ଘୁଞ୍ଚିଲା ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣର ଶେଷ ତାରିଖ। ଏନେଇ ଶନିବାର ଦିନ ଆୟକର ବିଭାଗ ତରଫରୁ ଘୋଷଣା କରାଯାଇଛି। ଆୟକର ବିଭାଗର ସୂଚନାନୁଯାୟୀ ୩୦ ନଭେମ୍ବର, ୨୦୨୦ ଯାଏଁ ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ ତାରିଖକୁ ଘୁଞ୍ଚାଯାଇଛି। କରୋନା ମହାମାରୀ ଯୋଗୁ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।
ଇନ୍କମ୍ ଟ୍ୟାକ୍ସ ବିଭାଗ ତରଫରୁ ଟ୍ଵିଟ୍ ମାଧ୍ୟମରେ ଏନେଇ ସୂଚନା ଦିଆଯାଇଛି। ବିଭାଗ ତରଫରୁ କୁହାଯାଇଛି ଯେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଇନ୍କମ୍ ରିଟର୍ଣ୍ଣର ଶେଷ ତାରିଖକୁ ବଢ଼ାଉଛୁ। ୨୦୧୯-୨୦ର ଆୟକର ରିଟର୍ଣ୍ଣ ତାରିଖ ନଭେମ୍ବର ୩୦ ଯାଏଁ ଘୁଞ୍ଚାଯାଇଛି।
Understanding & keeping in mind the times that we are in, we have further extended deadlines. Now, filing of ITR for FY 2019-20 is extended to 30th Nov, 2020. We do hope this helps you plan things better.#ITDateExtension#FacilitationDuringCovid#WeCare #IndiaFightsCorona pic.twitter.com/ZoGBpok3V7
— Income Tax India (@IncomeTaxIndia) July 4, 2020
ସୂଚନାଯୋଗ୍ୟ ଯେ, ଆୟକର ବିଭାଗ ତରଫରୁ ଗୁରୁବାର ଦିନ ୨୦୧୯-୨୦ ବର୍ଷ ରିଟର୍ଣ୍ଣିଂ ତାରିଖକୁ ଜୁଲାଇ ୩୧ ଯାଏଁ ଘୁଞ୍ଚାଯାଇଥିବା ନେଇ ଘୋଷଣା କରାଯାଇଥିଲା। ମାତ୍ର ଆଜି ଏହାକୁ ନଭେମ୍ବର ୩୦ ଯାଏଁ ଘୁଞ୍ଚାଇ ଦିଆଯାଇଛି।