ବ୍ୟବସାୟ ଓ ଅର୍ଥନୀତି

ITBP ରେ ବମ୍ପର ନିଯୁକ୍ତି; ୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ଦରମା ମାସିକ ୬୯ ହଜାର ଟଙ୍କା

ଇଣ୍ଡୋ-ତିବ୍ଦତ ବର୍ଡର ପୋଲିସ ଫୋର୍ସ(ITBP) ରେ ଭର୍ତ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରୁଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଆବେଦନ କେବଳ ଅନଲାଇନ ମାଧ୍ୟମରେ କରାଯିବ। ଏଥିପାଇଁ ଆପଣଙ୍କୁ ୱେବସାଇଟ୍‌ recruitment.itbpolice.nic.in କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଏଠାରେ ଆବେଦନ କରିବାର ଶେଷ ତାରିଖ ୨୨ ଡିସେମ୍ବର ୨୦୨୨ରହିଛି। ଏହି ଭର୍ତ୍ତି ପାଇଁ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ।

ପଦବୀ ବିବରଣୀ : ୨୮୭

କନେଷ୍ଟବଳ ଟ୍ରେଲର: ୧୮
କନେଷ୍ଟବଳ ଗାର୍ଡନର : ୧୬
କନେଷ୍ଟବଳ କୋବଲର : ୩୧
କନେଷ୍ଟବଳ ସଫେଇ କର୍ମଚାରୀ : ୭୮
କନେଷ୍ଟବଳ ଓ୍ଵାଶରମ୍ୟାନ: ୮୯
କନେଷ୍ଟବଳ ବାର୍ବର: ୫୫

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା :

କନେଷ୍ଟବଳ ଟେଲର, ଗାର୍ଡନର ଏବଂ କୋବଲର ପଦବୀ ପାଇଁ ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ବେଳେ ଆଇଟିଆଇ ଡିପ୍ଲୋମା କରିଥିବା ଜରୁରୀ। ସେହିପରି ସଫେଇ କର୍ମଚାରୀ, ଓ୍ଵାଶରମ୍ୟାନ ଏବଂ ବାର୍ବର ପଦବୀ ପାଇଁ ୧୦ମ ପାସ୍‌ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।

ଟେଲର, ଗାର୍ଡନର ଏବଂ କୋବଲର ପଦବୀ ପାଇଁ ବୟସ ସୀମା ୧୮ ରୁ ୨୩ ବର୍ଷ ହେବା ଜରୁରୀ। ସେହିପରି କନେଷ୍ଟବଳ ସଫେଇ କର୍ମଚାରୀ ଏବଂ ବାର୍ବର ପଦବୀ ପାଇଁ ବୟସ ସୀମା ୧୮ରୁ ୨୫ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ଅଣ ସଂରକ୍ଷିତ, ଓବିସି, EWS ପ୍ରାର୍ଥୀ ୧୦୦ ଟଙ୍କା ରୋଜଗାର ଶୁଳ୍କ ଦେବେ । ସେହିପରି ଅନୁସୂଚିତ ଜାତି/ଜନଜାତି ଏବଂ ମହିଳା କିମ୍ବା ପୂର୍ବତନ କର୍ମଚାରୀ ନିଶୁଳ୍କ ଆବେଦନ କରିପାରିବେ ।

ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଦରମା ମିଳିବ। ତେବେ ୭ମ ବେତନ କମିଶନ ଅନୁଯାୟୀ, ମାସକୁ ୨୧,୭୦୦ରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିପାରେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.placementstore.com/category/notification.php?id=1-Jc0DnGLxPB7882dk1Kt2TrbzsNg5ucR&name=ITBP%20Constable%20Tradesman%20Notification%202022%20Apply%20Online

 

Swagatika

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

12 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

21 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

24 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

57 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

59 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago