ଜାପାନ ଲଞ୍ଚ କରୁଛି ଦୁନିଆର ପ୍ରଥମ ଉଡ଼ନ୍ତା ବାଇକ,ଜାଣନ୍ତୁ ଏହାର ଦାମ ସହ ବୁକିଂ ଡିଟେଲ୍ସ

ତେଲଦର ବୃଦ୍ଧି ପାଇଁ ଏବେ ଲୋକ ନୂଆ ନୂଆ ଟେକ୍ନୋଲୋଜିକୁ ଆପଣାଇଲେଣି। କିଛିଦିନ ପୂର୍ବରୁ ଆପଣ ଇଲେକଟ୍ରୋନିକ୍ସ ଗାଡ଼ି ସମେତ ବଜାରକୁ ଫ୍ଳାଇଂ କାର ଆସିଥିବାର ଖବର ଶୁଣିଥିବେ। କିନ୍ତୁ ଏବେ ଏକ ନୁଆ ଖବର ସାମ୍ନାକୁ ଆସିବାକୁ ଯାଉଛି। ଫ୍ଲାଇଂ କାରର ବିକଳ୍ପ ରୂପେ ଏବେ ଗ୍ରାହକଙ୍କ ପାଇଁ ଫ୍ଲାଇଂ ବାଇକ ଲଞ୍ଚ ହେବାକୁ ଯାଉଛି। ଯାହାର ମଜା ବାଇକ ପ୍ରେମୀ ମାନେ ଉଠାଇ ପାରିବେ।

ଡ୍ରୋନ ବନାଉଥିବା ଜାପାନର ଫେମସ୍‌ ଷ୍ଟାର୍ଟଅପ୍‌ କମ୍ପାନି A.L.I ଟେକ୍ନୋଲୋଜି ଦୁନିଆରେ ପ୍ରଥମ ଥର ହୋଭର ବାଇକ୍‌ ଲଞ୍ଚ କରିବାକୁ ଯାଉଛି। ଏହାର ନାମ ରହିଛି ଏକ୍ସ-ଟୁରିଜମୋ-ଲିମିଟେଡ-ଏଡ଼ିସନ। ଉଭୟ କଳା ଓ ନାଲି ରଙ୍ଗର ଏହି ହୋଭର ବାଇକ୍‌ ଦେଖିବାକୁ ବିଲକୁଲ ମୋଟର ସାଇକେଲ ଭଳି। କମ୍ପାନି ଟୋକ୍ୟୋ ରେସଟ୍ରାକରେ ଏହାର ସ୍ପିଡ ଟେଷ୍ଟ କରିସାରିଛି।ଏହାର ବୁକିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି।

ଦୁନିଆର ପ୍ରଥମ ହୋବରବାଇକ୍‌ର ଦାମକୁ ଯଦି ନଜର ପକାଇବା ତେବେ ଏହାର ଦାମ୍‌ ୫କୋଟି ପାଖାପାଖି ରହିଛି। soccer player keisuke ହୋଣ୍ଡା ଦ୍ୱାରା ସମର୍ଥିତ କମ୍ପାନି ୨୦୧୭ ମସିହାରୁ ଏକ୍ସ-ଟୁରିଜମୋ ଲିମିଟେଡ ଏଡିସନ୍‌କୁ ପ୍ରୋଟୋଟାଇପରେ କାମ କରିଥିଲା। ସୂଚନା ଅନୁଯାୟୀ ଏହା ମୋବିଲିଟିର ନେକ୍ସଟ ଜେନେରସନ ଯାହା ଥ୍ରୀଡି ସ୍ପେସରେ କେଉଁଠାକୁ ବି ଯାଇପାରିବ। ଏହା ଏୟାର ମୋବିଲିଟିର ଏକ ଭଲ ବିକଳ୍ପ ହେବ। ସବୁଠୁ ବଡ଼ କଥା ହେଉଛି ଏହା ଘଣ୍ଟାକୁ ୧୦୦ କିଲୋମିଟର ଯାଇପାରିବ। ଏଥିରେ ପାଓ୍ଵାରଫୁଲ ଇଞ୍ଜିନ ସହିତ ୪ଟି ବ୍ୟାଟେରୀ ପ୍ୟାକ ଦିଆଯାଇଛି।

bike flying
pc: mint

ଏହାକୁ ମୋଟର ସାଇକେଲର ଡିଜାଇନ ଦିଆଯାଇଛି। ଗାଡ଼ି ବନ୍ଦ ହେବା ପରେ ଏଥିରେ ଲ୍ୟାଣ୍ଡିଂ ସ୍କ୍ଵିଡ୍‌ ଅପସନ୍‌ ଦିଆଯାଇଛି। ତେବେ କମ୍ପାନୀ ପ୍ରଥମେ ୨୦୦ ହୋବରବାଇକସ୍‌ ତିଆରି କରିବାର ପ୍ଲାନ ରଖିଛି। ୨୦୨୨ ଭିତରେ ଏହାକୁ ଲଞ୍ଚ କରିବାର ଯୋଜନା ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.