Jeep Compass ର ନୂଆ ଏଡିସନ୍ ହେଲା ଲଞ୍ଚ, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

Jeep Compass ର ନୂଆ ସ୍ୟାଣ୍ଡଷ୍ଟ୍ରମ୍ ଏଡିସନ୍ ଲଞ୍ଚ ହୋଇଛି । ଏହା ଏକ ୫-ସିଟର ପ୍ରିମିୟମ୍ SUV । ଏହା ନୂଆ ମଡେଲରେ ପୂର୍ବ ଅପେଧା ଅଧିକ ଆସେସୋରିଜ୍ ଦିଆଯାଇଛି । ଏହା ସହିତ ଅନେକ ଲାଟେଷ୍ଟ ଫିଚର୍ସକୁ ମଧ୍ୟ ସାମିଲ୍ କରାଯାଇଛି । ଏହା Jeep Compass ର ଏକ ଲିମିଟେଡ୍ ଏଡିସନ୍ ମଡେଲ୍ । ଏହି କାରରେ ତିନୋଟି ଭ୍ୟାରିଆଣ୍ଟ ରହିଛି ଯାହା ହେଉଛି- Sports, Longitude ଏବଂ Longitude (O) ସହିତ ବଜାରରେ ଲଞ୍ଚ ହୋଇଛି ।
Jeep Compass ର ଏହି ନୂଆ ମଡେଲକୁ sandstorm (ଷ୍ଟାଣ୍ଡଷ୍ଟ୍ରମ୍) ଥିମ୍ ସହିତ ଅଣାଯାଇଛି । ଏହି କାରରେ ପ୍ରୋଗ୍ରାମେବଲ୍ ଆମ୍ବିଏଣ୍ଟ ଲାଇଟିଂ ଦିଆଯାଇଛି । ଗାଡ଼ିର ଫ୍ରଣ୍ଟ ଏବଂ ରିୟରରେ ଡ୍ୟାସ୍ କ୍ୟାମ୍ ଲଗାଯାଇଛି, ଯାହା ଷ୍ଟାଣ୍ଡଷ୍ଟ୍ରମକୁ ଦେଖାଇଥାଏ । ଏହି SUV ର ବନେଟରେ ଅନେକ ପରିବର୍ତ୍ତନ କରାଯାଇଛି । ଏହା ସହିତ କାରକୁ ଏକ ଭିନ୍ନ ଲୁକ୍ ଦେବା ପାଇଁ Jeep Compass ର ଇଣ୍ଟେରିୟରକୁ ମଧ୍ୟ ଥିମ ଅନୁସାରେ ଚେଞ୍ଜ କରାଯାଇଛି ।
Jeep Compass ର ଇଣ୍ଟେରିୟର ଏବଂ ଏକ୍ସଟେରିୟର ଡିଜାଇନ୍ ଚେଞ୍ଜ କରିବା ବ୍ୟତୀତ, ଅଟୋମେକର୍ସମାନେ ଏହି କାରରେ କୌଣସି ମେକାନିକାଲ ଚେଞ୍ଜ କରିନାହାଁନ୍ତି । ଏହି SUV ରେ ପୂର୍ବ ପରି ସମାନ ୨.୦ ଲିଟର ମଲିଟିଜେଟ୍ ଡିଜେଲ୍ ଇଞ୍ଜିନ୍ ଲଗାଯାଇଛି । ଯେଉଁଥିରେ ୩,୭୫୦ rpm ରେ ୧୭୦ hp ର ପାୱାର ମିଳିଥାଏ । ଏଥି ସହିତ ୧୭୫୦ ରୁ ୨,୫୦୦ rpm ରେ ୩୫୦ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହି କାର ମାନୁଆଲ୍ ଏବଂ ଅଟୋମେଟିକ୍ ଟ୍ରାନ୍ସମିସନ୍ ଅପ୍ସନ ସହିତ ଆସିଥାଏ ।
ପ୍ରାଇସ୍ :
Jeep Compass ର ସ୍ପୋର୍ଟ ଭ୍ୟାରିଆଣ୍ଟରେ ଅନ୍ୟ ମଡେଲଗୁଡିକ ତୁଳନାରେ ଛୋଟ ଟଚସ୍କ୍ରିନ୍ ଦିଆଯାଇଛି । କିନ୍ତୁ ଏହି କାରରେ ଉପଲବ୍ଧ ଅନ୍ୟ ଫିଚର୍ସଗୁଡିକ ଏହି ଗାଡ଼ିକୁ ମୂଲ୍ୟବାନ୍ କରିଥାଏ । ଏହି ୫-ସିଟର ପ୍ରିମିୟମ୍ SUV ର ଏକ୍ସ-ସୋରୁମ୍ ପ୍ରାଇସ୍ ୧୮.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ଏବଂ ଏହାର ଟପ୍-ଭ୍ୟାରିଆଣ୍ଟର ପ୍ରାଇସ୍ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।