ଏହି ଲୋକମାନେ Income Tax ଭରିବା ଜରୁରୀ; ନ ହେଲେ ହୋଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ…ଜାଣି ନିଅନ୍ତୁ ତାଲିକା

ରୋଜଗାର ଯେତିକି ଯେତିକି ବଢ଼ିଚାଲେ, ତାହା ଇନକମ୍‌ ଟ୍ୟାକ୍ସ ଅଧୀନକୁ ଆସିଯାଏ। ଥରେ ଯେତେବେଳେ ଆୟ ଟିକସଯୋଗ୍ୟ ହୋଇଯାଏ, ତ ଏହା ଉପରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିଥାଏ। ସରକାରଙ୍କ ଜରିଆରେ ଆୟ ଉପରେ କର ଆଦାୟ କରାଯାଇଥାଏ। ଆୟ ଉପରେ କର ଆଦାୟ କରିବା ପାଇଁ ଇନକମ୍‌ ଟ୍ୟାକ୍ସ ସ୍ଲାବ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହା ଅନୁସାରେ, ସରକାର କର ଆଦାୟ କରି ଥାଆନ୍ତି। ଯଦିଓ କିଛି ଲୋକ ଟିକସଯୋଗ୍ୟ ଆୟ ଥିବା ସତ୍ତ୍ୱେ ଟ୍ୟାକ୍ସ ଭରିବାକୁ ନାରାଜ ଥାଆନ୍ତି, ଯେଉଁ କାରଣରୁ ସେମାନଙ୍କୁ ଆଗାମୀ ସମୟରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ।

ଇନକମ୍‌ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି। ଆର୍ଥିକ ବର୍ଷ ପାଇଁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ନେଟ୍‌ ଟିକସଯୋଗ୍ୟ ଆୟ ଉପରେ ଏହାର ଗଣନା ହୋଇଥାଏ, ଯାହା ବର୍ଷର ୧ ଏପ୍ରିଲରୁ ଆରମ୍ଭ ହୋଇ ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷର ୩୧ ମାର୍ଚ୍ଚରେ ଶେଷ ହୋଇଥାଏ।

ଆଇଟି ଅଧିନିୟମର ବର୍ତ୍ତମାନର ନିୟମ ମୁତାବକ, ଆୟ କରୁଥିବା କୌଣସି ବ୍ୟକ୍ତି କିମ୍ବା ବ୍ୟବସାୟ ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ଉତ୍ତରଦାୟୀ। କିନ୍ତୁ ବର୍ତ୍ତମାନ ଆୟକର କେବଳ ସେତେବେଳେ ଦେବାକୁ ପଡ଼ିଥାଏ, ଯେତେବେଳେ ଏକ ଆର୍ଥିକ ବର୍ଷ ପାଇଁ ନେଟ୍‌ ଟିକସଯୋଗ୍ୟ ଆୟ ୨.୫ ଲକ୍ଷରୁ ଅଧିକ ହୋଇଥିବ। ଏଠାରେ ଆମେ ଆପଣଙ୍କୁ ଏପରି ବ୍ୟକ୍ତି ଏବଂ ସଂସ୍ଥା ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଟିକସ ଦେବାକୁ ଉତ୍ତରଦାୟୀ ଥାଆନ୍ତି ଏବଂ ସେମାନଙ୍କ ନେଟ୍‌ ଟିକସଯୋଗ୍ୟ ଆୟ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ହୋଇଥାଏ।

ଏହି ଲୋକମାନଙ୍କୁ ଦେବାକୁ ପଡ଼ିଥାଏ ଆୟକର

– ବେତନଭୋଗୀ ବ୍ୟକ୍ତି

– ସ୍ୱ-ନିୟୋଜିତ ବ୍ୟକ୍ତି

– ସ୍ୱ-ନିୟୋଜିତ ବୃତ୍ତିଗତ

– ହିନ୍ଦୁ ଅବିଭାଜିତ ପରିବାର (HUF)

– ଆଇନଗତ ମାନ୍ୟତାପ୍ରାପ୍ତ କୃତ୍ରିମ ବ୍ୟକ୍ତି

– ବଡି ଅଫ୍ ଇଣ୍ଡିଭିଜୁଆଲ୍ସ (BOI)

– ଆସୋସିଏସନ ଅଫ୍ ପର୍ସନ୍ସ (AOP)

– କମ୍ପାନୀ ଏବଂ କର୍ପୋରେଟ୍ ଫାର୍ମ

– ସ୍ଥାନୀୟ ଅଥରିଟି

Leave A Reply

Your email address will not be published.