ବ୍ୟବସାୟ ଓ ଅର୍ଥନୀତି

ରେଲୱେର ବଡ଼ ନିଷ୍ପତ୍ତି: ଦେଶର ଏହି ସବୁ ଟ୍ରେନ ହେବ ସମ୍ପୂର୍ଣ୍ଣ ନିରାମିଷ, ଯାତ୍ରା ସମୟରେ କୌଣସି ବି ଯାତ୍ରୀ ଖାଇବେନି ଆମିଷ

ବହୁତ ଜଲ୍‌ଦି ଟ୍ରେନ୍‌ଗୁଡ଼ିକରେ ଆମିଷ ଖାଇବା ଏବଂ ନେଇ ଯିବାରେ ପ୍ରତିବନ୍ଧକ ଲାଗିବ। ଏହି ନିୟମ ସାରା ଦେଶର ସେହି ସବୁ ଟ୍ରେନ୍‌ରେ ଲାଗୁ ହେବ, ଯେଉଁଗୁଡ଼ିକ ଧାର୍ମିକ ସ୍ଥଳ ଅଭିମୁଖେ ଯାତ୍ରା କରୁଥିବ। ଭାରତୀୟ ରେଲେଓ୍ଵ ଏହାର ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏହି ନିୟମ ପର୍ଯ୍ୟାୟ କ୍ରମେ ସବୁ ଟ୍ରେନରେ ଲାଗୁ କରି ଦିଆଯିବ। ଏହି ଟ୍ରେନ୍‌ଗୁଡ଼ିକୁ ସାତ୍ତ୍ୱିକ ପ୍ରମାଣ ପତ୍ର ପ୍ରଦାନ କରାଯିବ। ଏଥିପାଇଁ ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ ଟୁରିଜମ୍‌ କର୍ପୋରେଶନ, ସାତ୍ତ୍ୱିକ କାଉନସିଲ ଅଫ୍‌ ଇଣ୍ଡିଆ ସହ ଚୁକ୍ତିନାମା କରିଛି। କାଉନସିଲ ଏହି ଟ୍ରେନଗୁଡ଼ିକୁ ସାର୍ଟିଫିକେଟ ଦେବ, ଯାହା ପରେ ଟ୍ରେନଗୁଡ଼ିକ ସାତ୍ତ୍ୱିକ ହେବ। ଅର୍ଥାତ୍‌ କୌଣସି ବି ଯାତ୍ରୀ ଖାଇ ପାରିବେ ନାହିଁ ଆମିଷ।

ଏହି ସବୁ ଟ୍ରେନ ହେବ ସାତ୍ତ୍ୱିକ

ରେଲେଓ୍ଵ ମନ୍ତ୍ରାଳୟ ଅନୁସାରେ, ଧାର୍ମିକ ସ୍ଥଳକୁ ଯାଉଥିବା ସମସ୍ତ ଟ୍ରେନ୍‌କୁ ସାତ୍ତ୍ୱିକ କରାଯିବାକୁ ପ୍ରସ୍ତୁତି ଚାଲିଛି। କାହିଁକିନା, ଧାର୍ମିକ ସ୍ଥଳ ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍‌ଗୁଡ଼ିକରେ ଅଧିକାଂଶ ଲୋକ ଶ୍ରଦ୍ଧାଳୁ ହୋଇ ଥାଆନ୍ତି। ସେମାନେ ପୂରା ଆସ୍ଥା ଏବଂ ଶ୍ରଦ୍ଧାର ସହିତ ଦର୍ଶନ ପାଇଁ ଯାଉ ଥାଆନ୍ତି। ସେହି ସମୟରେ ଯାତ୍ରୀଙ୍କ ଆଖପାଖରେ ବସିଥିବା କୌଣସି ବ୍ୟକ୍ତି ଯଦି ଆମିଷ ଖାଆନ୍ତି, ତ ଦର୍ଶନ ପାଇଁ ଯାଉଥିବା ବ୍ୟକ୍ତି ଅସହଜ ଅନୁଭବ କରି ପାରନ୍ତି। ବୈଷ୍ଣୋ ଦେବୀ ଯାଉଥିବା ‘ବନ୍ଦେ ଭାରତ’ ହେଉ କି ଭଗବାନ ଶ୍ରୀରାମଙ୍କ ସମ୍ବନ୍ଧିତ ସ୍ଥଳଗୁଡ଼ିକୁ ଦର୍ଶନ କରାଉ ଥିବା ‘ରାମାୟଣ ସ୍ପେଶାଲ ଟ୍ରେନ’, ଏ ସବୁଥିରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ସମ୍ପୂର୍ଣ୍ଣ ସାତ୍ତ୍ୱିକ ଭୋଜନ କରିବାକୁ ପସନ୍ଦ କରି ପାରନ୍ତି। ତେଣୁ ଏହାର ଶୁଭାରମ୍ଭ ବନ୍ଦେ ଭାରତ ଏକ୍ସପ୍ରେସ୍‌ରୁ ହିଁ କରାଯାଉଛି। ଏତଦ୍‌ ବ୍ୟତୀତ ରାମାୟଣ ସ୍ପେଶାଲ ଟ୍ରେନ, ବାରାଣସୀ, ବୋଧଗୟା, ଅଯୋଧ୍ୟା, ପୁରୀ, ତିରୁପତି ସହ ଦେଶର ଅନ୍ୟାନ୍ୟ ଧାର୍ମିକ ସ୍ଥଳକୁ ଯାଉଥିବା ଟ୍ରେନଗୁଡ଼ିକୁ ମଧ୍ୟ ସାତ୍ତ୍ୱିକ କରାଇବା ପାଇଁ ରେଲେଓ୍ଵ ପ୍ରସ୍ତୁତି ଚଳାଇଛି।

ଏହା ହେବ ପ୍ରକ୍ରିୟା

ସାତ୍ତ୍ୱିକ କାଉନସିଲ ଅଫ୍‌ ଇଣ୍ଡିଆର ଫାଉଣ୍ଡର ଅଭିଷେକ ବିଶ୍ୱାସ କହିଛନ୍ତି ଯେ ସାତ୍ତ୍ୱିକ ସାର୍ଟିଫିକେଟ ଦେବା ପୂର୍ବରୁ ଅନେକ ପ୍ରକାରର ପ୍ରକ୍ରିୟା ପୂରା କରାଯିବ। ଏଥିରେ ଖାଦ୍ୟ ବନାଇବାର ବିଧି, ରୋଷେଇ ଘର, ପରଷିବା, ସର୍ଭ କରିବାର ବାସନ, ରଖିବାର ତରିକା ଆଦି ତୟ କରାଯିବ। ଏ ସମସ୍ତ ପ୍ରକ୍ରିୟା ଦେଇ ଯିବା ପରେ ସାର୍ଟିଫିକେଟ ପ୍ରଦାନ କରାଯିବ। ସେ କହିଥିଲେ କି, ଟ୍ରେନଗୁଡ଼ିକୁ ସାତ୍ତ୍ୱିକ କରାଇବା ସହିତ ଏଥିରେ ଥିବା ବେସ୍‌ କିଚେନ, ଲାଉଞ୍ଜ ଏବଂ ଫୁଡ୍‌ ଷ୍ଟଲକୁ ମଧ୍ୟ ସାତ୍ତ୍ୱିକ କରାଯିବାକୁ ଯୋଜନା ରହିଛି।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

9 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

18 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

53 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago