ଦୁନିଆର ପ୍ରଥମ ଦୁଆଲ ମୋଡ ହ୍ଵିକିଲ ଲଞ୍ଚ କଲା ଜାପାନ, ଯାହାର ଫଟୋ ହେଉଛି ଖୁବ ଭାଇରାଲ

ଜାପାନରେ ଲଞ୍ଚ ହେବାକୁ ଯାଉଛି ଦୁନିଆର ପ୍ରଥମ ଦୁଆଲ ମୋଡ ଗାଡ଼ି, ଯାହା ଉଭୟ ରୋଡ଼ ଓ ରେଲେଓ୍ଵ ଟ୍ରାକରେ ଯାଇପାରିବ।  ଏହା ଏକ ଏମିତି ବସ୍‌ ଯାହା ଉଭୟ ସଡ଼କ ଓ ରେଳ ଟ୍ରାକରେ ଯାଇପାରିବ। ସାଧାରଣ ଭାବେ ଏହା ଦେଖିବା ଅସମ୍ଭବ ।କାରଣ ବସ୍‌ ରେ ଯେଉଁ ଚକ ବ୍ୟବହାର କରାଯାଇଥାଏ। ତାହା କେବଳ ପିଚୁ ରୋଡ଼ ପାଇଁ। କିନ୍ତୁ ଜାପାନ ଏବେ ଏମିିତି ଗାଡ଼ି ବାହାର କରିଛି ଯାହା ଉଭୟ ପିଚୁ ରୋଡ ଓ ରେଳ ଟ୍ରାକରେ ସହଜରେ ଯାଇପାରିବ। ଏହି ଖବର ଏବେ ପୁରା ସୋସିଆଲ ମିଡିଆରେ ଚହଳ ପକାଇଛି। ଲୋକଙ୍କ ଉତ୍ସାହ ଏଥିପାଇଁ କହିଲେ ନସରେ।

ପ୍ରଥମେ କୁହାଯାଉଥିଲା ଯେ, ଏହା ଟୋକ୍ୱୋ ଅଲମ୍ପିକ ଆରମ୍ଭ ପୂର୍ବରୁ ଲଞ୍ଚ ହୋଇଯିବ, କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ଏହା ଆସନ୍ତା ଖ୍ରୀଷ୍ଟମାସ ପାଖାପାଖି ବଜାର ପ୍ରବେଶ କରିବ। ବସ୍‌ ସଫଳ ଟେଷ୍ଟିଂ ପରେ ଏହାର ବଜାର ପ୍ରବେଶ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ନେଇ ଜାପାନ ସରକାର ଦୁଇଟି ରାଜ୍ୟ ମଧ୍ୟରେ ପ୍ରଥମେ ଚଲାଇବାକୁ ପ୍ଲାନିଂ କରିଛନ୍ତି। ଏହା ଦୁନିଆର ପ୍ରଥମ ଦୁଆଲ ମୋଡ ଗାଡ଼ି ରୂପେ ବଜାରରେ ଲଞ୍ଚ ହେବ। ଆରମ୍ଭରୁ ଏହାକୁ କେଇଓ, ଟୋକୁମିସା, ମୁରତୋ ଏବଂ କୋଚୀରେ ଚଲାଯିବ। ସୂଚନା ଅନୁଯାୟୀ, ଏହି ଦୁଆଲ ମୋଡ ହ୍ଵିକିଲର ରୁଟ ଏପରି ତିଆରି କରାଯିବ ଯେମିତି ଏହା ଉଭୟ ପିଚୁ ରୋଡ ଏବଂ ରେଲେଓ୍ଵ ଟ୍ରାକରେ ଯାଇପାରିବ। କ୍ରିସମାସରେ ଏହାକୁ ପ୍ର ଥମେ ସିକୋକୁ ରୁ ଚଲାଯିବ।

ରିପୋର୍ଟ ଅନୁଯାୟୀ, ଦୁଆଲ ମୋଡ ହ୍ଵିକିଲ ନିଜ ରୁଟରେ ପ୍ରଥମେ ୬ କିଲୋମିଟର ପିଚୁ ରୋଡରେ ଯିବ। ଏହାସହ ୧୦ କିମି ରେଲେଓ୍ଵ ଟ୍ରାକରେ ଦୌଡିବ। ଜାପାନ ମିଡ଼ିଆ ମୁତାବକ ଏହାକୁ ତିଆରି କରିବା ପାଇଁ ମାଇକ୍ରୋ ବସ୍‌ ରେ କିଛି ମାତ୍ରାରେ ସଂଶୋଧନ କରାଯାଇଛି। ଏଥିରେ ଏମିତି ଚକା ଖଞ୍ଜା ଯାଇଛି ଯାହା ଉଭୟ ସଡ଼କ ଓ ରେଳ ଧାରଣାରେ ଚାଲିପାରିବ। ସଡ଼କରେ ଯିବା ସମୟରେ ଏହାର ଚକା ଉପରକୁ ଉଠିଯାଏ । ଏହାର ସାଇଜ ବସ୍‌ ଚକା ଭଳି ହୋଇଯାଏ। ସେପରି ରେଳ ଧାରଣାରେ ଏହାକୁ ସ୍ୱିଚ କରିଦିଆଯାଏ ।
ତେବେ ଏହି ଖାସ ବସ୍‌ରେ କେବଳ ୧୮ ଜଣ ଯାତ୍ରୀ ବସିପାରିବେ। ତେବେ ଏହାର ଡିଜାଇନ ଓ ସ୍ପେଶିଫିକେସନକୁ ପାଇଁ ଲୋକଙ୍କ ମନରେ ଉତ୍ସାହ ଥିବାର ଜଣାପଡ଼ିଛି ଖ୍ରୀଷ୍ଟମାସ ପରେ ଏହା ପ୍ରତିଦିନ ଏହା ନିଜ ରୁଟରେ ୧୩ଟି ରାଉଣ୍ଡ ନେବ । କିନ୍ତୁ ଏଥିପାଇଁ ଲୋକଙ୍କୁ ପ୍ରଥମେ ଟିକେଟ ବୁକ କରିବାକୁ ପଡ଼ିବ। ଯାହାକି ଅନଲାଇନ ରିଜର୍ଭେସନ ଦ୍ୱାରା ସମ୍ଭବ ହେବ। ଏବେ ଏହାର ଫଟୋ ତଥା ଡିଜାଇନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.