Jawa କମ୍ପାନୀ ଭାରତରେ ଲଞ୍ଚ କଲା ସବୁଠୁ ଶସ୍ତା Bobber ମଟର ସାଇକେଲ, ଜାଣନ୍ତୁ ଏହାର ବଜାର ମୂଲ୍ୟ ଓ ଫିଚର୍
ମାର୍କେଟରେ ଲଞ୍ଚ ହୋଇଛି ନୂଆ ଗାଡ଼ି। Jawa 42 Bobber କୁ କମ୍ପାନୀ ଏକ ନୂଆ ରୂପ ଦେଇଛି। ଏହା ହେଉଛି ଦେଶର ସବୁଠାରୁ ଶସ୍ତା ବାବର ଷ୍ଟାଇଲ ବାଇକ୍। ଏହି ବାଇକରେ ୩ଟି ଅଲଗା ଅଲଗା ପେଣ୍ଟ ସ୍କିମ୍ ସହିତ ଆସିଛି। Jawa ମୋଟରସାକେଲ ଆଜି ଘରୋଇ ବଜାରରେ ୪୨ ବାବର ନାମକ ଏକ ବାବର ଷ୍ଟାଇଲ ଗାଡ଼ି ଲଞ୍ଚ କରିଛି। ଏହି ଗାଡ଼ିକୁ ଅଲଗା ଅଲଗା ପେଣ୍ଟ ସ୍କିମ୍ ସହିତ ଆଣିଛିି, ଯାହାର ମୂଲ୍ୟ ବହୁତ କମ୍ ଅଛି। ଏହାର ମଡେଲ ମଷ୍ଟିକ୍ କପରର ଦାମ୍ ୨,୬ ହଜାର ,୫୦୦ ଟଙ୍କା , ମୂନଷ୍ଟୋନ ହ୍ଵାଇଟ୍ ସେଡ୍ ର ଦାମ୍ ୨,୦୭,୫୦୦ ଏବଂ ଟୁ-ଟୋନ ଜେପର ରେଡ୍ର ମୂଲ୍ୟ ୨,୦୯,୧୮୭ ଟଙ୍କାରେ ନିର୍ଦ୍ଧାରିତ ହୋଇଛି।
ଦେଖିବାକୁ ଗଲେ Jawa ର ଏହି ଗାଡ଼ିର ବଜାରରେ କେହି ପ୍ରତିଦ୍ୱନ୍ଦି ନାହାଁନ୍ତି କିନ୍ତୁ ଏନ୍ଫିଲ୍ଡ ମେଟ୍ୟୁର ୩୫୦, ଏନ୍ଫିଲ୍ଡ କ୍ଲାସିକ ୩୫୦, ହୋଣ୍ଡା H’ness CB350 ଭଳି ଅନେକ ମଡେଲର ଗାଡ଼ିକୁ ପଛରେ ପକାଇ ଦେବ। ଯଦି ଆପଣଙ୍କୁ ଲାଗୁଛି ୟେ ପେରାକ ପରି ଦେଖାଯାଉଛି, ହେଲେ କମ୍ପାନି ଗାଡ଼ିରେ ମଡେଲରେ ବହୁତ ପରି ବର୍ତ୍ତନ ଆଣିଛି। କମ୍ପାନି ଏହାର ନୂଆ ଲୁକ୍ ଦେବା ପାଇଁ ହେଣ୍ଡଲେମ୍ପ ଏବଂ ଫୁଏଲ ଟାଙ୍କିକୁ ନୂଆ ଲୁକ ଦେବା ପାଇଁ ରବର ପ୍ୟାଡ୍ସ ମଧ୍ୟ ବ୍ୟବହାର କରିଛି। ଆଉ କିଛି ଅନ୍ୟ ହାଇଲାଇଟ୍ସ ହେଉଛି ଏଥିରେ ସିଙ୍ଗଲ ସିଟ୍ ଦିଆ ଯାଇଛି। ଏଥିରେ ମଧ୍ୟ ଏକ୍ସପୋଜ୍ଡ ରିୟର ଫେଣ୍ଡର ଦିଆଯାଇଛି। ଏଲ୍ସିଡି କ୍ଲଷ୍ଟରର ଚାରି ପାଖରେ ସିଲ୍ଭର ସରାଉଣ୍ଡିଂ ବ୍ୟବହାର କରାଯାଇଛି ।
ଲମ୍ବା ହେଣ୍ଡଲବାରରେ ନୂଆ ସ୍ୱିଚ୍ଗିଅର, ଏଲ୍ଇଡି ଲାଇଟିଙ୍ଗ୍ ସିଷ୍ଟମ୍ , ବାର ଏଣ୍ଡ ମିରର୍, ସାଇଡ୍ ମାଉଣ୍ଟେଡ୍, ଏକ୍ଜହଷ୍ଟ ସିଷ୍ଟମ ସହିତ ବାଇକ ବହୁତ ସୁନ୍ଦର ହେଇଛି। କମ୍ପାନୀ ଏହି ବାଇକରେ ୩୩୪ ସିସିର କ୍ଷମତା ସହିତ ସିଙ୍ଗଲ ସିଲିଣ୍ଡର ଫୁଏଲ ଇଞ୍ଜେକ୍ଟେଡ୍ ଲିକ୍ୱିଡ୍ କୁଲ ଇଞ୍ଜିନ ବ୍ୟବହାର କରାଯାଇଛି। ଏହି ଇଞ୍ଜିନ 30.6 PS ର ଦମଦାର ପାଓ୍ଵାର ସହିତ 32.7 Nm ର ଟର୍କ ଜେନେରେଟ କରେ।
ଏହି ଇଞ୍ଜିନ ୬-ସ୍ପିଡ୍ ଟ୍ରାନ୍ସ ମିସନ ଗିଅର ବକ୍ସ ସହିତ ଆସୁଛି। ଏହାର ଇଞ୍ଜିନ ପେରାକର ଇଞ୍ଜିନ ସହିତ ମିଶିଯାଏ, ଯେଉଁଥିରେ ଲିସ୍କୋପିକ ଫ୍ରଣ୍ଟ ଫୋବର୍ସ, ମନୋଶକ ରିଅର ସସ୍ପେନ୍ସ, ଡୁଆଲ ଚେନାଲ ଏବି ଏସ୍ ସିଷ୍ଟମ ଦ୍ୱାରା ଆସିଷ୍ଟେଡ୍ ଫ୍ରଣ୍ଟ ଏବଂ ରିଅର ଡିସ୍କ ଅଲଗା ଅଲଗା ଫୁଟପେଗ୍ ଆଦି ସାମିଲ ଅଛି। ତେବେ ୟେ ବାବର ମଟର ସାଇକେଲ ବିଷୟରେ କହିବାକୁ ଗଲେ ‘ବାବର’ ମଟରସାଇକେଲର ପ୍ରକାର ନୁହେଁ ବରଂ କଷ୍ଟମ ମଟର ସାଇକେଲର ଗୋଟେ ଶୈଳୀ । ସାରା ଦୁନିଆରେ ବାବର ବ୍ରାଣ୍ଡ୍ସର ମଟରସାଇକେଲ ଅନେକ କମ୍ପାନି ତିଆରି କରୁଛି। ଯେମିତି ଟ୍ରୋୟମ୍ପ, ହାର୍ଲି ଡେଭିଡ୍ସନ, ଇଣ୍ଡିଆନ ମଟରସାଇକେଲ ଇତ୍ୟାଦି। ବାବର ଗୋଟେ ପ୍ରକାରର ଗାଡ଼ିର ଡିଜାଇନ ହୋଇଥାଏ ଯାହାର ଓଜନ ହ୍ରାସ କରିବା ପାଇଁ ଡିଜାଇନ ପ୍ରସ୍ତୁତ କରାଯାଏ। ଏହାକୁ ହାଲ୍କା କରିବା ପାଇଁ ଏହାର କମ୍ପୋନେଣ୍ଟସକୁ କମ୍ କରି ଦିଆଯାଏ।
ଫେଣ୍ଡର , ଲାଇଟ, ଗ୍ଲାସ ଇତ୍ୟାଦିକୁ କମ୍ କରାଯାଏ ଏବଂ ବାଇକକୁ ନୂଆ ଲୁକ୍ରେ ପ୍ରେଜେଣ୍ଟ କରାଯାଏ। ବାବର ବାଇକ ୧୯୨୦ ମସିହାରୁ ଚାଲିଲାଣି ବୋଲି କୁହାଯାଏ। ଯେତେବେଳେ ଭି-ଟ୍ଵିନ ଇଞ୍ଜିନରେ ହାର୍ଲି ଡେଭିଡ୍ସନ ‘ଜୋ’ ସିରିଜ୍ ଉପସ୍ଥାପନ କରାହେଲା, ଏଇଥିରେ ଫ୍ରଣ୍ଟ ଫେଡରକୁ ବାହାର କରି, ପଛ ଭାଗକୁ ଛୋଟ କରି ଏବଂ ସବୁ ଅତିରିକ୍ତ ଆସେସରିଜ୍ ହଟେଇ ମଟର ସାଇକେଲକୁ ବହୁତ ହାଲ୍କା କରିଦିଆଯାଇଥିଲା।