ବ୍ୟବସାୟ ଓ ଅର୍ଥନୀତି

IRCTC ବିନା ଆପଣ କରିପାରିବେ ଟ୍ରେନ ଟିକେଟ ବୁକ ଓ ପାଇପାରିବେ ରିଫଣ୍ଡ, ଜାଣନ୍ତୁ ସହଜ ଷ୍ଟେପ

କ’ଣ ଆପଣ ବି ଅନଲାଇନରେ ଟ୍ରେନ ଟିକେଟ ବୁକ କରୁଛନ୍ତି? ତେବେ ଏହି ଖବର ଆପଣଙ୍କ ପାଇଁ.. ଏବେ ଟ୍ରେନ ଟିକେଟ ବୁକ ପାଇଁ ଆଉ ଆଇଆରସିଟିସି ଆକାଉଣ୍ଟ ର ଆଇଡି ଓ ପାସଓ୍ଵାର୍ଡର ଆବଶ୍ୟକତା ନାହିଁ। କେବଳ ଏତିକି ନୁହେଁ ବରଂ ଟିକେଟ କ୍ୟାସନଲ ପରେ ରିଫଣ୍ଡ ମଧ୍ୟ ଆପଣଙ୍କୁ ଫଟାଫଟ ପାଇବେ।

ଟ୍ରେନ ଟିକେଟ ବୁକ କରିବା ହେଉ ଅବା ରିଫଣ୍ଡ ନେବା ହେଉ, ଏମିତିରେ ଷ୍ଟେସନର ପୁରା ଚକ୍କର କାଟିବାକୁ ପଡ଼ିଥାଏ। ନଚେତ ଅନଲାଇନରେ ଅନେକ କିଛି କରିବାକୁ ପଡ଼ିଥାଏ। ଯଦି ଆପଣ ବି ଏହି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଏକ ଉପାୟ ସମ୍ପର୍କରେ ଆମେ ଆପଣଙ୍କୁ କହିବୁ। ଟିକେଟ ବୁକ କରିବା ହେଉ କିମ୍ବା ଅନ୍ୟ ରେଳ ସେବା ସମ୍ପର୍କରେ ଜାଣିବା ହେଉ ଅବା ରିଫଣ୍ଡ ନେବା ହେଉ, ଏବେ ସବୁ କିଛି ମାତ୍ର କେଇ ମିନିଟ ରେ ସମ୍ଭବ ହୋଇପାରିବ। ମୁଖ୍ୟ କଥା ହେଉଛି ଏମିତିରେ ଆପଣଙ୍କୁ ଆଇଆରସିଟିସି ଆଇଡି ଓ ପାସଓ୍ଵାର୍ଡ ର ଆବଶ୍ୟକତା ନାହିଁ। ଜାଣନ୍ତୁ ଏମିତି ସ୍ଥିତିରେ କଣ କରିବେ।

ଆମେ ଆଜି ଆପଣଙ୍କୁ ଏକ ଏମିତି ପ୍ରୋସେସ ସମ୍ପର୍କରେ କହିବୁ ଯେଉଁଥିରେ ଆପଣ ଟ୍ରେନ ଟିକେଟ ବୁକ ଠାରୁ ରିଫଣ୍ଡ ପର୍ଯ୍ୟନ୍ତ ରେଳ ର ସମସ୍ତ ସମସ୍ୟାର ସମାଧାନ ଚୁଟକି ରେ ହୋଇଯିବ। ଆଇଆରସିଟିସି ର ଡିଜିଟାଏ ହେଲ୍ପଡେସ୍କ, Ask DISHA ସର୍ଭିସ ମାଧ୍ୟମରେ ଆପଣ ଏହି କାମ କରିପାରିବେ। Digital Interaction to Request Help Anytime ନାମରେ ଏହି AI-Powered Chatbot ଆରମ୍ଭ ହୋଇଛି। ଏହା ଇଂରାଜୀ, ହିନ୍ଦୀ ଦୁଇଟି ଭାଷାରେ ଆପଣଙ୍କୁ ସବୁ ପ୍ରଶ୍ନର ଉତ୍ତର ଦେବ।

Ask DISHAରେ ଆପଣ ଟିକେଟ ବୁକ କରିପାରିବେ। ପିଏନଆର ଷ୍ଟାଟସ ଚେକ କରିପାରିବେ। ବୋର୍ଡିଂ ଷ୍ଟେସନ ପରିବର୍ତ୍ତନ କରିପାରିବେ। ଟିକେଟ କ୍ୟାନସଲ କରିପାରିବେ। ନିଜର ଇ ଟିକେଟ ଦେଖିବା ସହ ତାକୁ ସେୟାର ଓ ପ୍ରିଣ୍ଟ କରିପାରିବେ। ରେଳ ସହ ଜଡ଼ିତ ଅନ୍ୟ ପ୍ରଶ୍ନ ସମ୍ପର୍କରେ ମଧ୍ୟ ସବୁ ତଥ୍ୟ ଦେବ। ଏଥିରେ ଆପର ରିଫଣ୍ଡ ଷ୍ଟାଟସ ମଧ୍ୟ ଚେକ କରିପାରିବେ।

Chatbot ମାଧ୍ୟମରେ ଆପଣ ଅନେକ ସୁବିଧା ମଧ୍ୟ ପାଇପାରିବେ। କିନ୍ତୁ ଯାତ୍ରୀଙ୍କୁ ଗୋଟିଏ ଅପସନ ବହୁତ ଭଲ ଲାଗିଛି ତାହା ହେଉଛି ବିନା ଆଇଆରସିଟିସି ର ଆଇଡି ଓ ପାସଓ୍ଵାର୍ଡ ରେ ଆପଣ ଟିକେଟ ବୁକ କରିପାରିବେ। ଏଥିରେ କବେଳ ଆପଣ ଫୋନରେ ଆସିଥିବା ଓଟିପିକୁ ଭେରିଫାଏ କରିବାକୁ ହେବ। ଏମିତିରେ ଆଇଆରସିଟିସି ଆକାଉଣ୍ଟରେ ଲଗଇନ କରିବାକୁ ପଡ଼ିବ ନାହିଁ।

ଏବେ ଜାଣନ୍ତୁ କିପରି ପାଇବେ ରିଫଣ୍ଡ:
– ପ୍ରଥମେ ଫୋରେ କିମ୍ବା ସିଷ୍ଟମରେ ଆଇଆରସିଟିସି ର େଓ୍ଵବସାଇଟକୁ ଖୋଲନ୍ତୁ।
– ପରେ ଏଥିରେ ରିଫଣ୍ଡ ଷ୍ଟାଟସ ଦେଖାଇବ। ଏହାକୁ କ୍ଳିକ କରନ୍ତୁ।
– ଏହାପରେ ୩ ଟି ଅପସନ ଦେଖାଇବ । ଯେଉଁଥିରେ ଟିକେଟ କ୍ୟାନସଲେସନ , ଫେଲ୍ଡ କ୍ୟାନସଲେସନ ଓ ଟିଡିଆର ଦେଖାଯିବ।
– ଏଥିରେ ଆପଣ ପ୍ରଥମ ମାନେ ଟିକେଟ କ୍ୟାନସଲେସନ କୁୁ ଚୁଜ କରନ୍ତୁ।
– ପରେ ପିଏନଆର ନମ୍ବର ଏଣ୍ଟର କରାନ୍ତୁ।
– ଯାହାପରେ ଆପଣଙ୍କ ପାଖକୁ ଏକ ମେସେଜ ଆସିବ।
– ଶେଷରେ ଆପଣଙ୍କ ରିଫଣ୍ଡ ପ୍ରୋସେସ ଆରମ୍ଭ ହୋଇଛି ୩,୪ ଦିନ ଭିତିରେ ଏହା ଆପଣଙ୍କ ପାଖକୁ ଆସିଯିବ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago