ଟ୍ରେନରେ ଯାତ୍ରା କରୁଛନ୍ତି ତ ଇନ୍ସୁରାନ୍ସ ନିଶ୍ଚୟ କରନ୍ତୁ, ଲାଭରେ ରହିବେ

୪୫ ଟଙ୍କାରେ ମିଳିବ ୧୦ ଲକ୍ଷ ବିମା

ଟ୍ରେନ୍‌ ଯାତ୍ରା କରୁଥିଲେ କରନ୍ତୁ ଇନସୁରାନ୍ସ…ଇନସୁରାନ୍ସ କଲେ ଲାଭରେ ରହିବେ ଆପଣ…ଟିକେଟ ବୁକ୍‌ କରିବା ସମୟରେ ବାଛନ୍ତୁ ବିମା ପଲିସୀ…

ଗତ ରବିବାର ଛତିଶଗଡ ରାଜଧାନୀ ରାୟପୁର ନିକଟସ୍ଥ ଉରକୁରା ରେଲେଓ୍ଵ ଷ୍ଟେସନ ଦେଇ ଯାଉଥିବା ସାଲିମାର ଏକ୍ସପ୍ରେସ ଉପରେ ଏକ ଲୁହା ଖୁମ୍ବ ପଡିଗଲା । ଯାହାପରେ ଝରକା ପାଖରେ ବସିଥିବା ତିନି ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ଜଣଙ୍କର ତ ହାତ କଟିଗଲା । ଭାରତରେ ପ୍ରତ୍ୟେକ ଦିନ ଟ୍ରେନ୍‌ ଦୁର୍ଘଟଣା ଘଟୁଥିବା କତା ସାମ୍ନାକୁ ଆସୁଛି । କେବେ ଟ୍ରେନ ଟ୍ରାକରୁ ପଳାଉଛି ତ ଆଉ କେତେବେଳେ ସିଗନାଲ ତ୍ରୁଟି କାରଣରୁ ଦୁଇଟି ଟ୍ରେନ୍‌ ମଧ୍ୟରେ ଧକ୍କା ହେଉଛି । ଆଉ ଏହି ଦୁର୍ଘଟଣା କାରଣରୁ ଅନେକ ଲୋକଙ୍କ ଜୀବନ ବି ଯାଉଛି ।

ତେବେ ଏହି ସବୁ ଘଟଣାକୁ ଆଖି ଆଗରେ ରଖି ଏବଂ ଯାତ୍ରୀଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଭାରତୀୟ ରେଳ ଯାତ୍ରୀଙ୍କୁ ଟ୍ରାଭେଲ ଇନସୁରାନ୍ସର ସୁବିଧା ଦେଉଛି । କୌଣସି ରେଳ ଦୁର୍ଘଟଣା ହେଲେ କିମ୍ବା ରେଳ ଯାତ୍ରା ସମୟରେ କୌଣସି କ୍ଷତି ପହଁଚିଳେ ଯାତ୍ରୀ ଏହି ଇନସୁରାନ୍ସ କ୍ଲେମ କରିପାରିବେ । ଖାସ୍‌ କଥା ହେଉଛି ଏହି ଇନସୁରାନ୍ସର ପ୍ରିମିୟମ୍‌ ୪୫ ଟଙ୍କା । ଆପଣ ୪୫ ଟଙ୍କାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଲେମ ମିଳିଥାଏ । କିନ୍ତୁ ଅଧିକାଂଶ ଯାତ୍ରୀମାନେ ଏହା ଜାଣିନଥିବାରୁ ଏହି ଇନସୁରାନ୍ସ ପଲିସିର ଲାଭ ଉଠାଉ ନାହାଁନ୍ତି । ଏହାର ଆଉ ଏକ କାରଣ ଏୟା ଯେ ଏହି ଟ୍ରାଭେଲ ଇନସୁରାନ୍ସ ପଲିସିର ଫାଇଦା କେବଳ ସେହି ଯାତ୍ରୀଙ୍କୁ ମିଳିଥାଏ, ଯେଉଁମାନେ ଅନଲାଇନ୍‌ ଟ୍ରେନ୍‌ ଟିକେଟ ବୁକ୍‌ କରୁଛନ୍ତି ।

ତେବେ ଆସନ୍ତୁ ଜାଣିବା ଟ୍ରେନ ଇନସୁରାନ୍ସକୁ ନେଇ ଜରୁରୀ ସୂଚନା

ଏହି ଇନସୁରାନ୍ସ ପଲିସିକୁ ନେବା ପାଇଁ ହେଲେ ଅନଲାଇନ ଟିକେଟ ବୁକ୍‌ କରିବା ସମୟରେ ଆପଣଙ୍କୁ ବୀମା ପଲିସିର ବିକଳ୍ପକୁ ଚୟନ କରିବାକୁ ପଡିବ । ଏହାପରେ ବିମା କମ୍ପାନୀ ପକ୍ଷରୁ ଯାତ୍ରୀଙ୍କ ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡିକୁ ଏକ ମେସେଜ୍‌ ପଠାଯାଇଥାଏ ।

ଏହି ମେସେଜରେ ଟ୍ରାଭେଲ ଇନସୁରାନ୍ସ କମ୍ପାନୀର ନାମ ଏବଂ ଇନସୁରାନ୍ସ ସାର୍ଟିଫିକେଟ ନମ୍ବର ଲେଖାଯାଇଥାଏ । ଏହାବ୍ୟତୀତ ମେସେଜରେ ଏକ ଲିଙ୍କ ମଧ୍ୟ ଦିଆଯାଇଥାଏ । ଏହା ଜରିଆରେ ଯାତ୍ରୀ ନିଜ ନମିନର ନାମକୁ ମଧ୍ୟ ଅପଡେଟ୍‌ କରିପାରିବେ ।

ଇନସୁରାନ୍ସ କମ୍ପାନୀ ଦ୍ୱାରା ଇମେଲରେ ଏକ ହେଲ୍ପ ଲାଇନ ନମ୍ବର ମଧ୍ୟ ଦିଆଯାଇଥାଏ । ଏହି ନମ୍ବରରେ ଯାତ୍ରୀ ଇନସୁରାନ୍ସ ସମ୍ବନ୍ଧୀୟ ସବୁ ସୂଚନା ପାଇପାରିବେ ।

କେଉଁ ସ୍ଥିତିରେ କେତେ ଇନସୁରାନ୍ସ କଭର ମିଳିଥାଏ?

ଯଦି କୌଣସି ଟ୍ରେନ ଟ୍ରାକରୁ ତଳକୁ ପଳାଇଛି, ଯେଉଁଥିରେ ଯାତ୍ରୀ ଆହତ ହୋଇଛନ୍ତି କିମ୍ବା ତାଙ୍କର ମୃତ୍ୟୁ ଘଟିଛି । ତେବେ ଇନସୁରାନ୍ସ ରାଶି ତାଙ୍କୁ ମିଳିଥାଏ । ଏହାବ୍ୟତୀତ ଦୁଇଟି ଟ୍ରେନର ଧକ୍କା ହେଲେ ଯାତ୍ରୀଙ୍କର ଶାରୀରିକ ଏବଂ ମାନସିକ କ୍ଷତି ଘଟିଛି ତାହେଲେ ଆପଣ ଇନସୁରାନ୍ସ କ୍ଲେମ ବି କରିପାରିବେ । ଯଦି ଯାତ୍ରା ସମୟରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ ତାହେଲେ ଏଥିରେ ଯଦି ଯାତ୍ରୀଙ୍କୁ କୌଣସି ପ୍ରକାର କ୍ଷତି ପହଁଚିଥାଏ ତାହେଲେ ସେ ଇନସୁରାନ୍ସ କ୍ଲେମ କରିପାରିବେ ।

କିନ୍ତୁ ଯଦି ଯାତ୍ରୀ ଯାତ୍ରା ସମୟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବେ କିମ୍ବା ମାନସିକ ସନ୍ତୁଳନ ଖରାପ ହେବା କାରଣରୁ ସେ କୌଣସି ଦୁର୍ଘଟଣାର ଶିକାର ହେଲେ ତାହେଲେ ଭାରତୀୟ ରେଳ ଦ୍ୱାରା କ୍ଷତିପୂରଣ କିମ୍ବା ଇନସୁରାନ୍ସ ଦେଇନଥାଏ । ରେଳ ଦୁର୍ଘଟଣାରେ ଯାତ୍ରୀଙ୍କୁ ହୋଇଥିବା କ୍ଷତି ମୁତାବକ ଇନସୁରାନ୍ସ ରାଶି ଦିଆଯାଇଥାଏ ।

You might also like