସି ସମୟ ସମୟରେ ଦେଶ ବିଦେଶରେ ଟୁର ପ୍ୟାକେଜ୍‌ ଲଞ୍ଚ୍‌ କରେ । ଏବେ ଏହି ପରିପ୍ରେକ୍ଷୀରେ ଆରସିଟିସି ଆପଣଙ୍କୁ ଥାଇଲାଣ୍ଡ ବୁଲିବା ମଉକା ଦେଉଛି ।

ଯଦି ଆପଣମାନେ ବୁଲିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ପ୍ଲାନ୍ ଅଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ କର୍ପୋରେସନ ବା ଆଇଆରସିଟିସି ପକ୍ଷରୁ ଏକ ଶାନଦାର ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ପ୍ୟାକେଜରେ ଆପଣମାନେ କମ୍ ଦାମରେ ଥାଇଲାଣ୍ଡ ବୁଲିବାର ସୁଯୋଗ ପାଇ ପାରିବେ । ଆସନ୍ତା ମାର୍ଚ୍ଚ ମାସରେ ଏହି ପ୍ୟାକେଜର ଯାତ୍ରା ଆରମ୍ଭ ହେବ ।

ଆଇଆରସିଟିସିର ଏହି ପ୍ୟାକେଜର ଶୁଭାରମ୍ଭ ମାର୍ଚ୍ଚ ମାସ ୧୭ ତାରିଖରୁ ଆରମ୍ଭ ହୋଇ ୨୨ରେ ଶେଷ ହେବ । ଏହି ପ୍ୟାକେଜରେ ଆପଣମାନେ ବ୍ୟାଙ୍କଙ୍କ, ପଟାୟାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ପଟାୟାରେ ନାଙ୍ଗ ନୂଚ, ଟ୍ରାପିକଲ ଗାର୍ଡନ, ଅଲକାଜାର ଶୋ’ ଓ କୋରଲ ଆଇଲ୍ୟାଣ୍ଡ, ବ୍ୟାଙ୍କଙ୍କର ଜେମ୍ସ ଗ୍ୟାଲେରୀ, ହାପଡେ ସିଟି ଟୁର, ଚାଓପ୍ରାୟା କ୍ରୁଜ, ସଫାରୀ ୱାର୍ଲ୍ଡ, ମରୀନ ପାର୍କ, ସି ଲାଇଫ, ଓଶିନ ୱାର୍ଲ୍ଡ ଆଦି ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିପାରିବେ ।

irctc trainଏହି ପ୍ୟାକେଜରେ ଉତ୍ତରପ୍ରଦେଶର ରାଜଧାନୀରୁ ଫ୍ଲାଇଟ ବ୍ୟାଙ୍କକକୁ ଯାତ୍ରା କରିବ । ରିଟର୍ଣ୍ଣ ଯାତ୍ରା ପାଇଁ ବ୍ୟାଙ୍କକରୁ ସିଧା ଫ୍ଲାଇଟରେ ଲକ୍ଷ୍ନୌ ଅଣାଯିବ। ଏହି ବିମାନ ଯାତ୍ରା ପ୍ୟାକେଜରେ ଯାତ୍ରୀଙ୍କ ବିମାନ ଯାତ୍ରା, ଭିସା ଫିସ, ତିନି ତାରକା ହୋଟେଲରେ ରହଣି ବ୍ୟବସ୍ଥା, ଭାରତୀୟ ଖାଦ୍ୟ ବେକଫାଷ୍ଟ, ଲଞ୍ଚ ଓ ଡିନର ସବୁ ଆଇଆରସିଟିସି ଦ୍ୱାରା ବହନ କରାଯିବ ।

ଯାତ୍ରା ଫିସ୍‌ ଡିଟେଲ୍ସ

ଏହି ପ୍ୟାକେଜରେ ଜଣେ ବ୍ୟକ୍ତିଙ୍କ ପାଇଁ ଫିସ୍ ୫୭,୨୦୦ ଟଙ୍କା ରହିଛି । ଦୁଇ ଜଣ ଏକତ୍ର ରହିଲେ ଜଣଙ୍କୁ ୫୭,୨୦୦ ଟଙ୍କା ଦେବାକୁ ପଡ଼ିବ । ଜଣେ ବ୍ୟକ୍ତି ରହିଲେ ୬୬,୬୦୦ ଟଙ୍କା ଦେବାକୁ ପଡ଼ିବ । ଏଥିସହିତ ଶିଶୁଙ୍କ ପ୍ୟାକେଜ ବେଡ ସହିତ ୫୪,୩୦୦ ଓ ବିନା ବେଡ ପାଇଁ ୪୭,୧୦୦ ଟଙ୍କା ରହିଛି ।

ଏହି ପ୍ୟାକେଜକୁ ବୁକିଂ କରିବା ପାଇଁ ଆପଣମାନେ ଆଇଆରସିଟିସିର ୱେବସାଇଟ୍ www.irctctourism.com କୁ ଯାଇ ଅନଲାଇନରେ ବୁକିଂ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.