କେରଳ ଯିବାର ରହିଛି କି ପ୍ଲାନିଂ, ତେବେ ଆଇଆରସିଟିସି ଦେଉଛି ୬ ଦିନ ପାଇଁ ବୁଲି ଯିବା ମଉକା

ନୂଆଦିଲ୍ଲୀ : ଭାରତୀୟ ରେଳ କ୍ୟଟେରିଂ ଏବଂ ଟ୍ୟୁରିଜିମ୍ କରପୋରେସନ୍ କେରଳ ପାଇଁ ୫ ରାତି ଏବଂ ୬ ଦିନର ଟ୍ୟୁରିଜିମ୍ ପ୍ୟାକେଜ୍ ଲଞ୍ଚ କରିଛି। ଏହି ଟୁର ହାଇଦ୍ରାବାଦରୁ ଆରମ୍ଭ ହୋଇ କୋଚିନ୍, ମୁନ୍ନାର, ଥେକ୍କର ଏବଂ କୁମାରକୋମ ହୋଇ ଯିବ।

ଆଇଆରସିଟିସିର ଅଫିସିଆଲ ୱେବସାଇଟ ଅନୁଯାୟୀ , ଏହି ଯାତ୍ରା ଇଣ୍ଡିଗୋ ଏୟାରଲାଇନ୍ସର ଇକୋନୋମି କ୍ଳାସ ଜରିଆରେ ୨୧ ଫେବୃଆରୀ ୨୦୧୯ରୁ ଆରମ୍ଭ ହେବ। ଏହି ପ୍ୟାକେଜର ସମୁଦାୟ ମୂଲ୍ୟ ୨୩,୫୭୩ଟଙ୍କା ରଖାଯାଇଛି।

irctc

ଏହି ପ୍ୟାକେଜରେ ବିମାନ ଟିକେଟ ସହ ୪ ରାତି ୩ଷ୍ଟାର ହୋଟେଲ ଏବଂ ଏକ ରାତି ଡ଼ଙ୍ଗା ଘରେ ବିତାଇବାକୁ ଅଫର ରହିଛି। ଏଥିସହ ଏହି ମୂଲ୍ୟରେ ଯାତ୍ରା ବିମା ମଧ୍ୟ ରହିଛି। ଏଥିରେ ଖାଦ୍ୟର ବ୍ୟବସ୍ଥା ରହିନଥିବା ବେଳେ ଆପଣଙ୍କୁ ଆପଣଙ୍କ ବ୍ୟକ୍ତିଗତ ଖର୍ଚ୍ଚ ଉଠାଇବାକୁ ପଡ଼ିବ। ଆଇଆରସିଟିସି ଏହା ଛଡ଼ା ନୂଆଦିଲ୍ଲୀରୁ ଚେନ୍ନାଇ, ତିରୁପତି, ତ୍ରିବେନ୍ଦ୍ରମ, କନ୍ୟାକୁମାରୀ , ରାମେଶ୍ବରମ୍ ଏବଂ ମଦୁରାଇ ଆଦି ପାଇଁ ମଧ୍ୟ ପ୍ୟକେଜ୍ ଲଞ୍ଚ କରିଛି। ଏହି ପ୍ୟାକେଜ ମାନଙ୍କ ବିଷୟରେ ଅଧିକ ତଥ୍ୟ ଆପଣ ଆଇଆରସିଟିସିର ଅଫିସିଆଲ ୱେବସାଇଟରୁ ପାଇପାରିବେ।