ଆପଣଙ୍କ ଆଧାର କାର୍ଡ ୧୦ ବର୍ଷରୁ ଅଧିକ ପୁରୁଣା ହୋଇଗଲାଣି କି? ଫଟାଫଟ୍‌ କରନ୍ତୁ ଏହି କାମ ନଚେତ୍‌ ପଡ଼ିଯିବେ ମୁସ୍କିଲରେ

ଯେଉଁ ଲୋକମାନଙ୍କ ଆଧାର କାର୍ଡ ୧୦ ବର୍ଷ କିମ୍ବା ଏହାଠୁ ଅଧିକ ପୁରୁଣା ହୋଇଗଲାଣି, ତ ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। The Unique Identification Authority of India (UIDAI) ଏବେ ଏମିତି ଲୋକଙ୍କୁ ନିଜ ଆଧାର କାର୍ଡର ସମସ୍ତ ସୂଚନା ଅପ୍‌ଡେଟ କରିବାକୁ ପରାମର୍ଶ ଦେଇଛି। ଆଧାର କାର୍ଡଧାରୀମାନଙ୍କୁ ନିଜର ପରିଚୟ ପ୍ରମାଣପତ୍ର ଏବଂ ଠିକଣା ପ୍ରମାଣପତ୍ର ସମ୍ବନ୍ଧୀୟ ଦସ୍ତାବିଜ୍‌ଗୁଡ଼ିକୁ ଅପ୍‌ଡେଟ କରିବାକୁ ପରାମର୍ଶ ଦିଆଯାଇଛି।

ଆଧାରକୁ ଉଭୟ ଅନଲାଇନ ଏବଂ ଅଫ୍‌ଲାଇନ ଜରିଆରେ ଅପ୍‌ଡେଟ କରାଯାଇ ପାରିବ। UIDAI ଅନୁସାରେ, ଯେଉଁ ଲୋକମାନଙ୍କ ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି ହୋଇଥିଲା ଏବଂ ଇତି ମଧ୍ୟରେ ସେମାନେ ଗୋଟିଏ ଥର ବି ତାହାକୁ ଅପ୍‌ଡେଟ କରି ନାହାନ୍ତି, ତ ସେହି ଲୋକମାନେ ନିଜ ଆଧାର ଅପ୍‌ଡେଟ କରିବା ନିହାତି ଦରକାର।

ଯଦିଓ UIDAI ସ୍ପଷ୍ଟ କରିଛି କି, ଏମିତି କରିବା ବାଧ୍ୟତାମୂଳକ ନୁହେଁ। କିନ୍ତୁ ଏହା ଆଧାର କାର୍ଡଧାରୀଙ୍କ ହିତରେ ରହିଛି। UIDAI କହିଛି, ଯେଉଁମାନେ ନିଜ ଆଧାର କାର୍ଡ ୧୦ ବର୍ଷ ପୂର୍ବରୁ ତିଆରି କରିଥିଲେ ଏବଂ ଆଜି ପର୍ଯ୍ୟନ୍ତ କେବେ ବି ଅପ୍‌ଡେଟ କରାଇ ନାହାନ୍ତି, ତ ଏମିତି ଆଧାର ନମ୍ବର ଧାରକଙ୍କୁ ଦସ୍ତାବିଜ୍‌ ଅପ୍‌ଡେଟ କରାଇବାକୁ ପରାମର୍ଶ ଦିଆଯାଇଛି।

ଏମିତି କରନ୍ତୁ ଅପ୍‌ଡେଟ

UIDAIର କହିବା ହେଲା, ଆପଣ ଚାହିଁଲେ, ନିଜ ଆଧାର କାର୍ଡକୁ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଅପ୍‌ଡେଟ କରି ପାରିବେ। ଅନଲାଇନ ଆଧାର ଅପ୍‌ଡେଟ କରିବା ପାଇଁ ଆପଣଙ୍କୁ MyAadhaar ପୋର୍ଟାଲକୁ ଯିବାକୁ ହେବ। ଆପଣ ଆଧାର ସେଣ୍ଟରକୁ ଯାଇ ମଧ୍ୟ ଏହି କାମ କରି ପାରିବେ। ଏଥିପାଇଁ ଆପଣଙ୍କୁ କିଛି ଶୁଳ୍କ ଭରଣା କରିବାକୁ ପଡ଼ିବ।

କହି ରଖୁଛୁ, UIDAI ଏକ ବୈଧାନିକ ପ୍ରାଧିକରଣ, ଯାହାକୁ ‘ଆଧାର ଆଇନ ୨୦୧୬’ ଅଧୀନରେ ୨୦୧୬ ମସିହା ଜୁଲାଇ ୧୨ରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ଦେଶର ସମସ୍ତ ଜନତାଙ୍କୁ ‘ଆଧାର’ ନାମକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ଜାରି କରିବା ଉଦ୍ଦେଶ୍ୟରେ ଏହାକୁ ସ୍ଥାପନା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.